Rakhi Sawant: 'ଆଦିଲ ଉଭୟ ଯୁବକ -ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା'
Advertisement
Article Detail0/zeeodisha/odisha1584668

Rakhi Sawant: 'ଆଦିଲ ଉଭୟ ଯୁବକ -ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା'

Rakhi Sawant: ବଲିଉଡ଼ ଡ୍ରାମା କୁଇମ୍ ରାକ୍ଷୀ ସାଓ୍ବନ୍ତ । ସ୍ବାମୀ ଆଦିଲ ଖାନ୍ ଦୁରାନୀଙ୍କ ସହ ତାଙ୍କର ପାରିବାରିକ ବିବାଦ ଯୋଗୁଁ ସେ ଚର୍ଚ୍ଚାରେ ଅଛନ୍ତ। ଆଦିଲ ବର୍ତ୍ତମାନ ଜେଲରେ ଅଛନ୍ତି । ଅଭିନେତ୍ରୀ ରାକ୍ଷୀ ଆଦିଲଙ୍କ ଉପରେ ଘରୋଇ ହିଂସା,ପ୍ରତାରଣା ଓ ଅନୈତିତ ସମ୍ପର୍କ ନେଇ ଅନେକ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି । ରାକ୍ଷୀଙ୍କ ଅଭିଯୋଗ କ୍ରମେ ପୋଲିସ ଆଦିଲଙ୍କୁ ଗିରଫ କରି ଜେଲରେ ରଖିଛି । ତେବେ, ଆଦିଲଙ୍କ କ୍ରିମିନାଲ ରେଡର୍ଡ ଖୋଲିବାକୁ ରାକ୍ଷୀ ଆଦିଲଙ୍କ ପ୍ରଥମ ଗାର୍ଲଫ୍ରେଣ୍ତକୁ ଭେଟିଥିଲେ। 

ସୌଜନ୍ୟ- ସୋସିଆଲ ମିଡିଆ

Rakhi Sawant: ବଲିଉଡ଼ ଡ୍ରାମା କୁଇମ୍ ରାକ୍ଷୀ ସାଓ୍ବନ୍ତ । ସ୍ବାମୀ ଆଦିଲ ଖାନ୍ ଦୁରାନୀଙ୍କ ସହ ତାଙ୍କର ପାରିବାରିକ ବିବାଦ ଯୋଗୁଁ ସେ ଚର୍ଚ୍ଚାରେ ଅଛନ୍ତ।  ଆଦିଲ ବର୍ତ୍ତମାନ ଜେଲରେ ଅଛନ୍ତି । ଅଭିନେତ୍ରୀ ରାକ୍ଷୀ ଆଦିଲଙ୍କ ଉପରେ ଘରୋଇ ହିଂସା,ପ୍ରତାରଣା ଓ ଅନୈତିତ ସମ୍ପର୍କ ନେଇ ଅନେକ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି । ରାକ୍ଷୀଙ୍କ ଅଭିଯୋଗ କ୍ରମେ ପୋଲିସ ଆଦିଲଙ୍କୁ ଗିରଫ କରି ଜେଲରେ ରଖିଛି । ତେବେ, ଆଦିଲଙ୍କ କ୍ରିମିନାଲ ରେଡର୍ଡ ଖୋଲିବାକୁ ରାକ୍ଷୀ ଆଦିଲଙ୍କ ପ୍ରଥମ ଗାର୍ଲଫ୍ରେଣ୍ତକୁ ଭେଟିଥିଲେ। ତେବେ, ତାଙ୍କୁ ଭେଟିବା ପରେ ଆଦିଲଙ୍କ ବିଷୟରେ ରାକ୍ଷୀ ଏକ ଚାଞ୍ଚଲ୍ୟକର ବୟାନ ଦଇଛନ୍ତି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଆଦିଲଙ୍କ ପ୍ରଥମ ଗାର୍ଲଫ୍ରେଣ୍ତ (Adil Khan First Girlfriend) କହିଛନ୍ତି ଯେ, ଆଦିଲ ଜଣେ ବାଇସେକ୍ସୁଆଲ (Bisexual) ମଣିଷ ।  ଅର୍ଥାତ ଆଦିଲ୍ ଉଭୟ ଯୁବତୀ ଓ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ଆଦିଲଙ୍କ ପ୍ରଥମ ଗାର୍ଲଫ୍ରଣ୍ତ ଆହୁରୀ କହିଛନ୍ତି ଯେ, ଆଦିଲ କେବଳ ସୁନ୍ଦର ଓ ଧନୀ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଉ ନଥିଲେ । ସେ ନିଜ ଯୁବକମାନଙ୍କ ସହ ଶାରୀରିକ ସମ୍ପର୍କ ଗଢୁଥିଲେ। ଆଦିଲଙ୍କ ଏହି ଜାଲରେ ଏକାଧିକ ଯୁବତୀ ନୁହେଁ ଯୁବକ ମଧ୍ୟ ଫସିଛନ୍ତି । 

ବଲିଉଡ୍‌ ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ହେବାରେ ଲାଗିଛି। ନିକଟରେ ଆଦିଲଙ୍କ ବିରୋଧରେ ଏକ ନୂଆ ଏଫ୍‌ଆଇଆର୍‌ ଦରଜ କରାଯାଇଛି। ମୈସୁରର ଭିଭି ପୁରମ ଥାନାରେ ଇରାନର ଜଣେ ଯୁବତୀ ଆଦିଲ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ଆଦିଲଙ୍କ ବିରୋଧରେ ଏହା ହେଉଛି ଦ୍ୱିତୀୟ ଏଫ୍‌ଆଇଆର୍‌। ରାଖୀ ସାୱନ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଠକେଇ ମାମଲାରେ ଆଦିଲ ଏବେ ଜେଲ୍‌ରେ ଅଛନ୍ତି। 

 

Also Read :  Rakhi Sawant Pregnancy: 'ଡାକ୍ତରଙ୍କ ବାରଣ ସତ୍ତ୍ବେ ବି ଆଦିଲ୍ ରଖୁଥିଲା ଶାରୀରିକ ସମ୍ପର୍କ'

Also Read :  Sridevi: ଜାହ୍ନବୀ ବାଥରୁମ ଯିବାବେଳେ ବନ୍ଦ କରୁନଥିଲେ ଡୋର, ଏହି କାରଣରୁ ମନା କରୁଥିଲେ ମା' ଶ୍ରୀଦେବୀ

ପୋଲିସର ସୂଚନାନୁଯାୟୀ, ଏଫ୍‌ଆଇଆର୍‌ରେ ଇରାନୀ ଯୁବତୀ ଜଣକ ଉଲ୍ଲେଖ କରିଛନ୍ତି ଯେ ମୈସୁରରେ ଦୁହେଁ ଏକାଠି ରହୁଥିଲେ। ବିବାହ କରିବାର ବାହାନା କରି ଆଦିଲ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ପାଞ୍ଚ ମାସ ପୂ‌ର୍ବେ ସେ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ହେଲେ ତାଙ୍କ ପ୍ରସ୍ତାବକୁ ଆଦିଲ ପ୍ରତ୍ୟାଖ୍ୟାନ କରିଥିଲେ। କହିଥିଲେ, ଅନେକ ଝିଅଙ୍କ ସହ ତାଙ୍କର ଏହିଭଳି ସମ୍ପର୍କ ରହିଛି। କେତେକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପଠାଇ ଏକଥା ବାହାରେ ପ୍ରଘଟ ନକରିବାକୁ ଆଦିଲ ତାଙ୍କୁ ଧମକ ଦେଇଥିଲେ। ଏହାପରେ ତାଙ୍କୁ ସେ ବ୍ଲାକମେଲ୍ କରିବା ଆରମ୍ଭ କରିଥି‌ଲେ ବୋଲି ଇରାନ ଯୁବତୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। କିଛିଦିନ ପୂର୍ବେ ରାଖୀ ଗଣମାଧ୍ୟମ ଆଗରେ କାନ୍ଦିବା ସହ ଆଦିଲଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ପରେ ଆଦିଲଙ୍କୁ ଓସିୱାରା ଥାନାକୁ ପଚରାଉଚରା ପାଇଁ ଡକାଯାଇଥିଲା। ସେଠାରେ ତାଙ୍କୁ ଗିରଫ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାକୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଏହାପରେ ରାଖୀ ଆଦିଲଙ୍କ ବିରୋଧରେ ଗଣମାଧ୍ୟମକୁ ଅନେକ କଥା କହିଥିଲେ।