ନୂଆଦିଲ୍ଲୀ: Raju Srivastav: ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ (Raju Srivastav) ଙ୍କୁ ଚିକିତ୍ସା ସହିତ ପ୍ରାର୍ଥନାର ଆବଶ୍ୟକତା ରହିଛି । ସୂଚନାନୁସାରେ, ଆଞ୍ଜିଓପ୍ଲାଷ୍ଟି ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଗତକାଲି ସେ ଜିମରେ ବ୍ୟାୟାମ କରିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀର ଏକ ହୋଟେଲରେ ରହୁଥିବା ରାଜୁ ଶ୍ରୀବାସ୍ତବ ବୁଧବାର ଜିମରେ ୱର୍କ ଆଉଟ କରୁଥିଲେ । ତା’ପରେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା ଓ ସେ ଟ୍ରେଡମିଲ ଉପରେ ପଡ଼ିଯାଇଥିଲେ । ରାଜୁଙ୍କୁ ତୁରନ୍ତ AIIMS ରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ହୃଦରୋଗ ବିଭାଗରେ ଚିକିତ୍ସିତ ହେଉଛନ୍ତି ।


ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନିରନ୍ତର ନଜର ରଖିଛନ୍ତି । ସୂତ୍ରରୁ ପ୍ରକାଶ ଯେ, ରାଜୁ ଶ୍ରୀବାସ୍ତବ (Raju Srivastav) ଙ୍କ ଅବସ୍ଥା ଗୁରୁତର ରହିଛି ଓ ତାଙ୍କୁ ଚିକିତ୍ସା ସହିତ ପ୍ରାର୍ଥନାର ଆବଶ୍ୟକତା ରହିଛି । ରାଜୁଙ୍କର ହୃଦୟ ଧମନୀରେ ଅନେକ ଅବରୋଧ ରହିଛି । ରାଜୁଙ୍କ ଅସୁସ୍ଥତା ଖବର ଆସିବା ପରଠାରୁ ତାଙ୍କର କୋଟି କୋଟି ପ୍ରଶଂସକ ନିରାଶାରେ ଅଛନ୍ତି ଓ ସମସ୍ତେ ତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି ।


ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ ପୂରଣ କଲେ ଅଶୋକ ଗେହଲୋଟଙ୍କ ଦାବି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବହୁତ ଖୁସ୍


ଏହା ବି ପଢ଼ନ୍ତୁ:-ଆଜି ବି ରାଜ୍ୟରେ ପ୍ରବଳ ଛେଚିବ, ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି


ଏହା ବି ପଢ଼ନ୍ତୁ:-ଅଷ୍ଟମ ବେତନ ଆୟୋଗକୁ ନେଇ ମୋଦି ସରକାର ଦେଲେ ବଡ଼ ଅପଡେଟ୍, କେନ୍ଦ୍ର କର୍ମଚାରୀଙ୍କ ପାଇଁ କଲେ ବଡ଼ ଘୋଷଣା


 


ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ, କମେଡି ସର୍କସ, ଦି କପିଲ ଶର୍ମା ଶୋ', ଶକ୍ତିମାନ ପରି ଟିଭି ଶୋ' ବ୍ୟତୀତ ରାଜୁ ଶ୍ରୀବାସ୍ତବ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି । ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ମଧ୍ୟ ଭାରତୀୟ ଜନତା ପାର୍ଟି (BJP) ର ଜଣେ ନେତା । ବିଜେପିରେ ଯୋଗଦେବା ପୂର୍ବରୁ ସେ ସମାଜବାଦୀ ପାର୍ଟିରେ ମଧ୍ୟ ରହିଥିଲେ ।