Sajid Khan: ସାଜିଦଙ୍କ ପାଇଁ 'ଗଧ' ଓ 'ଚର୍ବି ଦୋକାନ' ମୁହାଁମୁହିଁ
Advertisement

Sajid Khan: ସାଜିଦଙ୍କ ପାଇଁ 'ଗଧ' ଓ 'ଚର୍ବି ଦୋକାନ' ମୁହାଁମୁହିଁ

Sajid Khan: ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ସାଜିଦ୍ ଖାନଙ୍କ ପାଇଁ ମୁହାଁମୁହିଁ ହୋଇଛନ୍ତି ସେର୍ଲିନ ଚୋପ୍ରା ଓ ରାକ୍ଷୀ ସାଓ୍ବନ୍ତ । ବିଗବସ ପ୍ରତିଯୋଗୀ ସାଜିଦ ଖାନଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ସେର୍ଲିନ ତାଙ୍କୁ ଗିରଫ କରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ଡ୍ରାମାକୁଇନ ରାକ୍ଷୀ ଜାଭେଦଙ୍କୁ ନିର୍ଦ୍ଦୋଶ ବୋଲି କହିଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Sajid Khan: ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ସାଜିଦ୍ ଖାନଙ୍କ ପାଇଁ ମୁହାଁମୁହିଁ ହୋଇଛନ୍ତି ସେର୍ଲିନ ଚୋପ୍ରା ଓ ରାକ୍ଷୀ ସାଓ୍ବନ୍ତ । ବିଗବସ ପ୍ରତିଯୋଗୀ ସାଜିଦ ଖାନଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ସେର୍ଲିନ ତାଙ୍କୁ ଗିରଫ କରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ଡ୍ରାମାକୁଇନ ରାକ୍ଷୀ ଜାଭେଦଙ୍କୁ ନିର୍ଦ୍ଦୋଶ ବୋଲି କହିଛନ୍ତି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସେର୍ଲିନ ଚୋପ୍ରା ଓ ରାକ୍ଷୀ ସାଓ୍ବନ୍ତ । 

ରାକ୍ଷୀଙ୍କ ଉପରେ ବର୍ଷିଲେ ସେର୍ଲିନ ଚୋପ୍ରା :
ନିକଟରେ ସେର୍ଲିନ ଚୋପ୍ରା ଗଣମାଧ୍ୟମ ଆଗରେ ରାକ୍ଷୀ ସାୱନ୍ତଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। କୁହାଯାଏ ଯେ, ରାକ୍ଷୀ ସାୱନ୍ତ କେବଳ ବିଳାସପୂର୍ଣ୍ଣ ହୋଟେଲରେ ବ୍ୟକ୍ତିଗତ ଇଭେଣ୍ଟ କରନ୍ତି ନାହିଁ ବରଂ ଏହା ମଧ୍ୟ କରିଥା’ନ୍ତି । ସେ ସ୍ୱାମୀ ଏବଂ ପ୍ରେମିକମାନଙ୍କୁ  ଦେଢ ବର୍ଷ ପର୍ଯ୍ୟନ୍ତ  ନିଜ ପାଖରେ ରଖନ୍ତି । ଏବଂ ସେମାନଙ୍କ ଠାରୁ ସବୁ କିଛି ଲୁଟି ନେଇ ପୁଣି ଛାଡି ଦିଅନ୍ତି । 

ଏହାବି ପଢନ୍ତୁ : Miss World Controversy: ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ଜାଲିଆତି ! ଦେଶୀ ଗାର୍ଲଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ

 

 

 

ସେର୍ଲିନ କହିଲେ ଜେଲ ଯିବେ ସାଜିଦ୍ ଖାନ୍ :
ସେର୍ଲିନ ଚୋପ୍ରା ମଧ୍ୟ ଏଭଳି ପରିସ୍ଥିତିରେ କହିଛନ୍ତି ଯେ ,ସେ ଖୁବ ଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଛନ୍ତି। ସେ ରାଜ୍ୟପାଳଙ୍କୁ ମଧ୍ୟ ଭେଟିବେ । ଏବଂ ସାଜିଦ ଖାନ ଜେଲକୁ ନ ଯିବା ପର୍ଯ୍ୟନ୍ତ ସେ ଏହି ଯୁଦ୍ଧ ବନ୍ଦ କରିବେ ନାହିଁ। ଏହାସହ ସେ ରାକ୍ଷୀଙ୍କୁ କଡା ଭତ୍ସନା ମଧ୍ୟ କରିଛନ୍ତି । ପୂର୍ବରୁ ରାକ୍ଷୀଙ୍କୁ ମଧ୍ୟ ସେର୍ଲିନ 'ଚର୍ବି ଦୋକାନ' ବୋଲି କହି କଟାକ୍ଷ କରିଥିଲେ

ସେର୍ଲିନଙ୍କୁ ଗଧ କହିଲେ ରାକ୍ଷୀ ସାଓ୍ବନ୍ତ :

ରାକ୍ଷ ସାୱନ୍ତ ସେର୍ଲିନ ଚୋପ୍ରାଙ୍କୁ ଏକ ଗଧ ବୋଲି କହିଛନ୍ତି , ସେ ଆହୁରୀ କହିଛନ୍ତି, ଯେ ବର୍ଷ ବର୍ଷ ଧରି ସେର୍ଲିନ ପୁରୁଷମାନଙ୍କୁ  ବ୍ଲାକମେଲିଂ କରିଆସୁଛନ୍ତି । ଏବଂ ପର୍ଣ୍ଣ ଭିଡିଓ ତିଆରି କରନ୍ତି  । ମୁଁ ତାଙ୍କୁ ଅନେକ ବର୍ଷ ଧରି ଜାଣିଛି, ସେ ମଦ ପିଅନ୍ତି । ଏହା ପରେ ସେ ନିର୍ଦ୍ଦେଶକ ଏବଂ ନିର୍ମାତାମାନଙ୍କୁ ଭିଡିଓ ଦେଖାଇ ବ୍ଲାକମେଲ କରନ୍ତି ଆଉ ଟଙ୍କା ମଧ୍ୟ ଦାବି କରନ୍ତି । ସେ ଜଣେ ପର୍ଣ୍ଣ ଷ୍ଟାର ଏବଂ ଏହା ହେଉଛି ତାଙ୍କର ବ୍ୟବସାୟ । 

ସୂଚନା ଅନୁସାରେ, ବର୍ତ୍ତମାନ ବିଗବସ ୧୬ର ପ୍ରତିଯୋଗୀ ଅଛନ୍ତି ସାଜିଦ୍ । ସାଜିଦ୍ ବିଗବସରେ ଏଣ୍ଟ୍ରି କରିବା ପରେ ଆରମ୍ଭ ହୋଇଥିଲା ବିବାଦ । ସେଲିବ୍ରେଟି ତଥା ମଡେଲ ସେର୍ଲିନ ଚୋପ୍ରା ସାଜିଦଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ  ଆଣିଥିଲେ ।ପରେ ଏନେଇ ଆରମ୍ଭ ହୋଇଥିଲା ବିବାଦ। ପରେ ବିଗବସରୁ ସାଜିଦଙ୍କୁ ବାହାର କରିବା ପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କୁ ଚିଠି ଲେଖିଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା । ପରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦୁଷ୍କର୍ମ ଧମକ ମିଳିଥିଲା । ମି' ଠୁ ଅଭିଯାନ ବେଳେ ସାଜିଦ ଖାନ୍‌ଙ୍କ ବିରୋଧରେ ୧୦ ଜଣ ଅଭିନେତ୍ରୀ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । ଅଭିଯୋଗ ମୁତାବକ ହାଉସଫୁଲ୍‌ ୪ ଓ ହମ୍‌ଶକଲରେ ରୋଲ୍‌ ପାଇବାକୁ ଆସିଥିବା କିଛି ପ୍ରତିଯୋଗୀଙ୍କୁ ଅଡିଶନ ନାମରେ ନିର୍ବସ୍ତ୍ର ହେବାକୁ କହିଥିଲେ ସାଜିଦ ଖାନ୍‌ । ସାଜିଦଙ୍କ ଏହି ହରକତ ପାଇଁ ତାଙ୍କୁ ବର୍ଷେ ପାଇଁ ଇଣ୍ତିଆନ ଫିଲ୍ମ ଆଣ୍ତ ଟେଲିଭିଜନ ଡିରେକ୍ଟର୍ସ ଆସୋସିଏସନରୁ ନିଲମ୍ବିତ କରାଯାଇଥିଲା।