Ollywood Actress Anu Choudhury: ଏବେ କଣ କରୁଛନ୍ତି ଅଭିନେତ୍ରୀ ଅନୁ ଚୌଧୂରୀ

Ollywood Actress Anu Choudhury:ଅନୁ ଚୌଧୁରୀ ଓଡ଼ିଶାରେ ଭୁବନେଶ୍ୱରଠାରେ ୧୯୭୯ ମସିହା ଅଗଷ୍ଟ ୩୦ ତାରିଖରେ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରୁ ବିଜ୍ଞାନରେ ଉଚ୍ଚଶିକ୍ଷା ଓ ରମାଦେବୀ ମହିଳା ମହାବିଦ୍ୟାଳୟରୁ ଗୃହବିଜ୍ଞାନରେ ସ୍ନାତକ ଉପାଧି ହାସଲ କରିବା ପରେ ସେ ଅଭିନୟକୁ ପେଶା ଭାବେ ଆରମ୍ଭ କରିଥିଲେ ।

Prabhudatta Moharana Jan 28, 2025, 12:03 PM IST
1/10

ଅନୁ ଚୌଧୁରୀ, ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ଚର୍ଚ୍ଚିତ ଚେହେରା। 

2/10

ପିଲାଟି ଦିନରୁ ସେ ଅଭିନୟ ପ୍ରତି ରୁଚି ରଖିଆସିଛନ୍ତି। ୧୯୮୫ ମମତା ମାଗେ ମୂଲ ସିନେମାରେ ପ୍ରଥମେ ସେ ଶିଶୁ କଳାକାର ଭାବେ ନଜର ଆସିଥିଲେ। ପରେ ସେ ବଧୂ ନିରୁପମାରେ ମଧ୍ୟ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। 

3/10

୨୦୨୨ ମସିହାରେ ଏହି ନାୟିକା ଜଣଙ୍କ ପ୍ରଥମ ଥର ପାଇଁ ଛୋଟ ପରଦାରେ ନଜର ଆସିଥିଲେ। ଜୀ ସାର୍ଥକରେ ଆସିଥିବା ମେଗା ଧାରାବାହିକ ‘ସର୍ବଜିତା ଅନୁ’ ଜରିଆରେ ସେ ଛୋଟ ପରଦାରେ ନଜର ଆସିଥିଲେ । ଏଥିରେ ଅନୁ ଚୌଧୁରୀ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ।

4/10

ବଡ଼ ପରଦାରେ ବେଶ ନିଖୁଣ ଅଭିନୟ ବଳରେ ସିନେପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଏହି ଅଭିନେତ୍ରୀ। 

 

5/10

ଦୀର୍ଘ ୨ ଦଶନ୍ଧି ଧରି ୬୫ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ଅନୁ । ତାଙ୍କର ସୁନ୍ଦର ଅଭିନୟ ଓ ନୃତ୍ୟରେ ଜନତା ହୋଇଛନ୍ତି ମନ୍ତ୍ରମୁଗ୍ଧ। 

6/10

ସେ ଯେ କେବଳ ଓଲିଉଡରେ ଚର୍ଚ୍ଚିତ ତାହା ନୁହେଁ,  ବେଙ୍ଗଲୀ , ତେଲୁଗୁ ଏବଂ ହିନ୍ଦୀ ଫିଲ୍ମରେ ମଧ୍ୟ ତାଙ୍କ ଅଭିନୟ ଦର୍ଶକ ଦେଖିଛନ୍ତି ।

7/10

୧୯୯୯ ମସିହାରେ ଆସିଥିବା ମା ‘ଗୋଜବାୟାଣୀ’ ଫିଲ୍ମ ମୁଖ୍ୟ ଭୁମିକାରେ ନଜର ଆସିଥିବା ଅନୁ ନିଖୁଣ ଅଭିନୟ କରି ସିନେପ୍ରେମୀଙ୍କ ମନ ଜିଣିପାରିଥିଲେ।  

8/10

ଏହି ସିନେମା ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ହାସଲ କରିପାରିଛନ୍ତି। 

9/10

୨୦୦୫ ମସିହାରେ ଫିଲ୍ମ ଶାଶୂଘର ଚାଲିଯିବିରେ ଆକର୍ଷଣୀୟ ଅଭିନୟ ପାଇଁ ଅନୁଙ୍କୁ ମିଳିଥିଲା ଓଡିଶା ରାଜ୍ୟ ଫିଲ୍ମ ପୁରସ୍କାର।  

10/10

ଅନୁ ଚୌଧୁରୀ ୨୦୦୫ରେ ଶାଶୁଘର ଚାଲିଯିବି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମଧ୍ୟ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link