Jailer Box Office Collection Day 1: ତାମିଲ ଫିଲ୍ମର ସୁପରଷ୍ଟାର ରଜନୀକାନ୍ତଙ୍କ(Rajinikanth) ଫିଲ୍ମ 'ଜେଲର'(jaller) ଆଜି ରିଲିଜ୍ ହୋଇଛି । ଦିର୍ଘ ଦେଢ ବର୍ଷ ପରେ ରଜନୀକାନ୍ତ ବଡ ପରଦାକୁ ଫେରିଛନ୍ତି। ବିଶ୍ବର ୪୦୦୦ଟି ସିନେମା ହଲରେ ଏହି ଫିଲ୍ମଟି ରିଲିଜ୍ ହୋଇଛି । ବିଭିନ୍ନ ପ୍ରେକ୍ଷାଳୟରେ ଥଲାଇବାଙ୍କ ଫିଲ୍ମ ଦେଖିବା ପାଇଁ ନାହିଁ ନଥିବା ଭିଡି ମଧ୍ୟ ଦେଖିବାକୁ ମିଳିଛି ।   ଫିଲ୍ମ 'ଜେଲର' (Jailer) ପାଇଁ ଚେନ୍ନାଇ ଏବଂ ବେଙ୍ଗାଲୁରୁର ଅନେକ କାର୍ଯ୍ୟାଳୟ କର୍ମଚାରୀକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି । ଏପରିକି ଆଉ କେତେକ କମ୍ପାନୀ ନିଜ କର୍ମଚାରୀଙ୍କୁ ମାଗଣାରେ ଟିକେଟ ବାଣ୍ଟୁଥିବା ମଧ୍ୟ ଜଣାପଡିଛି । ତେବେ, ସିନେ ସମୀକ୍ଷକ ରମେଶ ବାଲାଙ୍କ ଆକଳନ ଅନୁଯାୟୀ ଫିଲ୍ମଟି କେବଳ ପ୍ରଥମ ଦିନରେ ତାମିଲନାଡୁରେ ୨୫ କୋଟି ରୋଜଗାର କରିଛି(Jailer Box Office Collection Day 1) । ଯଦି ଆମେ ଆଗ୍ରୀମ ଟିକେଟ୍ ବୁକିଂକୁ ଦେଖିବା ତେବେ, ତାମିଲନାଡୁରେ କେବଳ ଫିଲ୍ମଟି ୩୦ କୋଟିରୁ କୋଟି ରୋଜଗାର କରିଛି ବୋଲି କହିଛନ୍ତି ସିନେ ସମୀକ୍ଷକ ରମେଶ ବାଲା । 


COMMERCIAL BREAK
SCROLL TO CONTINUE READING

Also Read : Horoscope Today Aug 10 2023: ବ୍ୟବସାୟରେ ଆୟ ବୃଦ୍ଧି ହେବା ସହ ଶୁଭଫଳ ପାଇବେ ଏହି ସବୁ ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?


Also Read : OMG 2 Star Cast Fees: ଜାଣନ୍ତୁ କିଏ ନେଇଛନ୍ତି କେତେ କୋଟି?


 


ତେବେ, ଏହି ସପ୍ତାହରେ, ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ଓଏମଜି ୨', ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ 'ଗଦ୍ଦର ୨ ' ମଧ୍ୟ ରିଲିଜ୍ ହେବାକୁ ଯାଉଛି। ତେବେ ଅଗ୍ରୀମ ବୁକିଂ କ୍ଷେତ୍ରରେ 'ଜେଲର' ଏକ  ଐତିହାସିକ ରେକର୍ଡ ସୃଷ୍ଟି କରିଛି। ଯଦିଓ ଏହା ପ୍ରଥମ ଘଟଣା ନୁହେଁ । କିନ୍ତୁ ଏଥର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ୍ ଦେଖିବାକୁ ମିଳିଛି କାରଣ ଏହା ରିଲିଜ୍ ହେବା ମାତ୍ରେ ପ୍ରେକ୍ଷାଳୟ ବାହାରେ ପ୍ରଶଂସକଙ୍କ ଲମ୍ବା ଲାଇନ ଆରମ୍ଭ ହୋଇଛି । ଏଥିରୁ ଆପଣ ଅନୁମାନ କରାଯାରୁଥିବେ ଯେ,ମ ପ୍ରଥମ ଦିନରେ ବକ୍ସ ଅଫିସ୍ କଲେକସନ କେତେ ହେବ। 'ଜେଲର'ର ଅଗ୍ରୀମ ଟିକେଟ୍ ବୁକିଂ ବିଷୟରେ ଯଦି କଥା ହେବା ତେବେ, ରଜନୀକାନ୍ତଙ୍କ ପ୍ରଶଂସକମାନେ ୩୫ କୋଟିରୁ ଅଧିକ ଅନଲାଇନ୍ ଟିକେଟ କିଣିଛନ୍ତି। ରିଲିଜ୍ ପୂର୍ବରୁ ୧୯.୪ କୋଟି ରୋଜଗାର କରିସାରିଛି । ଏବଂ ଭାରତରେ ୮ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇଛି। ତେବେ, ଏହି ଫିଲ୍ମ ପ୍ରଥମ ଦିନରେ ସାରା ବିଶ୍ୱରେ ୭୦ ରୁ ୮୦ କୋଟି ସଂଗ୍ରହ କରିବ ବୋଲି ଅନୁମାନ କରାଯାଉଛି । 


'ଜେଲର' ବଲିଉଡ ଫିଲ୍ମ 'ପଠାନ'ର ପ୍ରଥମ ଦିନର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି । ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ 'ପଠାନ' ପ୍ରଥମ ଦିନର ଭାରତରେ ୫୭ କୋଟି ରୋଜଗାର କରିଥିଲେ।  ଏବଂ ବିଶ୍ବରେ ଏହି ଫିଲ୍ମଟି ୧୦୬ କୋଟି ସଂଗ୍ରହ କରିଥିଲା ​। ତେବେ, ରଜନୀକାନ୍ତଙ୍କ ଏହି ଫିଲ୍ମଟି  ୨୨୫ କୋଟି ବଜେଟରେ ପ୍ରସ୍ତୁତ ହୋଇଛି। ତେବେ, ସବୁଠାରୁ ବଡ କଥା ହେଲା ଏହି ଫିଲ୍ମରେ ଅଭିନୟ କରିବା ଲାଗି ଥଲାଇବା ୧୧୦ କୋଟି ଫି ନେଇଥିବା ଚର୍ଚ୍ଚା ହେଉଛି। ତେବେ, ଏହି ଫିଲ୍ମରେ ରଜନୀକାନ୍ତଙ୍କ (Rajinikanth)  ସହ ତମନ୍ନା ଭାଟିଆ ଓ ଜ୍ୟାକି ସ୍ରଫଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ।