Allu Arjun: ପୁଷ୍ପା-୨ ପ୍ରିମିୟର ଦଳାଚକଟା ମାମଲା, ଆଜି ହାଜର ହେବେ ଅଲ୍ଲୁ
Allu Arjun: ପୁଣି ଚର୍ଚ୍ଚାରେ ସାଉଥ୍ ଷ୍ଟାର ଅଲ୍ଲୁ ଅର୍ଜୁନ । ପୁଷ୍ପା-୨ ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ଅଲ୍ଲୁଙ୍କ ବେଲ୍ ମିଳିଛି ସତ । ହେଲେ ସେଥିରୁ ସେ ବିବାଦ ଏବେ ପିଛା ଅଲ୍ଲୁଙ୍କ ପିଛା ଛାଡୁନି। ତାଙ୍କୁ ଏହି ଘଟଣାରେ ପଚରାଉଚରା ପାଇଁ ହ୍ରାଇଦ୍ରାବାଦ ପୋଲିସ୍ ଅଲ୍ଲୁ ଅର୍ଜୁନଙ୍କୁ ସମନ କରିଥିବା ଜଣାପଡିଛି।
ଏନେଇ ଆଜି ସକାଳ ୧୧ଟାରେ ହାଜର ହେବାକୁ ନୋଟିସରେ ଉଲ୍ଲେଖ ଥିବା କୁହାଯାଉଛି। ହାଇଦ୍ରାବାଦ ପୋଲିସର ସମନ ପରେ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ ବଢ଼ିଛି।
ALSO READ: Gold Rate Today: ସୁନା ଦରରେ ହ୍ରାସ, ଭୁବନେଶ୍ବରରେ ଭରି ପିଛା ଏତେ ଶହ ଟଙ୍କା କମିଲା ରେଟ୍
ଆଜି ଦିନ ୧୧ଟା ସୁଦ୍ଧା ହାଜର ହେବାକୁ ଚିକଡ଼ପଲ୍ଲୀ ପୋଲିସ ସୋମବାର ସମନ ଜାରି କରିଥିଲା ।
‘ପୁଷ୍ପା ୨’ର ସ୍କ୍ରିନିଂ ବେଳେ ଦେଖାଦେଇଥିବା ଦଳାଚକଟାକୁ ନେଇ ଏହି ସମନ ଜାରି କରାଯାଇଥିବା କୁହାଯାଉଛି ।
ସୂଚନା ଅନୁସାରେ, ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ସ୍କ୍ରିନିଂ ସମୟରେ ଦଳାଚକଟାକୁ ନେଇ ତେଜୁଛି ବିବାଦ । ଅଭିନେତାଙ୍କୁ ଗିରଫ କରିବାକୁ ଜୋର ଦାବି ହେଉଛି।
ସୂଚନା ଅନୁସାରେ, ଗତ ଡିସେମ୍ବର ୪ ତାରିଖ ଦିନ ସନ୍ଧ୍ୟା ପ୍ରେକ୍ଷାଳୟରେ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ଅଲ୍ଲୁ ଅର୍ଜୁନ ଆସିଥିବା ବେଳେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମି ଥିଲା। ଭିଡ଼ ଅଧିକ ହେବାରୁ ଦଳଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
କେବଳ ସେତିକି ନୁହେଁ, ମୃତ୍ୟୁ ବରଣ କରିଥିବା ମହିଳାଙ୍କ ୮ ବର୍ଷର ପୁଅ ମରଣ ସହ ସଂଘର୍ସ କରୁଛି। ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ଡିସେମ୍ବର ୧୩ ତାରିଖରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ପୋଲିସ ।ଏନେଇ ଅଲ୍ଲୁ ଗୋଟିଏ ରାତି ଜେଲରେ ରହିଥିଲେ।
ପରେ ତେଲଙ୍ଗାନା ହାଇକୋର୍ଟରୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପାଇ ଡିସେମ୍ବର ୧୪ରେ ମୁକୁଳିଥିଲେ । ଜେଲରୁ ଆସିବା ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ।
ଏତିକିରେ କଥା ଶେଷ ହୋଇନ ଥିଲା। ମୃତ ମହିଳାଙ୍କ କ୍ଷତି ପୂରଣ ବାବଦକୁ ଅଲ୍ଲୁ ୨୫ ଲକ୍ଷ ଟଙ୍କା ଦେଇଥିବା ବେଳେ ପୁଷ୍ପା-୨ ଫିଲ୍ମର ନିର୍ମାତା ମଧ୍ୟ ୫୦ ଲକ୍ଷର ସହାୟତା ପ୍ରଦାନ କରିଥିଲେ।
କିନ୍ତୁ ମାମଲା , ଥମି ନଥିଲା। । ଅଲ୍ଲୁଙ୍କୁ ଗିରଫ ସହ ମୃତ ମହିଳାଙ୍କୁ ନ୍ୟାୟ ଦାବି କରି କିଛି ଲୋକେ ଅଲ୍ଲୁଙ୍କ ଜୁବୁଲି ହିଲ୍ସ ବାସଭବନ ଉପରେ ଆକ୍ରମଣ କରିଥିଲେ।
ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ପରେ ସେମାନଙ୍କୁ ହାଇଦ୍ରବାଦ୍ କୋର୍ଟ ଜାମିନ୍ ପ୍ରଦାନ କରିଥିଲେ ।