Rakhi Sawant: ବଲିଉଡ ଡ୍ରାମା କୁଇନ ରାକ୍ଷୀ ସାଓ୍ବନ୍ତ(Rakhi sawant) । ଗତ କିଛିଦିନ ହେବ ସ୍ବାମୀ ଆଦିଲଙ୍କ (adil durrani )ଚାଲିଥିବା ପାରିବାରିକ ବିବାଦକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି।  ଆଦିଲ ବର୍ତ୍ତମାନ ଜେଲରେ ଅଛନ୍ତି । ଅଭିନେତ୍ରୀ ରାକ୍ଷୀ ଆଦିଲଙ୍କ ଉପରେ ଘରୋଇ ହିଂସା,ପ୍ରତାରଣା ଓ ଅନୈତିତ ସମ୍ପର୍କ ନେଇ ଅନେକ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି । ରାକ୍ଷୀଙ୍କ ଅଭିଯୋଗ କ୍ରମେ ପୋଲିସ ଆଦିଲଙ୍କୁ ଗିରଫ କରି ଜେଲରେ ରଖିଛି । ତେବେ, ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସୁଛି ଯେ, ରାକ୍ଷୀ ତୃତୀୟ ଥର ବିବାହ(Rakhi sawant third  wedding) କରିବାକୁ ଯାଉଛନ୍ତି । ତେବେ, ଏହା କେତେ ସତ କେତେ ମିଛ ,ତାହା ସ୍ପଷ୍ଟ ହୋଇନି । କିନ୍ତୁ ବଧୁବେଶ ହୋଇ ରାକ୍ଷୀ ବର ସହ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।  


COMMERCIAL BREAK
SCROLL TO CONTINUE READING


ତେବେ, ରାକ୍ଷୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।  ଭିଡିଓରେ ଦେଖିବାକୁ ମିଳିଛି ଯେ,ରାକ୍ଷୀ  ଏକ ଗୋଲଡେନ୍ କର୍ଲର ଲେହେଙ୍ଗା (bridal outfit ) ପିନ୍ଧିଛନ୍ତି । ଏବଂ ମୁଣ୍ତରେ ଓଢଣୀ ପକାଇଛନ୍ତି। ଏବଂ ରାକ୍ଷୀଙ୍କ ସହ ବର ମଧ୍ୟ ଥିବା ଦେଖିବାକୁ ମିଳିଛି। ବର ମଧ୍ୟ ଗୋଲେଡେନ କର୍ଲରର ସେରଓ୍ବାନି ପିନ୍ଧିଥିବା ଦେଖିବାକୁ ମିଳିଛି । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ରାକ୍ଷୀଙ୍କ ଏହି କନ୍ୟା ବେଶ ତାଙ୍କ ବିବାହ ପାଇଁ ନୁହେଁ (Rakhi sawant third  wedding) ବରଂ ଏକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ ଲାଗି ରାକ୍ଷୀ ଏପରି ଗେଟଅପ ନେଇଛନ୍ତି।  ଦୀର୍ଘ ସମୟ ଧରି ରାକ୍ଷୀ ନିଜ ପାରିବାରିକ ସମସ୍ୟାରେ ଘାଣ୍ଟି ହେବା ପରେ ସେ କର୍ମକ୍ଷେତ୍ରକୁ ଫେରିଛନ୍ତି।  ଏହା ସହିତ ଅଭିନେତ୍ରୀ ତାଙ୍କର ଆଗାମୀ ମ୍ୟୁଜିକ୍ ଭିଡିଓ ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ରାକ୍ଷୀ ସାୱନ୍ତଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। କିଛି ସେକେଣ୍ଡର ଏହି କ୍ଲିପ୍ ରେ ରାକ୍ଷୀ କହୁଛନ୍ତୁ ଯେ,'ମୁଁ ଆଉ ବିବାହ କରିବି ନାହିଁ ,'ମୁଁ ଥରେ ବିବାହ କରିଥିଲି,ମୁଁ ମୋ ଜୀବନରେ ଆଉ ବିବାହ ପୋଷାକ ପିନ୍ଧିବାକୁ ଚାହେଁ ନାହିଁ'। କାହିଁକିନା ମୋ ସ୍ବାମୀ ଜେଲରେ ବର୍ତ୍ତମାନ ଅଛନ୍ତି। '


 



ଏହାବି ପଢନ୍ତୁ : Shocking: ବିବାହ ବେଦିକୁ ଯିବା ପୂର୍ବରୁ ହୃଦଘାତରେ ଚାଲିଗଲା କନ୍ୟାର ଜୀବନ, ସାନଭଉଣୀର ହାତ ଧରିଲା ବର


ଏହାବି ପଢନ୍ତୁ : Rakhi Sawant: 'ଆଦିଲ ଉଭୟ ଯୁବକ -ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା'


ଲୁଚିଛପି ବିବାହ କହିଥିଲେ ରାକ୍ଷୀ(Rakhi Sawant ) ଓ ଆଦିଲ ଖାନ୍ ଦୁରାନୀ । ବିବାହର ଦିର୍ଘ ଦିନ ପରେ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋରେ  ଦେଖିବାକୁ ମିଳିଥିଲା ଯେ, ଉଭୟଙ୍କ ବେକରେ ଫୁଲମାଳ ପଡିଛି।  ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ରାକ୍ଷୀ,ଆଦିଲଙ୍କ ସହ କୋର୍ଟରେ ବିବାହ କରିଛନ୍ତି।  ଇସଲାମିକ ରୀତିନୀତି ଅନୁଯାୟୀ ମଧ୍ୟ ଏହି ଦମ୍ପତିଙ୍କ ବିବାହ ହୋଇଥିଲା। ସାର୍ଟିଫିକେଟ୍ ଅନୁଯାୟୀ, ରାକ୍ଷୀ ଏବଂ ଆଦିଲଙ୍କ ବିବାହ ଗତ ୨୯ ମଇ ୨୦୨୨ ରେ ହୋଇଥିଲା। ଆମେ ଆପଣଙ୍କୁ କହିବୁ ଯେ ଆଦିଲ ଖାନ ଦୁରାନୀ ରାକ୍ଷୀ ସାୱନ୍ତଙ୍କଠାରୁ ୬ ବର୍ଷ ସାନ ଓ ସେ ଜଣେ ବ୍ୟବସାୟୀ ଅଟନ୍ତି । ନିକଟରେ ,ଆଦିଲ୍ ଖାନଙ୍କ ବିରୋଧରେ ଇରାନର ଜଣେ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏନେଇ ଛାତ୍ରୀ ଜଣକ ମହୀଶୂରର ଏକ ଥାନାରେ ଅଭିଯୋଗ କରିଥିଲେ । ଏହି ‘ଏଫ୍‌ଆଇଆର୍‌’କୁ ଭିତ୍ତି କରି ଆଦିଲ୍‌ଙ୍କ ନାଁରେ ‘ଆଇପିସି’ ଧାରା ୩୭୬, ୪୧୭, ୪୨୦, ୫୦୪ ଏବଂ ୫୦୬ରେ ମାମାଲା ରୁଜୁ କରାଯାଇଛି।