Prabhas In Siddharth Anand Film: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। 'ପଠାନ'ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଆଗାମୀ ପ୍ରୋଜେକ୍ଟରେ ନଜର ଆସିବେ ବାହୁବଳୀ । ତେବେ ଫିଲ୍ମଟି ବଡ ବଜେଟର ବୋଲି ଶୁଣିବାକୁ ମିଳୁଛି । ତେବେ, ପ୍ରଭାସଙ୍କ ଏହି ଆଗାମୀ ମୁଭିଟି ଆକ୍ସନ ଫିଲ୍ମ ହେବ। ବଲିଉଡ ପରେ ଏବେ ସିଦ୍ଧାର୍ଥ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି।  ଯେଉଁଥିରେ ପ୍ରଭାସ ମୁଖ୍ୟ ଭୂମିକାରେ ଅଭିନୟ କରିବେ।


COMMERCIAL BREAK
SCROLL TO CONTINUE READING

ଏହି ଫିଲ୍ମ ପାଇଁ ପ୍ରଭାସଙ୍କ ନାଁ ସିଲେକସନ ହୋଇଛି :
ନିକଟରେ ମାଇଥ୍ରି ଚଳଚ୍ଚିତ୍ର ନିର୍ମାତା ନବୀନ ୟେରନେନି (Naveen Yerneni of Mythri Movie Makers) ପ୍ରଭାସଙ୍କ ସହ ଏକ ନୂଆ ପ୍ରୋଜେକ୍ଟ ଘୋଷଣା କରିଛନ୍ତି । ଏନେଇ ସେ ନିଜ ଟ୍ୱିଟର ହ୍ୟାଣ୍ତେଲରେ ମଧ୍ୟ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ 'ପଠାନ୍' ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ। ଖବର ଅନୁଯାୟୀ,ପାନ୍ ଇଣ୍ଡିଆ ଚଳଚ୍ଚିତ୍ର ପାଇଁ ସିଦ୍ଧାର୍ଥ ପ୍ରଭାସଙ୍କ ନିକଟକୁ ଯାଇଛନ୍ତି। ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ହୋଇପାରେ । ଯଦିଓ ଫିଲ୍ମର ନାମ ଏବଂ ବାକି ଷ୍ଟାର କାଷ୍ଟ ବିଷୟରେ ଏ-ପର୍ଯ୍ୟନ୍ତ ଅଧିକ ସୂଚନା ମିଳିନାହିଁ । 


 



ଏହି ଫିଲ୍ମଟି ଚଳିତ ବର୍ଷ ପରଦାକୁ ଆସିବ:


ନନ୍ଦାମୌରୀ ବାଲକ୍ରିଷ୍ଣାଙ୍କ ଚାଟ୍ ଶୋ (ଅନଷ୍ଟପେବୁଲ ଓ୍ବିଥ୍ ଏନବିକେ ସିଜନ୍ ୨)(Nandamuri Balakrishna's chat show 'Unstoppable with NBK Season 2')ର ନୂତନ ଏପିସୋଡରେ ନବୀନ ତାଙ୍କର ଏହି ଫିଲ୍ମ ବିଷୟରେ ଏକ ବଡ ଘୋଷଣା କରିଛନ୍ତି । ନିର୍ଦ୍ଦେଶକ ଗୋପୀଚାନ୍ଦ ମଲିନେନି, ସ୍କ୍ରିନ୍ ରାଇଟର୍ ସାଇ ମାଧବ ବୁରା ଏବଂ ନିର୍ମାତା ୟ୍ବାଇ.ରବି ଶଙ୍କର ମଧ୍ୟ ସେଠାରେ ଥିଲେ। ଏହାପୂର୍ବରୁ ପିଙ୍କଭିଲ୍ଲାର ଏକ ରିପୋର୍ଟରେ କୁହାଯାଇଥିଲା ଯେ ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ୨୦୨୩ରେ ବକ୍ସ ଅଫିସରେ ଧମାଲ ମଚାଇବ। ତେବେ ପ୍ରଭାସଙ୍କ ଏହି ଆଗାମୀ ଫିଲ୍ମକୁ ନେଇ ସିର୍ଦ୍ଧାର୍ଥ ଓ ପ୍ରଭାସଙ୍କ ମଧ୍ୟରେ ହାଇଦ୍ରାବାଦରେ ଏକ ମିଟିଂ ମଧ୍ୟ ନିକଟରେ ହୋଇଥିଲା। 


Also Read : Amrita Singh: ସାରା କରୀନଙ୍କ ସମ୍ପର୍କକୁ ନେଇ ଏମିତି କିଛି କହିଲେ ଅମୃତା, ବେବୋଙ୍କ ସହ ନାହିଁ କୌଣସି...


ପ୍ରଭାସ ସିଦ୍ଧାର୍ଥଙ୍କ ଆଗାମୀ ଫିଲ୍ମର କାହାଣୀକୁ ନେଇ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏବଂ ଫିଲ୍ମର ସ୍କ୍ରିପ୍ଟ ପଢିବା ପରେ କାହାଣୀଟି ବାହୁବଳୀଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି। ତେବେ ଚଳିତ ବର୍ଷ  ପ୍ରଭାସଙ୍କ ଆଉ ଏକ ଫିଲ୍ମ 'ଆଦିପୁରୁଷ' ରିଲିଜ ହେବ। ଏଥିପାଇଁ ଅଭିନେତା ମଧ୍ୟ ନିଜକୁ  ପ୍ରସ୍ତୁତ କରିଛନ୍ତି।  ପ୍ରଭାସ 'ଆଦିପୁରୁଷ'ରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ସହ ବଲିଉଡ ଅଭିନେତ୍ରୀ କ୍ରିତି ସାନନ ମାତା ସୀତା ଭୂମିକାରେ ନଜର ଆସିବେ। 'ବାହୁବଳୀ'ର ସଫଳତା ପରେ ପ୍ରଭାସ ପାନ ଇଣ୍ଡିଆ ଷ୍ଟାର ଆଖ୍ୟା ପାଇଥିଲେ। ଚଳଚ୍ଚିତ୍ରଟି ବିଶ୍ୱ ସ୍ତରରେ ବେଶ ସଫଳତା ମଧ୍ୟ ପାଇଥିଲା।