ନୂଆଦିଲ୍ଲୀ: ବଲିଉଡର ମୋଷ୍ଟ ବିୟୁଟିଫୁଲ ଯୋଡି ହେଉଛନ୍ତି ରଣବୀର ସିଂ (Ranveer Singh)ଓ ଦୀପିକା ପାଦୁକୋନ୍(Deepika Padukone)। ଗତକିଛି ଦିନ ତଳେ ନ୍ୟୁଡ ଫଟୋ ସୁଟକୁ ନେଇ ଚର୍ଚ୍ଚାରେ ଥିଲେ ରଣବୀର ସିଂ। ଯେଉଁଥି ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡିଥିଲା। ଫ୍ୟାନ୍ସଙ୍କ ଠାରୁ କଡା କମେଣ୍ଟ ବି ଶୁଣିବାକୁ ପଡିଥିଲା । କବୀର ଖାନଙ୍କ ଫିଲ୍ମ ୮୩ (Kabir Khan's film 83)ପାଇଁ ବେଷ୍ଟ ଆକ୍ଟରର ଆଓ୍ବାର୍ଡ ପାଇଛନ୍ତି ରଣବୀର ସିଂ । ଗତ କିଛି ଦିନ ତଳେ ଆୟୋଜିତ ହୋଇଥିବା ଫିଲ୍ମ ଫେୟାର ଆଓ୍ବାର୍ଡ ଉତ୍ସବରେ ସେ ସମ୍ମାନୀତ ହୋଇଥିଲେ । ହେଲେ ଆଓ୍ବାର୍ଡ ଫଙ୍କସନରେ ଆଖି ଛଳଛଳ କରି ପକାଇଥିଲେ ରଣବୀର।  ଆଓ୍ବାର୍ଡର ପୁରା ଭାଗିଦାର ଦର୍ଶକଙ୍କୁ ଦେଇଥିବା ବଳେ ସେ ସଫଳତାର ଶ୍ରେୟ ନିଜ ବାପା ,ମାଆ ଓ ଭଉଣୀକୁ ଦେଇଛନ୍ତି।  ଭଲ ଅଭିନେତା ପାଇଁ ସଫଳତାର ରହସ୍ୟ (secret to success) ସେ ଫ୍ୟାନ୍ସଙ୍କ ଆଗରେ କହିଛନ୍ତି । ରଣବୀର କହିଛନ୍ତି ଯେ, ''ମେଁ ଜୋକୁଛ ଭି ହୁଁ ଆପନେ ମା ବାପ କି ଓ୍ବାଜା ସେ ହୁଁ ର ମେରି ଦିଦିକି  ଓ୍ବାଜାସେ ହୁଁ ଓ ମେରେ ଲିଏ ଭଗବାନ ହେ ।'' SE''ମେଁ ଯୋ କୁଛଭି କରତା ହୁଁ ଭଗବାନ କେ ଲିୟେ କରତା ହୁଁ, ଆୈର  ଯୋ କୁଛ ଭି ହୁଁ ଓ ଭଗବାନ କି ଓ୍ବଜା ସେ ହୁଁ  '' ।


COMMERCIAL BREAK
SCROLL TO CONTINUE READING

ସେ ଆହୁରି ମଧ୍ୟ କହିଛନ୍ତି ଯେ,"ମେରେ ଘର ମେଁ ଲକ୍ଷ୍ମୀ ହେଁ ।  ଅର୍ଥାତ ନିଜ ସ୍ତ୍ରୀ ଦିପିକା ପାଦୁକୋନଙ୍କୁ ଲକ୍ଷ୍ମୀ ବୋଲି ସମ୍ଭୋଧିନ କରିଛନ୍ତି  ରଣବୀର।  ଏ ଆହୁରୀ କହିଛନ୍ତି ଯେ, " ରଣବୀର ସିଂ, ପାଓ୍ବାର୍ଡ ବାଏ ଦୀପିକା ପାଦୁକୋନ"(Ranveer Singh powered by Deepika Padukone)। ତେବେ ରଣବୀର ନିଜର ଏ ଭିଡିଓଟିକୁ ନିଜ ଇନଷ୍ଚାରେ ସେୟାର କରିଛନ୍ତି। ୭ ଲକ୍ଷରୁ ଅଧିକ ଲୋକେ ଏ ଭିଡିଓଟିକୁ ଦେଖି ସାରିଲେଣୀ । ଏ ଭିଡିଓରେ ଅଭିଷେକ ବଚ୍ଚନଙ୍କ ସମତେ,ରକୁଲ ପ୍ରିତ ସିଂ, ନୀଲମ କୋଠାରୀ ଓ ଦୀପିକା ପାଦୁକୋନଙ୍କ ଭଉଣୀ ଙ୍କ ସମତେ ଅନେକ ଫ୍ୟାନ୍ସ ମଧ୍ୟ କମେଣ୍ଚ କରିଛନ୍ତି। ଅଭିଷେକ ବଚ୍ଚନ  ଭିଡିଓରେ ଏକ ହାର୍ଟର ଇମୋଜି ଦେଇଥିବା ବେଳେ ନୀଲମ ତାଙ୍କ କମେଣ୍ଚରେ , ୟୁ ଆର ଦ' ବେଷ୍ଚ ବୋଲି ଲେଖିଛନ୍ତି।    


 



୮୩ ଫିଲ୍ମଟି ୧୯୮୩ ବିଶ୍ବକପକୁ ନେଇ ନିର୍ମାଣ ହୋଇଥିଲା ।  ଫିଲ୍ମରେ ରଣବୀର କପୁର ବିଶ୍ବକପର ହିରୋ କପିଲ ଶର୍ମାଙ୍କ ଲୁକରେ ନଜର ଆସିଥିଲା ବେଳେ ଦୀପିକା ତାଙ୍କ ସ୍ତ୍ରୀ ଭୁମିକାରେ ନଜର ଆସିଥିଲେ। ଫିଲ୍ମରେ ତାଙ୍କର ନାଁ ଥିଲା ରୋମି ଭାଟିଆ । ତେବେ ଏ ଫିଲ୍ମରେ ରଣବୀରଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା।  କବୀର ଖାନଙ୍କ ଫିଲ୍ମର ପ୍ରଯୋଜକ ଥିବା ବେଳେ ସହ ପ୍ରଯୋଜିକା (co-produced) ଥିଲେ ଦୀପିକା ପାଦୁକୋନ୍ । ଫିଲ୍ମର ବଜେଟ ଥିଲା ୨୭୦ କୋଟି।


Also Read: Brahmastra Box Office Collection: ବକ୍ସ ଅଫିସରେ ହିଟ, ଗୋଟିଏ ଦିନରେ ଏତିକି କୋଟି କଲା ରୋଜଗାର