ଭୁବନେଶ୍ୱର: ପାରିବାରିକ ବିବାଦ (Family drama) ଏବେ ବୃତ୍ତିଗତ ଜୀବନ ଉପରେ ଗୁରୁତର ଭାବେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଏକଥା ଆମେ ଏଇଥି ପାଇଁ କହୁଛୁ କି, କ୍ୟାରିୟରରେ ସଫଳତାର ପାହାଚ ଚଢୁଥିବା ପ୍ରକୃତିଙ୍କ ପାଇଁ ବିବାଦ ଏବେ ମହଙ୍ଗା ପଡ଼ିଛି। ନିକଟରେ ବାବୁସାନ (Babusan Mohanty) ଓ ପ୍ରକୃତିଙ୍କ (Prakruti Mishra) ବିବାଦ ସାମ୍ନାକୁ ଆସିବା ପରେ ବେଶ ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ନେଇ ପରୋକ୍ଷରେ ବାବୁସାନଙ୍କ ପତ୍ନୀ ତୃପ୍ତି ଓ ମା ତଥା ଅଭିନେତ୍ରୀ ଅପରାଜିତାଙ୍କ ଉପରେ ବର୍ଷିଥିଲେ। ତେବେ ତାହା ପାରିବାରିକ କଳହ ରହିଥିବା ବେଳେ ଏବେ ତାହାକୁ ନେଇ ତାଙ୍କ ବୃତ୍ତିଗତ ଜୀବନ (Professional Life) ପ୍ରଭାବିତ ହୋଇଛି। 


COMMERCIAL BREAK
SCROLL TO CONTINUE READING

ସେପଟେ ଶୁଣିବାକୁ ମିଳୁଛି ଉଭୟେ ଚେନ୍ନାଇରେ ଏକାଠି ରହିଥିଲେ। ଯେଉଁଦିନ ବାବୁସାନଙ୍କୁ ତାଙ୍କ ଧର୍ମପତ୍ନୀ ତୃପ୍ତି ଧରିଥିଲେ, ସେହିଦିନ ବାବୁସାନ ଚେନ୍ନାଇ ଚାଲିଯାଇଥିଲେ। ତାଙ୍କର କୌଣସି ଏକ କାର୍ଯ୍ୟରେ ସେ ଚେନ୍ନାଇ ଯାଇଥିବା ନେଇ ପରବର୍ତ୍ତି ସମୟରେ ସୋସିଆଲ ମିଡ଼ିଆରେ ପ୍ରକାଶ କରିଥିଲେ। ତେବେ ଝଡର ରୂପ ନେଇଥିବା ପାରିବାରିକ ବିବାଦ ପ୍ରକୃତିଙ୍କ ପାଇଁ ଧିରେ ଧିରେ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି। 


ପାରିବାରିକ ବିବାଦ ପାଇଁ ପ୍ରକୃତିଙ୍କ ହାତରୁ ବିଜ୍ଞାପନ ଖସିବା ଆରମ୍ଭ ହୋଇଛି। ଆଜି ତନିସ୍କ ପ୍ରକୃତିଙ୍କୁ ବିଜ୍ଞାପନରୁ ହଟାଇ ଦେଇଛି। ଏପରିକି ପ୍ରକୃତିଙ୍କ ଫଟୋ ଥିବା ସମସ୍ତ ହୋଡ଼ିଂ, ପୋଷ୍ଟରକୁ ମଧ୍ୟ ରାଜଧାନୀରୁ ମଧ୍ୟ ଉକ୍ତ ସଂସ୍ଥା ଦ୍ୱାରା ହଟାଇ ଦିଆଯାଇଛି। ରାସ୍ତାରେ ଲାଗିଥିବା ବିଜ୍ଞାପନର ହୋଡିଂ ମଧ୍ୟ କାଢ଼ିଦିଆ ହୋଇଛି। ପାରିବାରିକ ବିବାଦକୁ ଆଖି ଆଗରେ ରଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ରଥଯାତ୍ରା ପୂର୍ବରୁ ଏହି ବିଜ୍ଞାପନରେ ପ୍ରକୃତି ନଜର ଆସିଥିଲେ ।


ସୂଚନାଯୋଗ୍ୟ ମଙ୍ଗଳବାର ଚେନ୍ନାଇରୁ ଫେରିବା ପରେ ପ୍ରକୃତିଙ୍କ ଘରେ ପହଞ୍ଚି ଥିଲା ପୋଲିସ। ପ୍ରକୃତିଙ୍କ ବୟାନ ମଧ୍ୟ ରେକର୍ଡ଼ ହୋଇଛି। ପୋଲିସକୁ ଯାହା ଉତ୍ତର ଦେବା କଥା ପ୍ରକୃତି ଦେଇସାରିଛନ୍ତି । ଘଟଣାସ୍ଥଳରେ ଆମେ ଉପସ୍ଥିତ ନଥିବାରୁ ଅଭିଯୋଗ ଦାୟର କରିଥିଲୁ ବୋଲି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ପ୍ରତିକ୍ରିୟା ରଖିଥିଲେ ।


ସେପଟେ ଚେନ୍ନାଇରୁ ଆଜି ଆସି ପହଞ୍ଚିଛନ୍ତି ବାବୁସାନ। ବାବୁସାନ ପହଞ୍ଚିବା ପରେ କୌଣସି ମାମଲାରେ ମୁହଁ ଖୋଲି ନାହାନ୍ତି ବାବୁସାନ। ବିମାନବନ୍ଦରରେ ପହଞ୍ଚିବା ପରେ ବାବୁସାନ କେବଳ ତାଙ୍କ ବାପା ମାଙ୍କୁ ଭେଟିବାକୁ ଚାହୁଁଥିବା ନେଇ କହିଛନ୍ତି। ଆସନ୍ତା ଦୁଇ ଦିନ ପରେ ସେ ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେବେ ବୋଲି ବାବୁସାନ ମା ଅପରାଜିତାଙ୍କୁ କହିଛନ୍ତି।