Comedian Bharti Singh: ଶିବସେନା ନେତା ସୁଧିର ସୁରୀ(Shiv Sena leader Sudhir Suri)ଙ୍କୁ ଗୁଳିକାଣ୍ତ ଘଟଣା। ଅମୃତସରରେ ସୁରୀ ଧାରଣା ସମୟରେ ତାଙ୍କୁ ଗୁଳି କରାଯାଇ ହତ୍ୟା କରାଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏବେ ଆଉ ଏକ ଟୁଇଷ୍ଟ ସାମ୍ନାକୁ ଆସିଛି। ସୁରୀଙ୍କ ହତ୍ୟା ମାମଲାରେ ତଦନ୍ତ କରୁଥିବା ପୋଲିସଙ୍କୁ ଅଭିଯୁକ୍ତ ସନ୍ଦୀପ ସିଂହଙ୍କ ଗାଡ଼ିରୁ ଏକ ଫାଇଲ ମିଳିଛି।ସେହି ଫାଇଲରେ କମେଡିଆନ ଭାରତି ସିଂହ (Comedian Bharti Singh) ଓ ଆଣ୍ଟି ଟେରରିଷ୍ଟ ଫ୍ରଣ୍ଟର ଚେୟାରମ୍ୟାନ୍ ମନିନ୍ଦର ଜିତ୍‌ ସିଂହ ବିଟ୍ଟା (All-India Anti-Terrorist Front Maninderjeet Singh Bitta )ଙ୍କ ଫଟୋ ମିଳିଛି। ଯାହାକୁ ନେଇ ଏବେ ସସପେନ୍ସ ବଢ଼ିଛି।


COMMERCIAL BREAK
SCROLL TO CONTINUE READING

 


ଏହି ହତ୍ୟା ଘଟଣା ସହ ଉଭୟଙ୍କ ସମ୍ପର୍କ କ'ଣ ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ, ସୁଧୀର ସୁରୀ ଗୋପାଳ ମନ୍ଦିର ବାହାରେ ଅଳିଆଗଦାରୁ ଭଗବାନଙ୍କ ମୂର୍ତ୍ତି ମିଳିବା ଘଟଣାର ବିରୋଧ କରି ମନ୍ଦିର ବାହାରେ ଧାରଣାରେ ବସିଥିଲେ। ସେହି ସମୟରେ ସନ୍ଦୀପ ସିଂହ ତାଙ୍କ ଉପରକୁ ଗୁଳି ୫ ରାଉଣ୍ଡ ଗୁଳି ଚଳାଇଥିଲା ଅଭିଯୁକ୍ତ ସନ୍ଦୀପ । ପୋଲିସ ଅଭିଯୁକ୍ତ ସନ୍ଦୀପ ସିଂହଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ସନ୍ଦୀପଙ୍କ ସହ ଆଉ କେଉଁ ମାନେ ରହିଛନ୍ତି ସେନେଇ ପଚରାଉଚରା ଆରମ୍ଭ କରିଛି ପୋଲିସ । 


ଏହାବି ପଢନ୍ତୁ : Bipasha Basu: ପୁଣି ବେବି ବମ୍ପ ସହ ନଜର ଆସିଲେ ବ୍ଲାକ୍ ବିୟୁଟି, ନୂଆ ବର୍ଷ ପୂର୍ବରୁ ଆସିବେ ନୂଆ ଅତିଥି


ଏହାବି ପଢନ୍ତୁ : Sajid Khan: ସାଜିଦଙ୍କ ପାଇଁ 'ଗଧ' ଓ 'ଚର୍ବି ଦୋକାନ' ମୁହାଁମୁହିଁ


ଏହା ପୂର୍ବରୁ ଅଭିନେତା ସୁଶାନ୍ତ ସିଂହ ଆତ୍ମହତ୍ୟା ପରେ ବଲିଉଡରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିଥିଲା। ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏନସିବି ।  ଏଥିରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିଲା। ଏହି ଘଟଣାରେ ସୁଶାନ୍ତ ସିଂହଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇ ଥିଲା । ଏହି ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା । ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଡ୍ରଗ୍ସ ମାମଲାରେ ଭାରତୀ ସିଂହଙ୍କ ନାଁ ମଧ୍ୟ ଥିଲା।  ପରେ ଏନସିବି ଭାରତୀ ଓ ହର୍ଷଙ୍କ ଘରେ ଏନ୍‌ସିବି ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଭାରତୀଙ୍କ ଘରୁ ୮୬ ଗ୍ରାମର ଗଞ୍ଜେଇ ଜବତ ହୋଇଥିଲା। ପଚରାଉଚରା ବେଳେ ଭରତୀ ଓ ହର୍ଷ ଉଭୟ ଗଞ୍ଜେଇ ସେବନ କରୁଥିବା କଥା ସ୍ୱୀକାର କରିଥିଲେ। ଏହାପରେ ଉଭୟଙ୍କୁ ଏନ୍‌ଡିପିସି ଆକ୍ଟ ୧୯୮୬ ଆଧାରରେ ଗିରଫ କରାଯାଇଥିଲା। ପରେ ଉଭୟ ବେଲରେ ବାହାରକୁ ଆସିଥିଲେ । ହେଲେ ଏହି ଘଟଣାରେ ଗତ ୭ ଦିନ ତଳେ ମୁମ୍ବାଇ କୋର୍ଟରେ ଏସସିବି ୨୦୦ ପୃଷ୍ଠାର ସମ୍ବଳିତ ଚାର୍ଜସିଟ ଦାଖଲ କରିଛି ।