ନିତିନ ଗଡକରୀ ପୂରଣ କଲେ ଅଶୋକ ଗେହଲୋଟଙ୍କ ଦାବି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବହୁତ ଖୁସ୍
Advertisement

ନିତିନ ଗଡକରୀ ପୂରଣ କଲେ ଅଶୋକ ଗେହଲୋଟଙ୍କ ଦାବି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବହୁତ ଖୁସ୍

  Ashok Gehlot, Nitin Gadkari:  ନିତିନ ଗଡକରୀ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି । ଗେହଲୋଟ୍ କହିଛନ୍ତି ଯେ, ଏହି ରାସ୍ତାକୁ ଜାତୀୟ ରାଜପଥ ପ୍ରାଧିକରଣ (NHAI) କୁ ହସ୍ତାନ୍ତର କରାଯାଇଛି ।

ନିତିନ ଗଡକରୀ ପୂରଣ କଲେ ଅଶୋକ ଗେହଲୋଟଙ୍କ ଦାବି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବହୁତ ଖୁସ୍

ଜୟପୁର: Ashok Gehlot, Nitin Gadkari: ରାଜସ୍ଥାନ ମୁଖ୍ୟମନ୍ତ୍ରୀ (Rajasthan CM) ଅଶୋକ ଗେହଲୋଟ୍ (Ashok Gehlot) ମଙ୍ଗଳବାର କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ (Ministry of Road Transport and Highways) ନିତିନ ଗଡକରୀ (Nitin Gadkari) ଙ୍କ ସହ କଥା ହୋଇଛନ୍ତି ଓ ଯୋଧପୁରରେ ଏକ ଇଲେଭେଟେଡ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି । ନିତିନ ଗଡକରୀ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି । ଗେହଲୋଟ୍ କହିଛନ୍ତି ଯେ, ଏହି ରାସ୍ତାକୁ ଜାତୀୟ ରାଜପଥ ପ୍ରାଧିକରଣ (NHAI) କୁ ହସ୍ତାନ୍ତର କରାଯାଇଛି ।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଯୋଧପୁରରେ ନିର୍ମାଣ ହେବାକୁ ଥିବା ଇଲେଭେଟଟେଡ୍ ରାସ୍ତା ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ସହ ଆଲୋଚନା ହୋଇଥିଲା । ମୁଁ ଖୁସି ଯେ ମୋର ଅନୁରୋଧକୁ ସ୍ୱୀକାର କରି ଏହି ଇଲେଭେଟେଡ୍ ରାସ୍ତାର କାର୍ଯ୍ୟ NHAI ନିଜ ହାତକୁ ନେଇଛି ।  ୨୦୧୯-୨୦ ବଜେଟରେ ରାଜ୍ୟ ସରକାର ଏହାର ଡିଆରପି କରିବାର ଘୋଷଣା କରିଥିଲେ, ଯାହା ଅନ୍ତର୍ଗତ ସାର୍ବଜନୀନ ନିର୍ମାଣ ବିଭାଗ, ରାଜସ୍ଥାନ ସରକାର NHAI କୁ ଆବଶ୍ୟକ ପ୍ରସ୍ତାବ ପଠାଇଥିଲେ । ଭାରତ ସରକାର ନିକଟ ଅତୀତରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କନସଲଟାଣ୍ଟଙ୍କୁ ନିଯୁକ୍ତ କରିଛନ୍ତି ଯାହା ମାଧ୍ୟମରେ ଖୁବ ଶୀଘ୍ର ଡିଆରପି ପ୍ରସ୍ତୁତ କରାଯିବ ।

ଅନ୍ୟ ଏକ ଟ୍ୱିଟରେ ଗେହଲୋଟ୍ ଲେଖିଛନ୍ତି ଯେ, ଡିଆରପି ପ୍ରସ୍ତୁତି ପରେ ମୁଁ NHAI କୁ ଟେଣ୍ଡର ଆମନ୍ତ୍ରଣ କରି ସେହି ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଅନୁରୋଧ କରୁଛି । ଅତୀତରେ ଗଡକରୀ ସହିତ ଇଲେଭେଟେଡ୍ ସଡ଼କ ବିଷୟରେ ମୋର ଏକ ସାକ୍ଷାତ ହୋଇଥିଲା । ମୁଁ ଆଶା କରୁଛି ନିକଟ ଭବିଷ୍ୟତରେ ଏହି ରାସ୍ତାର କାମ ଆରମ୍ଭ ହେବ ଓ ଯୋଧପୁରରେ ଯାତାୟାତ ସୁଗମ ହେବ ।

ଏହା ବି ପଢ଼ନ୍ତୁ:-ଆଜି ବି ରାଜ୍ୟରେ ପ୍ରବଳ ଛେଚିବ, ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଏହା ବି ପଢ଼ନ୍ତୁ:-ଅଷ୍ଟମ ବେତନ ଆୟୋଗକୁ ନେଇ ମୋଦି ସରକାର ଦେଲେ ବଡ଼ ଅପଡେଟ୍, କେନ୍ଦ୍ର କର୍ମଚାରୀଙ୍କ ପାଇଁ କଲେ ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-DL ନଥିଲେ ବି କଟିବନି ଚାଲାଣ! ଜାଣନ୍ତୁ କେମିତି

 

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ପୂର୍ବ ରାଜସ୍ଥାନ କେନାଲ ପ୍ରକଳ୍ପ (ERCP) ସମ୍ପର୍କରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ କଥା ହୋଇଛନ୍ତି । ଗେହଲୋଟଙ୍କ ଅନୁଯାୟୀ, ଶିବରାଜ ଏହି ପ୍ରସଙ୍ଗରେ ଏକ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ କରିବାକୁ ରାଜି ହୋଇଛନ୍ତି । ମଙ୍ଗଳବାର ଏକ ବୟାନ ଜାରି କରି ସେ କହିଛନ୍ତି ଯେ, ପୂର୍ବ ରାଜସ୍ଥାନ କେନାଲ ପ୍ରକଳ୍ପ (ERCP) ସମ୍ପର୍କରେ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ କଥା ହୋଇ ତାଙ୍କୁ ଅବଗତ କରାଇଛି ଯେ ୨୦୦୫ରେ ରାଜସ୍ଥାନ-ମଧ୍ୟପ୍ରଦେଶ ଅନ୍ତଃରାଜ୍ୟ ନିୟନ୍ତ୍ରଣ ମଣ୍ଡଳର ୧୩ ତମ ବୈଠକ ପାଇଁ ନିର୍ଣ୍ଣୟ ଅନୁସାରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଗେହଲୋଟଙ୍କ ଅନୁଯାୟୀ, ରାଜସ୍ଥାନରେ ଚାମ୍ବଲର ଉପନଦୀରୁ ମିଳୁଥିବା ପାଣିକୁ  ଆଧାର କରି ଏହି ପ୍ରକଳ୍ପରେ ମଧ୍ୟପ୍ରଦେଶରୁ ଆସୁଥିବା ଜଳର ୧୦ ପ୍ରତିଶତରୁ କମ୍ ପାଣି ବ୍ୟବହୃତ ହେବ । ତେଣୁ ୨୦୦୫ ମସିହାରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ  ଏହି ପ୍ରକଳ୍ପ ପାଇଁ ମଧ୍ୟପ୍ରଦେଶର ସହମତିର ଆବଶ୍ୟକତା ନାହିଁ ।