Adipurush: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଆଜି ଜନ୍ମଦିନ (Happy Birthday Prabhas) । ୪୪ ବର୍ଷରେ ପାଦ ଥାପିଛନ୍ତି ଏହି ସୁପରଷ୍ଟାର । ଏହି ଅବସରରେ ବହୁ କଳାକାର ଓ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ଆଦିପୁରୁଷର ନିର୍ମାତା ପ୍ରଭାସଙ୍କ ଜନ୍ମଦିନରେ ତାଙ୍କୁ ଏକ ସରପ୍ରାଇଜ୍ ଦେଇଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ନିର୍ମାତା 'ଆଦିପୁରୁଷ'ର ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି। ଏହି ପୋଷ୍ଟରରେ ଦେଖିବାକୁ ମିଳିଛି ଯେ, ପ୍ରଭାସ ହାତରେ ଏକ ଧନୁତୀର ଧରିଛନ୍ତି । ଏହି ପୋଷ୍ଟରକୁ ମଧ୍ୟ ପ୍ରଭାସ ନିଜ ଇନଷ୍ଟାରେ ସେୟାର କରିଛନ୍ତି । କ୍ୟାପସନ ଲେଖିଛନ୍ତି “ମର୍ଯ୍ୟଦା ପୁରୁଷତ୍ତମ ପ୍ରଭୁ ଶ୍ରୀରାମ, ଆଦିପୁରଷ ଫିଲ୍ମଟି ୨୦୨୩ ଜାନୁଆରୀ ୧୨ ତାରିଖରେ ରିଲିଜ୍ ହେବ ଆଇଏମଏକ୍ସ ଏବଂ ଥ୍ରୀଡିରେ# ଆଡିପୁରୁଷ”। ଏହି ଫିଲ୍ମର ନିର୍ଦ୍ଦେଶକ ରହିଛନ୍ତି ଓମ ରାଉତ୍ । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଏହି ଫିଲ୍ମର ଟଜର ରିଲିଜ୍ ହେବା ପରେ ବହୁ ବିବାଦ ଦେଖାଦେଇଥିଲା । ଏହାର କାରଣ ଥିଲା ଫିଲ୍ମରେ ବ୍ୟବହୃତ ହୋଇଥିବା ଖରାପ ଭିଏଫଏକ୍ସ (VFX)। ଆଦିପୁରୁଷର ଟିଜର (Adipurush Teaser) ପାଇଁ ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ୟୁଜର୍ସମାନେ VFX ଦେଖିବା ମାତ୍ରେ ଟିଜରକୁ ଟ୍ରୋଲ କରିବା ସହ କମେଣ୍ଟ ମଧ୍ୟ କରିଥିଲେ । କେହି କେହି ଥଟ୍ଟା କରି କାର୍ଟୁନ୍ ନେଟୱାର୍କ ଏବଂ ପୋଗୋ କାର୍ଟୁନ୍ ଚ୍ୟାନେଲ ବୋଲି କହିଥିଲେ। ରାବଣ ଏବଂ ହନୁମାନ ଚରିତ୍ରକୁ ନେଇ ବିବାଦ ମଧ୍ୟ ଦେଖାଦେଇଥିଲା। ଟିଜରକୁ ନେଇ ଟ୍ରୋଲ କରାଯାଇଥିବା ବେଳେ ଫିଲ୍ମରୁ କିଛି ଆପତ୍ତିଜନକ ଫଟୋ ହଟାଇବାକୁ ଦାବି ଉଠିଥିଲା । ଗୋଟିଏ ପଟେ ହିନ୍ଦୁ ସେନା ଫିଲ୍ମକୁ ନିଷେଧ କରିବାକୁ ଦାବି କରିଥିବା ବେଳେ ଅନ୍ୟପଟେ ମଧ୍ୟପ୍ରଦେଶର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର(Madhya Pradesh Home Minister Narottam Mishra) ଫିଲ୍ମରୁ ଆପତ୍ତିଜନକ ଫଟୋ ହଟାଇବାକୁ ଦାବି କରିଥିଲେ। 


 



 


ଏହାବି ପଢନ୍ତୁ :Dream Girl 2 : କାହିଁକି ବଦଳିଲା 'ଡ୍ରିମ୍ ଗାର୍ଲ ୨'ର ରିଲିଜ୍ ଡେଟ, ଫିଲ୍ମ ନିର୍ମାତା କଲେ ବଡ ଖୁଲାସା


ଏହାବି ପଢନ୍ତୁ :Happy Birthday Prabhas: ୪୪ ବର୍ଷରେ ବାହୁବଳୀ, ୬୦୦୦ ବିବାହ ପ୍ରସ୍ତାବକୁ କାହିଁକି ମନା କରିଥିଲେ ପ୍ରଭାସ


ଆଦିପୁରୁଷ (Adipurush) ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ (  Ramayan) ଉପରେ ଆଧାରିତ। ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ ପ୍ରଭାସ।  ଅଭିନେତ୍ରୀ କିର୍ତ୍ତୀ ସାନନ୍ (Kriti Sanon) ସୀତା ମାତା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସେଫ୍ ଅଲ୍ଲୀ ଖାନ୍ (Saif Ali Khan) ଓ ସନ୍ନି ସିଂ(Sunny Singh) ମଧ୍ୟ ନଜର ଆସିବେ। ସେଫ୍ ରାବଣ ଭୂମିକାରେ ଏ ଫିଲ୍ମରେ ଅଭିନୟ କରିଥିବା ବେଳେ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ରହିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ। ଫିଲ୍ମର ବଜେଟ ରହିଛି ୫୦୦ କୋଟି।  ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ ।