Love In London: ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ରଜ (Raja) ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଥିବା ବିଗ ବଜେଟର ଫିଲ୍ମ (big budget movies) "ଲଭ ଇନ ଲଣ୍ଡନ" ର ପ୍ରି-ରଜ ସେଲିବ୍ରେସନ ସ୍ଥାନୀୟ ଉତ୍କଳ କନିକା ଗ୍ୟାଲେରିଆ (utkal kanika galleria) ଠାରେ ଜନଗହଳି ପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି (Anubhav Mohanty)ଙ୍କ ସହିତ ତାଙ୍କର ଦୁଇ ନବାଗତ ନାୟିକା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବା, ସହ ଅଭିନେତା ସରୋଜ ତଥା ଅନ୍ୟାନ୍ୟ ସମସ୍ତ କଳାକାର (Actors) ଉପସ୍ଥିତ ଥିଲେ । ଫିଲ୍ମ ଲଭ ଇନ ଲଣ୍ଡନରେ ଏକା ସାଙ୍ଗରେ ୪ ଜଣ ସଙ୍ଗୀତ ନିର୍ଦ୍ଦେଶକ (Music director) ବୈଦ୍ୟନାଥ ଦାଶ, ଅସଦ ନିଜାମ, ଡ଼ଃ ବିନୟ ରଥ ଏବଂ ସୋମେଶ ଶତପଥି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

କଣ୍ଠଶିଳ୍ପୀ ଅସୀମା ପଣ୍ଡା (Asima panda), ହ୍ୟୁମାନ ସାଗର (Human sagar), କୁଲଦୀପ ପଟ୍ଟନାୟକ ରଜ ପ୍ରି-ସେଲିବ୍ରେସନ ରେ ଉପସ୍ଥିତ ରହି ଫିଲ୍ମର ଗୀତ ଗୁଡିକୁ ଦର୍ଶକଙ୍କ ସାମ୍ନାରେ ପରିବେଷଣ କରି ପରିବେଶ ଟିକୁ ସଙ୍ଗୀତମୟ କରିଦେଇଥିଲେ । ଫିଲ୍ମ "ଲଭ ଇନ ଲଣ୍ଡନ" ର ଏଭଳି ପ୍ରୟାସକୁ ଉପସ୍ଥିତ ଥିବା ଶହ ଶହ ଦର୍ଶକ ବହୁତ ପ୍ରଶଂସା କରିଥିଲେ ଏବଂ ଆସନ୍ତା ୧୩ ଜୁନରେ ନିକଟସ୍ଥ ପ୍ରେକ୍ଷାଳୟ (Film hall)କୁ ଯାଇ ଫିଲ୍ମ ଦେଖିବାପାଇଁ ପ୍ରତିକ୍ରିୟା ଜଣାଇଥିଲେ । ଦୀର୍ଘ ୬ ବର୍ଷ ପରେ ରଜରେ ଅନୁଭବ ମହାନ୍ତିଙ୍କ ଫିଲ୍ମ ଆସୁଥିବାରୁ ଅନେକ ଦର୍ଶକ ଅନୁଭବଙ୍କ ସହିତ ସିଧାସଳଖ କଥା ହୋଇ ନିଜର ଉତ୍କଣ୍ଠା ପ୍ରକାଶ କରିଥିଲେ । ପ୍ରତିକ୍ରିୟାରେ ଅନୁଭବ କହିଥିଲେ ଆମେ ଭଲ ଓଡ଼ିଆ ଫିଲ୍ମ ନିର୍ମାଣ କରି ଦର୍ଶକଙ୍କ ମନ ଜିଣିବାକୁ ଚାହୁଁଛୁ ଏବଂ ଦର୍ଶକମାନେ ପୂର୍ବରୁ ଯେମିତି ଓଡ଼ିଆ ଫିଲ୍ମ ପ୍ରତି ରୁଚି ରଖୁଥିଲେ ଏବେ ସେଇ ସମୟ ଫେରିଆସିଚି । ରଜ ଆମ ଓଡ଼ିଶା ମାଟିର ଗଣ ପର୍ବ, ତେଣୁ ଆମେ ପ୍ରୟାସ କରିଛୁ ଭଲ ସ୍ୱାଦର ଫିଲ୍ମ ଆପଣ ମାନଙ୍କୁ ଭେଟି ଦେବୁ । ଯାହା ସପରିବାର ସହ ନିକଟସ୍ଥ ପ୍ରେକ୍ଷାଳୟକୁ ଆସି ଦେଖିପାରିବେ । ଉପସ୍ଥିତ ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠାକୁ ଅନୁଭବ ନିଜେ ମଧ୍ୟ ଅନୁଭବ  କରିଥିଲେ । ବାହାନଗା ଟ୍ରେନ ଟ୍ରଜେଡି (train tragedy)ରେ ପୀଡିତ ଙ୍କ ପାଇଁ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର  ଲାଭାଂଶ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (chief minister's relief fund)କୁ ଦେଇ ଏହି ଦୁଃଖଦ ଘଟଣାରେ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସୁପରଷ୍ଟାର (Superstar) ଅନୁଭବ ମହାନ୍ତି ଏବଂ ପ୍ରଯୋଜକ ପୁଣିଥରେ ପ୍ରକାଶ କରିଥିଲେ ।


ଅନ୍ୟପଟେ ଏହି ସିନେମା ରଜ ଅବସରରେ ରିଲିଜ୍ ହେଉଥିବାରୁ ସିନେପ୍ରେମୀଙ୍କ ମନରେ ଉତ୍କଣ୍ଠା ଭରି ରହିଛି । ଅନୁଭବ ମହାନ୍ତିଙ୍କ ଏହି ସିନେମା ଦେଖିବାର ସୁଯୋଗ କେବେହେଲେ ହାତ ଛଡା କରିବୁନି ବୋଲି ଅନେକ ବ୍ୟକ୍ତି ଗଣମାଧ୍ୟମ ଆଗରେ ମତବ୍ୟକ୍ତ କରିଛନ୍ତି । ଦୀର୍ଘ ଦିନ ପରେ ଅନୁଭବଙ୍କ ସିନେମା ଆସୁଛି ତାହା ପୁଣି ରଜ ସମୟରେ ଏହା ଆମ ପାଇଁ ସୌଭାଗ୍ୟର ବିଷୟ ବୋଲି ଅନୁଭବଙ୍କର ଜଣେ ଫ୍ୟାନ କହିଛନ୍ତି । ମୁକ୍ତିଲାଭ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରି -ରଜ ସେଲିବ୍ରେସନ ଉତ୍ସବ ରେ ସମସ୍ତ କଳାକାର, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀଙ୍କ ସମେତ ନିର୍ଦ୍ଦେଶକ ତାପସ ସରଘରିଆ, ଆମର ମ୍ୟୁଜିକର ଓଡିଶା ମୁଖ୍ୟ (Odisha head) ଦେବାଶିଷ ପଣ୍ଡା, "ଲଭ୍ ଇନ୍‌ ଲଣ୍ଡନ୍" ର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Also read- ମୁସଲିମ ପୁଅ ସହ ଫେରାର ହେଲା ଝିଅ: ମରିଗଲା କହି ପିଣ୍ଡ ଦେଇଦେଲେ ପରିବାର