Tara Vs Bilal : ଜନ ଆବ୍ରାହମ(John Abraham)ଙ୍କ ପ୍ରଯୋଜିତ ଫିଲ୍ମ ତାରା ଭିଏସ ବାଲିଲ୍ (Tara Vs Bilal)।  ଚଳିତ ମାସ ୨୮ ତାରିଖରେ ରିଲିଜ୍ ହେବ । ଏନେଇ ସେ ନିଜ ଟ୍ବିଟ ଜରିଆରେ ଫିଲ୍ମର ଅପଡେଟ୍ ଦର୍ଶକଙ୍କୁ ଦେଇଛନ୍ତି । ଏ ଫିଲ୍ମର ମୁଖ୍ୟ ଭୂମିକାରେ ନିଜର ଆସିବେ ହର୍ସବର୍ଦ୍ଦନ ରାଣା(Harshvardhan Rane)  ଓ ସୋନିଆ ରାଥେ (Sonia Rathee ) । ରୋମାଣ୍ଟିକ ଓ ଆକ୍ସନ ଭରା  ଏ ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରାଷ୍ଟାର କାଷ୍ଟ । ଫିଲ୍ମର ଟ୍ରେଲର ଆସନ୍ତାକାଲି ରିଲିଜ୍ ହେବ । 


COMMERCIAL BREAK
SCROLL TO CONTINUE READING

ଟି-ସିରିଜ୍ ଏବଂ ଟିଭିବି ଫିଲ୍ମ ସହିତ ତାଙ୍କ ବ୍ୟାନର ଜେ ଏଣ୍ଟରଟେନମେଣ୍ଟ ଅଧୀନରେ ଏହି ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଥିବା ଜନ୍ ଅବ୍ରାହମ ନିଜ ଟ୍ୱିଟର ହ୍ୟାଣ୍ତେଲରେ ଫିଲ୍ମର  ରିଲିଜ୍ ତାରିଖ ସେୟାର କରିଛନ୍ତି। ଅଭିନେତା ଟ୍ୱିଟ୍ କରି କହିଛନ୍ତି ଯେ,  "ଆମେ ଆପଣଙ୍କୁ ପରିଚିତ କରୁଛୁ, ତାରା ଏବଂ ବିଲାଲଙ୍କ ଏହି ଅସାଧାରଣ ଯୋଡିକୁ ! ୨୮ ଅକ୍ଟୋବରରେ ସିନେମାରେ"। ଏହା ପୂର୍ବରୁ ଜନ ମଧ୍ୟ ଫିଲ୍ମର କିଛି ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏବଂ ଫିଲ୍ମ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ ।  ସେ ନିଜ ଟ୍ବିଟର ହ୍ୟାଣ୍ତଲରେ ଲେଖିଥିଲେ ଯେ, ହର୍ଷବର୍ଦ୍ଧନ ରାଣେ ଏବଂ ସୋନିଆ ରାଠୀଙ୍କ ଏକାଠି ବଡ ପରଦାରେ ନଜର ଆସିବେ । ସମର ଇକବାଲଙ୍କ ନିର୍ଦ୍ଦେଶିତ  ଓ ଭୂଷଣ କୁମାର, କୃଷ୍ଣ କୁମାର ଏବଂ ଜନ୍ ଆବ୍ରାହମଙ୍କ ଦ୍ବାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ଦୁଇଜଣଙ୍କ ସଂଘର୍ଷ ଦେଖାଯାଇଛି।  ଫିଲ୍ମଟି ସଂଯୁକ୍ତା ଚୌହ୍ବାଲା ଶୈଖ୍ ଙ୍କ ଦ୍ବାରା ଲେଖା ଯାଇଛି।  ଫିଲ୍ମର କୋ- ପ୍ରଡ୍ୟୁସର ଅଛନ୍ତି  ମିନାକ୍ଷୀ ଦାସ  ଓ ଶିବ ଚନ୍ନାନ ।  



ଲଣ୍ଡନର ଚିତ୍ତାକର୍ଷକ ଏବଂ ବିବିଧ ପୃଷ୍ଠଭୂମିରେ ଫିଲ୍ମଟି ସୁଟିଂ ହୋଇଛି। ତାରା ଓ ବିଲାଲ ଦୁଇ ବ୍ୟକ୍ତିତ୍ବ । ତାରା ହେଉଛି ନିରିହ ଓ ଖୁସି ମିଜାଜ୍ ଝିଅ । ସେହି ଝିଅ ଏକ ଅଜଣା ସହରରେ ନିଜର ସ୍ଥାୟିତ୍ବ ଖୋଜୁଛି । ଅନ୍ୟପଟେ, ବିଲାଲ ଜଣେ ଆକର୍ଷିତ ବ୍ୟକ୍ତିତ୍ବ । ଉଭୟ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଯେତେବେଳେ ଦୁଇଜଣ ଭିନ୍ନ ଭିନ୍ନ ବ୍ୟକ୍ତି ଭେଟନ୍ତି, ସେତେବେଳେ କ’ଣ ହୁଏ, ତାହା ହେଉଛି ଫିଲ୍ମ ସ୍ପଷ୍ଟ ହୋଇଛି । ପୂର୍ବରୁ ଜନ୍ ଆବ୍ରାହମ୍ ତାଙ୍କ ବ୍ୟାନର ଜେ ଏଣ୍ଟରଟେନମେଣ୍ଟ ଅଧୀନରେ ଭିକି ଡୋନର୍, ମାଡ୍ରାସ୍ କାଫେ, ପରମାନୁ : ଷ୍ଟୋରୀ ଅଫ୍ ପୋଖରାନ୍ ଏବଂ ବଟଲା ହାଉସ୍ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।  ଜନ୍ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ଆଗାମୀ ଦିନରେ ପରଦାକୁ ଆସିବ। ସେ ଶାହାରୁକ୍  ଓ ଦୀପିକାଙ୍କ ସହ ଫିଲ୍ମରେ ନଜର ଆସିବେ।  ଆସନ୍ତାବର୍ଷ ୨୫ ତାରିଖରେ ଫିଲ୍ମଟି ପରଦାକୁ ଆସିବା। ନୂଆବର୍ଷରେ ଫିଲ୍ମଟି ପରଦାକୁ ଆସୁଥିବାରୁ ଭଲ ବ୍ୟବସାୟ ହେବ ବୋଲି ଆଶା ରଖୁଛନ୍ତି ଫିଲ୍ମର ପୁରା ଷ୍ଟାରକାଷ୍ଟ ।