Sidharth Malhotra Kiara Advani Wedding: ସିଦ୍ଧାର୍ଥ ମଲହୋତ୍ରା (Sidharth Malhotra ) ଓ କିଆରା ଆଡଭାନୀ (Kiara Advani ) ବଲିଉଡର ସବୁଠୁ ଲୋକପ୍ରିୟ ଯୋଡି । ଦିର୍ଘ ଦିନ ଧରି ଉଭୟେ  ପରପ୍ପରକୁ ଡେଟ କରୁଛନ୍ତି । ଏହି ଯୋଡି ଖୁବ୍ ଶିଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ।  ସମ୍ପର୍କକୁ ଏକ ନୂଆ ନାଁ ଦେବାକୁ ଯାଉଛନ୍ତି । ଚଳିତ ବର୍ଷ ଡିସେମ୍ବରରେ ଉଭୟଙ୍କ ବିବାହ ହେବ ବୋଲି ସ୍ଥିର ହୋଇଛି । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ବିବାହର ତାରିଖ ସାମ୍ନାକୁ ଆସି ନ ଥିଲେ ମଧ୍ୟ କେଉଁ ସହରର ବିବାହ ହେବ, ତାହା ଜଣାପଡିଛି ।  ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କ ବିବାହ ଚଣ୍ତିଗଡରେ ହେବ ବୋଲି ଜଣାପଡିଛି । କିନ୍ତୁ ବିବାହ ପୂର୍ବରୁ ଗୋଆ, ଦିଲ୍ଲୀ ସହରରେ ହେବ ବୋଲି ଚର୍ଚ୍ଚା ହେଉଥିଲା। 


COMMERCIAL BREAK
SCROLL TO CONTINUE READING


ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କ ବିବାହକୁ ନେଇ ଚର୍ଚ୍ଚା :


ଦୀର୍ଘ ଦିନ ଧରି ସିଦ୍ଧାର୍ଥ ଏବଂ କିଆରା ସେମାନଙ୍କ ବିବାହ ଖବର ହେତୁ ଲାଇମ୍ ଲାଇଟରେ ଥିଲେ। ମିଡିଆ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଖୁବ୍ ଶୀଘ୍ର ଉଭୟ ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଉଭୟ ତାରକା ଚଳିତ ବର୍ଷ ଶେଷରେ ଡିସେମ୍ବରରେ ବିବାହ ହେବ । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି, ଏକ ମିଡିଆ ରିପୋର୍ଟରେ ଏହି ବିବାହର ସ୍ଥାନ ପ୍ରକାଶ ପାଇଛି।


ଏହାବି ପଢନ୍ତୁ : Navya Naveli Nanda: ଅମିତାଭଙ୍କ ନାତୁଣୀଙ୍କୁ ଡେଟ୍ କରୁଛନ୍ତି ଏହି ଅଭିନେତା, କହିଲେ ମନର କଥା



ଚଣ୍ଡିଗଡ଼ରେ ହୋଇପାରେ ବିବାହ :


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ଚଣ୍ଡିଗଡ଼ରେ ହୋଇପାରେ । ଉଭୟେ ପ୍ରାୟ ମାସେ ହେବ ନିଜ ବିବାହର ସ୍ଥାନ ଖୋଜୁଛନ୍ତି। ଏବେ ସେମାନଙ୍କୁ ଚଣ୍ତିଗଡରେ ବିବାହ ପାଇଁ ଉପଯୁକ୍ତ ସ୍ଥାନ ମିଳି ଯାଇଛି । ଚଣ୍ଡିଗଡ଼ର ଓବରୋଇ ସୁଖଭିଲାସ୍ ସ୍ପା ଏବଂ ରିସର୍ଟ (Oberoi Sukhvilas Spa and Resort)ରେ ଏହି ଲବବାର୍ଡଙ୍କ ବିବାହ ହୋଇପାରେ  । ତେବେ, ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ବଲିଉଡ ଅଭିନେତା ରାଜ କୁମାର ରାଓ ଓ ପତ୍ରଲେଖାଙ୍କ ବିବାହ ଏହି ସ୍ଥାନରେ ହୋଇଥିଲା।  


ଗୋଆରେ କାହିଁକି ହେଲାନି ବିବାହ :


ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ, ପୂର୍ବରୁ ଉଭୟ ଗୋଆରେ ବିବାହ କରିବାକୁ ଯୋଜନା କରିଥିଲେ, କିନ୍ତୁ ସିଦ୍ଧାର୍ଥଙ୍କ ବଡ଼ ପଞ୍ଜାବୀ ପରିବାରକୁ ଦୃଷ୍ଟିରେ ରଖି ଏହି ଯୋଜନାକୁ ପରିବର୍ତ୍ତନ କରାଯାଇଥିଲା। ଗତ କିଛି ଦିନ ପୂର୍ବରୁ ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହ ଆସନ୍ତା ବର୍ଷ  ହୋଇଥାନ୍ତା ବୋଲି ଚର୍ଚ୍ଚା ହେଉଥିଲା। ୨୦୨୩, ଏପ୍ରିଲ ମାସରେ ଉଭୟଙ୍କ ହାତଗଣ୍ଠି ପଡି ଥାନ୍ତା ବୋଲି ଖବର ଆସି ଥିଲା , ହେଲେ ଉଭୟଙ୍କ ବିବାହ ଚଳିତ ବର୍ଷ ଡିସେମ୍ବରରେ  ହେବ ।