Palak Muchhal Wedding: ବଲିଉଡର ଲୋକପ୍ରିୟ ଗାୟିକା ପଲକ ମୁଚାଲ (Palak Muchhal ) । ଆସନ୍ତାକାଲି (ରବିବାର) ତାଙ୍କ ବିବାହ । ତାଙ୍କ ବିବାହକୁ ନେଇ ସେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ବିବାହର ସମସ୍ତ ରୀତିନିତି ଆରମ୍ଭ ହୋଇଗଲାଣୀ । ଏହାରି ଭିତରେ ତାଙ୍କର ହଳଦୀ ଏବଂ ମେହେନ୍ଦୀର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯାହା ଖୁବ୍‌ ଭାଇରାଲ ହେଉଛି। ନଭେମ୍ବରରେ ୬ରେ ଗାୟକ ମିଥୁନ ଶର୍ମାଙ୍କୁ ବିବାହ କରିବେ ପଲକ। ବି-ଟାଉନରେ ଅନେକ ହିଟ୍ ଗୀତରେ ପଲକ ତାଙ୍କ ସ୍ୱର ଦେଇଛନ୍ତି । କେବଳ ପଲକଙ୍କ ସ୍ୱର ନୁହେଁ ବରଂ ସେ ମଧ୍ୟ ବହୁତ ସୁନ୍ଦର । ପଲକ ତାଙ୍କ ହଳଦୀ ରସମରେ ହଳଦିଆ ରଙ୍ଗର ପୋଷାକ ପିନ୍ଧିଛନ୍ତି । ହଳଦିଆ ରଙ୍ଗର ପାରମ୍ପାରିକ ପୋଷାକରେ ପଲକ ବହୁତ ସୁନ୍ଦର ଦେଖାଯାଉଛି । 


COMMERCIAL BREAK
SCROLL TO CONTINUE READING

ପଲକ ମୁଚାଲଙ୍କ ମେହେନ୍ଦୀ ଫଟୋ ଭାଇରାଲ୍ :


ସୋସିଆଲ ମିଡିଆରେ ପଲକଙ୍କ ସେହି ସମୟର ଏକ ଫଟୋ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ସେ ଖୁବ୍‌ ଖୁସିଥିବାର ଦେଖିବାକୁ ମିଳୁଛି । ଏହା ବ୍ୟତୀତ ପଲକ ତାଙ୍କ ମେହେନ୍ଦୀରେ ମୟୂର ନୀଳ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ହାଲୁକା ରଙ୍ଗର ମେକଅପ୍ ନେଇଛନ୍ତି। ପଲକଙ୍କ ଏହି ଲୁକକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି । 


 





ଏହାବି ପଢନ୍ତୁ : Comedian Bharti Singh: ଫସିବେ କମେଡି କୁଇନ୍ ଭାରତୀ ସିଂହ, ପଞ୍ଜାବ ହତ୍ୟା ଷଡଯନ୍ତ୍ରରେ ସାମିଲ ଥିବା ସନ୍ଦେହ !


୬ ନଭେମ୍ବରରେ ବିବାହ କରିବେ ପଲକ : 
ନଭେମ୍ବର ୬ ରେ ମୁମ୍ବାଇରେ ପଲକ ଏବଂ ମିଥୁନଙ୍କ ବିବାହର ଆୟୋଜନର ସମସ୍ତ ବ୍ୟବସ୍ଥା ଶେଷ ହୋଇଛି । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ମିଥୁନ ମଧ୍ୟ ଜଣେ ଲୋକପ୍ରିୟ ଗାୟକ ।  ଉଭୟ ଆଶିକୀ ୨ରେ ଏକାଠି ଗୀତ ଗାଇ ଖ୍ୟାତି ଅର୍ଜନ କରିଛନ୍ତି। ଏହା ପରେ ବଲିଉଡକୁ ଅନେକ ସୁପରହିଟ୍ ଗୀତ ଭେଟି ଦେଇଛନ୍ତି । ପଲକ ଏବଂ ମିଥୁନ , 'ଏକ ଥା ଟାଇଗର', 'ପ୍ରେମ ରତନ ଧନ ପାୟୋଙ୍କ ସମେତ ଅନେକ ହିଟ୍ ଫିଲ୍ମରେ ଗୀତ ଗାଇଛନ୍ତି ଉଭୟ । 


ତେବେ,ଏଠି ଆମେ ଆପଣଙ୍କୁ କହି ରଖୁଛୁ ଯେ, ପଲକ ଓ ମିଥୁନ ପରପ୍ପରକୁ ଦିର୍ଘ ଦିନ ଧରି ଡେଟ କରି ଆସୁଥିବା ଚର୍ଚ୍ଚା ହେଉଥିଲା। ଉଭୟଙ୍କୁ ବିଭିନ୍ନ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଛି । ପ୍ରଥମେ ପରପ୍ପର ଭିତରେ ବନ୍ଧୁତା ଥିଲା । ପରେ ଏହି ସମ୍ପର୍କ ପ୍ରେମରେ ପରିଣିତ ହୋଇଥିଲା।  ଯାହାକୁ ନେଇ ଉଭୟ ବେଶ କିଛି ଦିନ ଚର୍ଚ୍ଚାରେ ଥିଲେ।  ଆଉ ବର୍ତ୍ତମାନ ଉଭୟ ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି ।