Rakul Preet Singh Wedding : ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ (Actor Rakul Preet Singh) । ଗ୍ଲାମରର୍ସ ଚେହେରା ଓ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି।  ତାଙ୍କ ବିବାହ ଖବର ଏବେ ସାମ୍ନାକୁ ଆସୁଛି । ଫିଲ୍ମ ନିର୍ମାତା ଜ୍ୟାକି ଭାଗ୍ନାନୀ (producer Jackky Bhagnani)ଙ୍କ ସହ ତାଙ୍କର ବିବାହ ହେବ ବୋଲି ଏବେ ଚର୍ଚ୍ଚା ହେଉଛି। ଆସନ୍ତାବର୍ଷ ରକୁଲଙ୍କ ଶାହାନାଇ ବାଜିବ ବୋଲ କୁହାଯାଉଛି । ଏନେଇ ରକୁଲଙ୍କ ଭାଇ ଏହି ବିବାହକୁ ନେଇ କିଛି ସୂଚନା ଦେଇଛନ୍ତି। କୁହାଯାଉଛି ଯେ ୨୦୨୩ ମସିହାରେ ଏହି କପଲ୍ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ବିବାହ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନି । ଏଥିରେ ରକୁଲଙ୍କ ଭାଇ ମଧ୍ୟ ସହମତ ହୋଇଛନ୍ତି। ଅଭିନେତ୍ରୀଙ୍କ ଭାଇ ଅମାନ କହିଛନ୍ତି, ରକୁଲ ଜ୍ୟାକିଙ୍କ ସହ କିଛି ପ୍ରୋଜେକ୍ଟରେ କାମ କରିଛନ୍ତି।  କିନ୍ତୁ ରକୁଲ ନିଜେ ସମସ୍ତଙ୍କୁ ଏ ବିଷୟରେ କହିବେ। ଜ୍ୟାକିଙ୍କ ପାଖରେ ଅନେକ ବଡ ପ୍ରୋଜେକ୍ଟ ଅଛି । ରକୁଲ ମଧ୍ୟ ତାଙ୍କ କାମରେ ବ୍ୟସ୍ତ ଅଛନ୍ତି। ତେଣୁ ଉଭୟ ବିବାହ ପାଇଁ ଭାବି ଚିନ୍ତି  ନିଷ୍ପତ୍ତି ନେବେ। 


COMMERCIAL BREAK
SCROLL TO CONTINUE READING


ରକୁଲ ଓ ଜ୍ୟାକି ଦିର୍ଘଦିନ ଧରି ପରପ୍ପରଙ୍କୁ ଡେଟ କରି ଆସୁଛନ୍ତି । ପ୍ରାୟତଃ ଉଭୟଙ୍କୁ ବିଭିନ୍ନ ଇଭେଣ୍ଟରେ ମଧ୍ୟ ଏକାଠି ଦେଖିବାକୁ ମିଳିଛି । ଯଦି ରକୁଲ ପ୍ରୀତଙ୍କ ଓ୍ବାର୍କଫ୍ରଣ୍ଟ ବିଷୟରେ କହିବା । ରକୁଲଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ତାଙ୍କ ଫିଲ୍ମ ଡକ୍ଟର ଜି, ଥ୍ୟାଙ୍କଗଡ, ଚତ୍ରିଓ୍ବାଲି, ଆୟାଲାନ୍ ଓ ଇଣ୍ତିଆନ ୨ରେ ତାଙ୍କୁ ଦେଖିବାକୁ ମିଳିବ ।  ଡକ୍ଟର ଜିରେ ସେ ଆୟୁଷ୍ମାନ ଖୁରାନାଙ୍କ ସହ ଲିଡ୍ ରୋଲରେ ନଜର ଆସିବେ। ଡକ୍ଟର ଜି ୧୪ ଅକ୍ଟୋବରରେ ଫିଲ୍ମଟି ରିଲିଜ୍ ହେବେ । ସେହିପରି ଥ୍ୟାଙ୍କଗଡ ମଧ୍ୟ ଚଳିତ ମାସ ୨୫ ତାରିଖରେ ରିଲିଜ୍ ହେବ । ଏହି ୨ଟି ଫିଲ୍ମ ବକ୍ସ ଅଫିସରେ ହିଟ୍ କରିବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରା ଷ୍ଟାରକାଷ୍ଟ ।  ରକୁଲ ପ୍ରୀତଙ୍କ ଭାଇ ଅମନ୍ ପ୍ରିତ (Aman Preet Singh) ମଧ୍ୟ ସାଉଥର ଜଣେ ଅଭିନେତା। ସେ ଏକାଧିକ ଫିଲ୍ମରେ ମଧ୍ୟ କାମ କରିଛନ୍ତି । 


ଏହାବି ପଢନ୍ତୁ : Phone Bhoot Song Kinna Sona : Phone Bhootର ପ୍ରଥମ ଗୀତ ରିଲିଜ୍, ‘କିନ୍ନା ସୋନା’ ସଙ୍ଗରେ ଠୁମକା ଲଗାଇଛନ୍ତି କ୍ୟାଟ୍



ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ରକୁଲ ପ୍ରାୟତଃ ତେଲୁଗୁ କଥାଚିତ୍ରରେ ଅଧିକାଂଶ ଚଳଚ୍ଚିତ୍ରରେ କାମ କରନ୍ତି । ଏହି ସ‌ହିତ ସେ କିଛି ତାମିଲ, ହିନ୍ଦୀ ଏବଂ କନ୍ନଡ଼ କଥାଚିତ୍ରରେ ଅଭିନୟ କରିଛନ୍ତି ।ରକୁଲ କଲେଜରେ ପଢ଼ୁଥିବା ସମୟରେ ମଡେଲିଂ ଆରମ୍ଭ କରିଥିଲେ ଏବଂ ସେହି ସମୟରେ ସେ ୨୦୦୯ ମସିହାରେ ଏକ କନ୍ନଡ଼ ଚଳଚ୍ଚିତ୍ର ଗିଲ୍ଲିରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ ମସିହାରେ ସେ ମିସ୍ ଇଣ୍ଡିଆ ଫେମିନାରେ ଅଂଶଗ୍ରହଣ କରିଥିଲେ ଏବଂ ୫ମ ସ୍ଥାନରେ ରହିଥିଲେ । ସେହି ବର୍ଷ ସେ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏବଂ ପରବର୍ଷ ସେ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୪ରେ ସେ ହିନ୍ଦୀ କଥାଚିତ୍ର ଜଗତରେ ୟାରିୟାନ୍ ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।