Trending Photos
ନୂଆଦିଲ୍ଲୀ: ଜିଇଁ ଥାଉଥାଉ ନିଜ ରକ୍ତର ଝିଅକୁ ପରିବାର ଲୋକେ ଦେଇଛନ୍ତି ପିଣ୍ଡ ଦାନ । ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲାର ଏହି ଖବର ବର୍ତ୍ତମାନ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ସୃଷ୍ଟି କରିଛି । ଉକ୍ତ ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଝିଅଟିର ଭୁଲ୍ ଥିଲା ଜଣେ ମୁସଲିମ ପୁଅକୁ ପ୍ରେମ (Love) କରିବା । ପ୍ରେମ ସମ୍ପର୍କରେ ଘରେ ଖବର ପାଇବା ପରେ ଝିଅକୁ ବାରଣ କରିବା ସହ ଅନେକ ବୁଝେଇଥିଲେ । କିନ୍ତୁ ଝିଅଟି ମୁଣ୍ଡରେ ଏମିତି ପ୍ରେମ ନିଶା ଚଢିଥିଲା ଯେ, ଝିଅ କିଛି ନମାନି ମୁସଲିମ୍ ପୁଅ (Muslim boy)ଟି ସହ ଫେରାର ହୋଇ ଅନ୍ୟତ୍ର ବାହା ହୋଇଗଲା । ଯାହାଦ୍ୱାରା ପରିବାର ସଦସ୍ୟ ଖୁବ ଭାଙ୍ଗିପଡିଥିଲେ । ଝିଅଟିର ପରିବାର ଲୋକ କହିଛନ୍ତି ଯେ, ସେ ଆମ ପାଇଁ ମରି ସାରିଛି । ଆମେ ତାହାର ପିଣ୍ଡ ଦାନ କରିସାରିଛୁ । ବର୍ତ୍ତମାନ ଆମ ସହ ତାହାର କୌଣସି ସମ୍ପର୍କ (Relation) ନାହିଁ ।
ଜାଣିଲେ ଆହୁରୀ ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ବ୍ୟକ୍ତି ମରିଗଲେ ଯେପରି ଭାବରେ କ୍ରିୟା କର୍ମ କରାଯାଏ ଠିକ୍ ସେହିପରି ଢଙ୍ଗରେ ପରିବାର ଲୋକେ କର୍ମ କରିଛନ୍ତି । ପ୍ରଥମେ ଏକ ଶୋକ ବାର୍ତ୍ତା ପଠାଇ ପ୍ରିୟଜନଙ୍କୁ ନିମନ୍ତ୍ରଣ (Invitation) କରାଯାଇଥିଲା । ଉକ୍ତ କାର୍ଡରେ ସୁପୁତ୍ରି ବଦଳରେ କୁପୁତ୍ରି ଲେଖାଯାଇଥିବା ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ, ସ୍ୱର୍ଗତଃ ବଦଳରେ ନର୍କତଃ ବୋଲି ମଧ୍ୟ ଲେଖାଯାଇଥିଲା । ଜୁନ୍ ୧୧ ତାରିଖ ରବିବାର ଦିନ ଗୌରୀଘାଟରେ ଝିଅଟିର ପିଣ୍ଡଦାନ କାର୍ଯ୍ୟକ୍ରମ ଯଥା ରୀତିନୀତି ଅନୁସାରେ କରାଯାଇଥିଲା । ଏଥିସହ ପ୍ରିୟଜନଙ୍କ ପାଇଁ ଏକ ଭୋଜୀର ଆୟୋଜନ ମଧ୍ୟ କରାଯାଇଥିଲା ।
ସୂଚନା ମୁତାବକ, ମୁସଲିମ ପୁଅ ଆୟାଜ ଖାନ ସହ ଫେରାର୍ ହୋଇଥିବା ଝିଅର ନାମ ଅନାମିକା ଦୁବେ । ସେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇ ବଡ଼ ହୋଇଥିଲା । ଖୁବ୍ ଶ୍ରଦ୍ଧା ଓ ଭଲ ପାଇବା ମଧ୍ୟରେ ପରିବାର ସଦସ୍ୟ ତାକୁ ବଡ଼ କରିଥିଲେ । କିନ୍ତୁ ଝିଅଟି ବଡ଼ ହେବା ପରେ ଦିନେ ଏପରି ଯେ, ନିଷ୍ପତ୍ତି ନେବ ସେକଥା କିଏ ଜାଣିଥିଲା । ଘଟଣା ସମ୍ପର୍କରେ ପରିବାର ଲୋକେ ସେତେବେଳେ ଜାଣିଲେ ଯେତେବେଳେ ଅନାମିକା ଜୁନ୍ ୨ ତାରିଖ ଦିନ ଘରୁ ପଦାକୁ ଯାଇଥିଲେ । ବିବାହର ପ୍ଲାନିଂ କରି ଆୟାଜଙ୍କ ସହ କୋର୍ଟରେ ବିବାହ (marriage) କରିନେଇଥିଲେ ସେହି ଦିନ । ଏହାପରେ ସେମାନେ ପରିବାର ଲୋକଙ୍କୁ ଏସମ୍ପର୍କରେ ମଧ୍ୟ ଜଣାଇ ନଥିଲେ । ଅନ୍ୟମାନଙ୍କ ଠାରୁ ଏ ବିଷୟରେ ଜାଣିବା ପରେ ପରିବାର ଲୋକଙ୍କ ମନରେ କ୍ରୋଧ ଜାଗ୍ରତ ହୋଇଥିଲା । ସେ ପର୍ଯ୍ୟନ୍ତ କୋର୍ଟରୁ କୌଣସି ନୋଟିସ (notice) ପରିବାର ଲୋକଙ୍କୁ ମିଳିନଥିଲା । ପରିବାର ଲୋକେ ଜାଣିବା ପରେ ଜିଲ୍ଲା ଏସପିଙ୍କ ଅଫିସ (Sp office)କୁ ଯାଇ ଏକ ଏତଲା ମଧ୍ୟ ଦେଇଥିଲେ । ଏତଲା (fir)ରେ ଉଲ୍ଲେଖ କରିଥିଲେ ଯେ, ପ୍ରଲୋଭନ ଦେଖାଇ ତାଙ୍କ ଝିଅକୁ ମୁସଲିମ ଧର୍ମର ଯୁବକ ଆୟାଜ ବିବାହ କରିଛି । ଦୁଃଖର ସହ ଅନାମିକାଙ୍କ ମାଆ କହିଛନ୍ତି ଯେ, ଯାହାକୁ ମୁଁ ଗର୍ଭରେ ଧରି ଜନ୍ମ ଦେଇଥିଲି, ଶେଷରେ ସେ ମୋ ସହ ବିଶ୍ୱାସଘାତକତା କଲା । ସେହିପରି ଅନାମିକାଙ୍କ ଭାଇ କହିଛନ୍ତି ଯେ, ଆମେ କନ୍ୟାଦାନ କରିଥାନ୍ତୁ କିନ୍ତୁ ପିଣ୍ଡଦାନ କରିବା ତା ଭାଗ୍ୟରେ ଲେଖାଥିଲା ।ଅନ୍ୟପଟେ ଅନାମିକା ନିଜ ଶାଶୂ- ଘରେ ଥିବା ଜଣାପଡିଛି । ଅନାମିକାଙ୍କ ପରିବାର ସଦସ୍ୟ ତଥା ପିତା (father), ମାତା ଭାଇଙ୍କୁ ସମ୍ପର୍କୀୟମାନେ ବୁଝାସୁଝା କରୁଛନ୍ତି ।
Also read- ବାସର ରାତିକୁ ଅପେକ୍ଷା କରିଥିଲା ବର: ଏମିତି ଚକମା ଦେଲା କନ୍ୟା