Navya Naveli Nanda: ଅମିତାଭଙ୍କ ନାତୁଣୀଙ୍କୁ ଡେଟ୍ କରୁଛନ୍ତି ଏହି ଅଭିନେତା, କହିଲେ ମନର କଥା
Advertisement
Article Detail0/zeeodisha/odisha1423127

Navya Naveli Nanda: ଅମିତାଭଙ୍କ ନାତୁଣୀଙ୍କୁ ଡେଟ୍ କରୁଛନ୍ତି ଏହି ଅଭିନେତା, କହିଲେ ମନର କଥା

Navya Naveli Nanda: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା । ଗତ କିଛି ଦିନ ତଳେ ଅମିତାଭଙ୍କ ପତ୍ନୀ ତଥା ଅଭିନେତ୍ରୀ ଜୟା ବଚ୍ଚନ, ନିଜ ନାତୁଣୀ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି। 

ସୌଜନ୍ୟ : ସୋସିଆଲ ମିଡିଆ

Navya Naveli Nanda: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା । ଗତ କିଛି ଦିନ ତଳେ ଅମିତାଭଙ୍କ ପତ୍ନୀ ତଥା ଅଭିନେତ୍ରୀ ଜୟା ବଚ୍ଚନ, ନିଜ ନାତୁଣୀ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି।  ନବ୍ୟା ନବେଲି ନନ୍ଦାଙ୍କୁ ଅଭିନେତା ସିଦ୍ଧାନ୍ତ ଚର୍ତୁବେଦୀଙ୍କୁ ନେଇ ତାଙ୍କ ସହ ଯୋଡା ଯାଉଛି। ଉଭୟ ଦୀର୍ଘ ସମୟ ହେବ ଚର୍ଚ୍ଚାରେ ରହି ଆସିଛନ୍ତି। ଉଭୟ ପରସ୍ପରର ପୋଷ୍ଟରେ କମେଣ୍ଟ ମଧ୍ୟ ଦିଅନ୍ତି।  ଯେତେବେଳେ ବି ଏକ ଇଭେଣ୍ଟରେ ଏକାଠି ଦେଖାଯାଏ। ସେମାନଙ୍କର ଫଟୋ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଭାଇରାଲ ହୁଏ । ନିକଟରେ ଉଭୟ ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟୀରେ ମଧ୍ୟ ନଜର ଆସିଥିଲେ।

 

ଅନେକ ଥର ସିଦ୍ଧାନ୍ତଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ ପଚରାଯାଇଥିଲା। ଯେଉଁଥିରେ ସେ ନବ୍ୟାଙ୍କୁ  ଭଲ ବନ୍ଧୁ ଭାବରେ କହିଥିଲେ। ହେଲେ ଏକ ସାକ୍ଷାତକାରରେ ସେ ପୁଣି ଏହି ଖବର ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ସିଦ୍ଧାନ୍ତ ତାଙ୍କର ଚଳଚ୍ଚିତ୍ର ଫୋନ୍ ଭୁତ୍‌ର ପ୍ରମୋସନ ପାଇଁ ଆସିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଇଶାନ ଖଟ୍ଟର ଏବଂ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ସମୟରେ ସିଦ୍ଧାନ୍ତ ଏବଂ ଇଶାନଙ୍କୁ ପଚରାଯାଇଥିଲା କି ତୁମ ବିଷୟରେ ଏପରି ଗୁଜବ ଅଛି କି ଯାହା ସେମାନେ ସତ ହେବାକୁ ଚାହାଁନ୍ତି? ଏହା ଉପରେ ସିଦ୍ଧାନ୍ତ କହିଥିଲେ ଯେ ଶୁଣିବାକୁ ମିଳୁଛି ଯେ ମୁଁ କାହାକୁ ଡେଟ୍ କରୁଛି। ମୁଁ ଇଚ୍ଛା କରେ ଏହା ସତ ହେଉ। କାଶ ସେ ମୋର ହେଇ ଯାଆନ୍ତେ, ବାସ୍ତବରେ, କହିବାକୁ ଗଲେ ଏହି ଖବରକୁ ଅନେକ ଥର ସିଦ୍ଧାନ୍ତ ଗୁଜବ କହି ଅସ୍ଵୀକାର କରିଛନ୍ତି।  

ଗତ କିଛି ଦିନ ତଳେ ଅମିତାଭଙ୍କ ପତ୍ନୀ ତଥା ଅଭିନେତ୍ରୀ ଜୟା ବଚ୍ଚନ, ନିଜ ନାତୁଣୀ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ।  ଜୟା କହିଥିଲେ, ନବ୍ୟା ଯଦି ବାହା ନ ହୋଇ ସନ୍ତାନ ଜନ୍ମ ଦିଅନ୍ତି, ତେବେ ତାଙ୍କର କୌଣସି ଅସୁବିଧା ନାହିଁ'। ସେ ଆହୁରୀ ମଧ୍ୟ କହିଥିଲେ ଯେ,ତାଙ୍କ ସମୟରେ ଏହି ଏକ୍ସପେରିମେଣ୍ଟ୍ କରିପାରି ନ ଥିଲେ । କୌଣସି ସମ୍ପର୍କ କେବଳ ପ୍ରେମ ଓ ଭରଷାରେ ବେଶି ଦିନ ତିଷ୍ଠି ରହିପାରେ ନାହିଁ, ଏଥିପାଇଁ ଶାରୀରିକ ସମ୍ପର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି । ଯଦି ନବ୍ୟା ବିବାହ ବିନା ମା ହୁଅନ୍ତି, ‌ତେବେ ସେଥିରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।  ରିଲେସନସିପ୍ ବା ପ୍ରେମ ସମ୍ପର୍କକୁ ଦୀର୍ଘ ସ୍ଥାୟୀ କରିବାକୁ ହେଲେ ମାନଷିକ ଓ ଶାରୀରିକ ଆକର୍ଷଣ ନିହାତି ଆବଶ୍ୟକ। କାହିଁକିନା ଭରଷା ଓ ବିଶ୍ବସାରେ ଆଜିର ପ୍ରେମ ସମ୍ପର୍କ ଭାଙ୍ଗି ଯାଉଛି ।  ଏଭଳି ସମ୍ପର୍କରେ ଆମେ କେବେବି ଚିନ୍ତା କରି ନ ଥିଲୁ । କିନ୍ତୁ ଆମ ପରେ ଯେଉଁ ନୂଆ ଜେନେରେସନ ଆସିଛନ୍ତି । ସେମାନେ ସମ୍ପୁର୍ଣ୍ଣ ଆମ ଠାରୁ ଭିନ୍ନ ।