HBD Preity Zinta: ବଲିଉଡ୍‌ର ଡିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା । ଅଭିନେତ୍ରୀ ପ୍ରୀତି ଜିଣ୍ଟା ଦୀର୍ଘ ଦିନ ଧରି ବଡ଼ପରଦାରୁ ଦୂରରେ ରହିଛନ୍ତି। ଆଜିବି ଲୋକେ ତାଙ୍କୁ ବଡ଼ପରଦାରେ ଦେଖିବାକୁ ପସନ୍ଦ କରିଥାଆନ୍ତି। ଆଜି ସେ ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି।  କିନ୍ତୁ ଅଭିନେତ୍ରୀ ଜଣକ ତାଙ୍କ ଜୀବନରେ ବଲିଉଡକୁ ଆସିବା ପରେ ଅନେକ ଚ୍ୟାଲେଞ୍ଜ ସାମ୍ନା କରିଛନ୍ତି। କ୍ୟାରିୟର ଆରମ୍ଭ ସମୟରେ ପ୍ରୀତି ବିବାହ ନ କରି ମାଆ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । କେବେଳ ସେତିକି ନୁହେଁ, ଅନେକ ସମୟ ଧରି ତାଙ୍କ ନାଁ କ୍ରିକେଟର ଯୁବରାଜ୍ ଓ ବ୍ରିଟ୍ ଲିଙ୍କ ସହ ଯୋଡା ଯାଇଛି ।  ଯାହାକୁ ନେଇ ସେ ବିବାଦରେ ଫସିଥିଲେ। ଏଭଳି ପରିସ୍ଥିତିରେ ପ୍ରୀତି ଉଭୟଙ୍କୁ ରାକ୍ଷୀ ବାନ୍ଧିବାକୁ ଗଣମାଧ୍ୟମରେ ଘୋଷଣା କରିଥିଲେ। ପରେ ତାଙ୍କ ନାଁ ବ୍ୟବସାୟୀ ନେସ୍ ୱାଡିଆଙ୍କ ସହ ଯୋଡି ହୋଇଥିଲା । ଯାହାକୁ ନେଇ ସେ ଅଧିକ ଚର୍ଚ୍ଚାରେ ଥିଲେ।


COMMERCIAL BREAK
SCROLL TO CONTINUE READING

ନେସ୍ ୱାଡିଆଙ୍କ ସହିତ ସମ୍ପର୍କ:  ପ୍ରୀତି ଓ ନେସ୍ ୱାଡିଆ ଭଲ ବନ୍ଧୁ ଥିଲେ ,ସେଥିପାଇଁ ୨୦୦୫ ରେ ଦୁହେଁ ନିଜ ସମ୍ପର୍କକୁ ଅଫିସିଆଲ୍ କରିଥିଲେ । ୨୦୦୮ରେ, ସେମାନେ  ମିଳିତ ଭାବରେ ଆଇପିଏଲ୍ ଦଳ କିଙ୍ଗସ୍ ଏକାଦଶ ପଞ୍ଜାବ (IPL team Kings XI Punjab) କିଣିଥିଲେ । ପରେ ସମସ୍ତେ ଭାବିଥିଲେ ଯେ,ନେସ ଓ୍ବାଡିଆଙ୍କ ବିବାହ ପ୍ରୀତିଙ୍କ ସହ ହେବେ। କିନ୍ତୁ ୨୦୦୯ରେ ପ୍ରୀତି ଅଭିଯୋଗ ଆଣିଥିଲେ ଯେ,ନେସ୍ ୱାଡିଆ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଛନ୍ତି । ଏବଂ ଶୋଷଣର ଶୀକାର ମଧ୍ୟ ହୋଇଥିଲେ । ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ପରେ ନେସ ୱାଡିଆଙ୍କ ମା’ଙ୍କ ବିବୃତ୍ତି ସାମ୍ନାକୁ ଆସିଥିଲା ସେ କହିଥିଲେ ଯେ, ‘ନେସ୍ ଜେବ୍ରାକୁ ବିବାହ କଲେ ମଧ୍ୟ ମୋ ପାଇଁ କିଛି ଫରକ ପଡ଼ିବ ନାହିଁ। ’ ଯାହାକୁ ନେଇ ବିବାଦ ଆହୁରୀ ଘନେଇଥିଲା।


ଏକ ମାମଲା ଦାୟର କରିଥିଲେ : ଦିର୍ଘ  ଦିନ ପରେ ଅର୍ଥାତ ୨୦୧୪ ରେ ପ୍ରୀତି ନେସ ଓ୍ବାଡିଆଙ୍କ ବିରୋଧରେ ଥାନାର ଦ୍ବାରସ୍ତ ହୋଇଥିଲେ। ମାନସିକ ଓ ଶାରୀରିକ ନିର୍ଯ୍ୟାତନା ନେଇ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏବଂ ପ୍ରୀତି ନିଜର  ଅଫିସିଆଲ ବ୍ରେକଅଫ ଘୋଷଣା କରିଥିଲେ। ଏବଂ କହିଥିଲେ ଯେ,‘ ଆମେ କେବଳ ଆଇପିଏଲ୍ ଦଳର ସହ-ମାଲିକ ଅଟୁ । ମୋ ପରିବାର ଏବଂ ସାଙ୍ଗମାନଙ୍କ ସାମ୍ନାରେ ସେ ମୋ ବିରୁଦ୍ଧରେ କେଉଁ ପ୍ରକାର ଭାଷା ବ୍ୟବହାର କରିଥିଲେ ଯାହା ମୁଁ କହିପାରେ ନାହିଁ , ନେସ ଓ୍ବାଡିଆ ମୋତେ ବାରମ୍ବାର ଧମକ ଦେଉଛନ୍ତି ।’


Also Read : Priyanka Chopra: ଝିଅ ‘ମାଲତୀ’ର ମୁହଁ ଦେଖାଇଲେ ପ୍ରିୟଙ୍କା ,ଆଉ କହିଲେ...



ଦୀର୍ଘ ଦିନ ପରେ ପାଇଲେ ଜୀବନ ସାଥୀ : ସେପଟେ , ଏହି ମାମଲାରେ ପ୍ରୀତିଙ୍କ ବିରୋଧରେ ମଧ୍ୟ  ନେସ୍ ୱାଡିଆ ପ୍ରୀତିଙ୍କ ବିରୋଧରେ କାଉଣ୍ଟର ମାମଲା ଦାୟର କରିଥିଲେ କିନ୍ତୁ ୨୦୧୮ରେ ଅଭିନେତ୍ରୀଙ୍କ ନିକଟରେ କ୍ଷମା ମାଗିଥିଲେ । ପରେ ମାମଲା ରଫାଦଫା ହୋଇଯାଇଥିଲେ। ତେବେ,ପ୍ରୀତିଙ୍କ ଏହି ଖରାପ ସମୟରେ ନେସ୍ ୱାଡିଆଙ୍କ ବନ୍ଧୁ ଜେନ୍‌ ଗୁଡ୍‌ଇନଫ ତାଙ୍କ ସାଥ୍ ଦେଇଥିଲେ ।  ପ୍ରୀତି ଜିଣ୍ଟା ୨୦୧୬ ଫେବୃଆରୀରେ ଲସ୍ ଆଞ୍ଜେଲ୍ସରେ ଏକ ବ୍ୟକ୍ତିଗତ ସମାରୋହରେ ତାଙ୍କର ଦୀର୍ଘ ସମୟର ଆମେରିକୀୟ ବନ୍ଧୁ ଜେନ୍‌ ଗୁଡ୍‌ଇନଫଙ୍କୁ ବିବାହ କରିଥିଲେ। ବିବାହର ୫ ବର୍ଷ ପରେ ୨୦୨୧ ମସିହାରେ ପ୍ରୀତି ଏବଂ ତାଙ୍କ ସ୍ୱାମୀ ସରୋଗେସି ମାଧ୍ୟମରେ ଯାଆଁଳା ପୁଅ ଓ ଝିଅର ପିତାମାତା ହୋଇଥିଲେ। ବଲିଉଡ୍‌ର ଡିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା ୩୧ ଜାନୁଆରୀ ୧୯୭୫ରେ ଶିମଲା ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ।