Pratikshya Movie Review: ଦୀର୍ଘବର୍ଷ ପରେ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ଏମିତି ଏକ ଫିଲ୍ମ ନିର୍ମାଣ କରାଯାଇଛି ଯାହାର ରିଲିଜ ଠାରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ଲୋକଙ୍କ ମୁହଁରୁ ପ୍ରଂଶସା ସରୁନି। ଆଉ ସେହି ଫିଲ୍ମ ହେଉଛି ପ୍ରତୀକ୍ଷା । ବାବୁସାନଙ୍କ ଓଡ଼ିଆ ଫିଲ୍ମ ଦମନ ପରେ ପ୍ରତୀକ୍ଷା ଏବେ ଲାଇମ ଲାଇଟରେ ଅଛି। ରିଲିଜର ପ୍ରଥମ ଦିନରେ ଓଡ଼ିଶାର ୨୦ଟି ହଲରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ରାଜଧାନୀ ଭୁବନେଶ୍ବରର ୬ଟି ସିନେମା ହଲରେ ଏହି ଫିଲ୍ମ ପରଦାକୁ ଆସିଛି । ଫିଲ୍ମଟିର ଫାଷ୍ଟ ଡେ ଫାଷ୍ଟ ଶୋ'ରେ ଦର୍ଶକଙ୍କ ଖଚାଖଚ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା। ଦର୍ଶକଙ୍କ ହୃଦୟକୁ ଛୁଉଁଛି ଏହି ଫିଲ୍ମ।  


COMMERCIAL BREAK
SCROLL TO CONTINUE READING

ତେବେ ଆଜି ରାଜ୍ୟ ବାହାରେ ଏହି ଫିଲ୍ମ ରିଲିଜ ହୋଇଛି। ରାଜ୍ୟ ଭିତରେ ଫିଲ୍ମର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆଜି ଠାରୁ ଏହାକୁ ଓଡି଼ଶା ବାହାରେ ହଲ ମାନଙ୍କରେ ରିଲିଜ କରାଯାଇଛି। ବେଙ୍ଗାଲୁରୁ, ପୁଣେ ଓ ମୁମ୍ବାଇରେ ଏହି ଫିଲ୍ମକୁ ରିଲିଜ କରାଯାଇଛି । ତେବେ ଆଶା କରାଯାଉଛି ଯେ, ରାଜ୍ୟ ବାହାରେ ମଧ୍ୟ ଭଲ ରେସପନ୍ସ ଆଣିବ ଫିଲ୍ମ ପ୍ରତୀକ୍ଷା (Film Pratikshya)। ସେହିପରି ଫିଲ୍ମର ଟିକେଟ ଦାମ ବିଭିନ୍ନ ହଲ ମାନଙ୍କରେ ଭିନ୍ନ ଭିନ୍ନ ରହିଛି । ଟିକେଟର ଦାମ ୨୦୦ ରୁ ଆରମ୍ଭ କରି ୬୦୦ ପର୍ଯ୍ୟନ୍ତ ରହିଛି।


Also Read: Netflix India: ବିବାଦରେ Netflix, ଏହି ୱେବସିରିଜ ପାଇଁ କାଠଗଡାରେ ଓଟିଟି ପ୍ଲାଟଫର୍ମ


ପ୍ରତୀକ୍ଷା ଫିଲ୍ମଟି ମଧ୍ୟ 'ଦମନ' (Daman) ପରି ବକ୍ସ ଅଫିସରେ ହିଟ୍ କରିବ ବୋଲି ଆଶା କରାଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର। ଫିଲ୍ମଟିର ନିର୍ଦ୍ଦେଶକ ଅଛନ୍ତି ଅନୁମପ ପଟ୍ଟନାୟକ । 'ପ୍ରତୀକ୍ଷା' ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ । ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋୟୀ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି। ନିକଟରେ (ଆଇଏଫ୍‌ଏଫ୍‌ଆଇ)ରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' । ଏହି ଚଳଚ୍ଚିତ୍ରକୁ ହିନ୍ଦୀ ଭାଷାରେ ରିମେକ୍‌ କରିବା ଲାଗି ଘୋଷଣା କରି ସାରିଛନ୍ତି ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର୍‌ (Anupam Kher)। 


Also Read:  Ram Gopal Varma Kissing Video: ଲାଇଭ୍ ଶୋ'ରେ ଅଭିନେତ୍ରୀଙ୍କ ପାଦ ଚୁମିଲେ ରାମ ଗୋପାଲ ବର୍ମା, ଭିଡିଓ ଭାଇରାଲ୍


ଓଡି଼ଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' (Pratikshya)ଏକ ଫ୍ୟାମିଲି ଡ୍ରାମା ଉପରେ ଆଧାରିତ ।  କିଭଳି ଜଣେ ମଧ୍ୟବିତ ପରିବାର ଯୁବକ ସରକାରୀ ଚାକିରୀ ପଛରେ ଗୋଡାଇ ଗୋଡାଇ ନିରାଶ ହେବା, ଚାକିରୀ ସହ ପରିବାରକୁ କେମିତି ନିୟନ୍ତ୍ରଣ ରେ ରଖିବା ଏଥିରେ ପ୍ରଦର୍ଶିତ କରାଯାଇଛି। ରୋଜଗାର ଲାଗି ସଂଘର୍ଷ  , ଘରେ ବୃଦ୍ଧ ବାପାଙ୍କ ଚିନ୍ତା, ବାହାଘର ଲାଗି ଅପେକ୍ଷାରତ ପ୍ରେମିକା ଏବଂ ଶେଷରେ ପରିବାରର ଏକମାତ୍ର ରୋଜଗାରିଆ ପିତାଙ୍କର ମୃତ୍ୟୁ ପରିସ୍ଥିତିର କାହାଣୀକୁ ଅତି ନିଚ୍ଛକ ଭାବେ ପ୍ରଦର୍ଶିତ କରାଯାଇଛି। ମୁଭି ରିଲିଜ ପୂର୍ବରୁ ଏହାର ୩ ମିନିଟ୍ ୬ ସେକେଣ୍ତରେ ଟ୍ରେଲରଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସିଥିଲା । ସେବେଠାରୁ ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହ ସହକାରେ ଅପେକ୍ଷା କରିଥିଲେ ଦର୍ଶକ ।