Rashmika Mandanna: ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦନା । ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ସମ୍ପର୍କ ଥିବା ନେଇ ମଧ୍ୟ ଅଭିନେତ୍ରୀ ଜଣକ ଗତ କିଛି ଦିନ ତଳେ ଚର୍ଚ୍ଚାରେ ଥିଲେ। ନିକଟରେ ସେ ବଲିଉଡ୍ ମୁଭି ' ଗୁଡବାଏ'ରେ ମଧ୍ୟ ଡେବ୍ୟୁ କରିଛନ୍ତି । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି।  ଅଭିନେତ୍ରୀ ଜଣକ ନିଜର ମନର କଥା ସୋସିଆଲ ମିଡିଆରେ କହିଛନ୍ତି । ଯାହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତାଙ୍କର ଏହି ପୋଷ୍ଟ ଦର୍ଶାଉଛି ଯେ, ଟ୍ରୋଲର୍ସଙ୍କ ଉପରେ ରଶ୍ମିକା ରାଗି ଯାଇଛନ୍ତି। ସେଥିପାଇଁ ସେ ସୋସିଆଲ ମିଡିଆରେ ନିଜ ମନର କଥା କହିଛନ୍ତି।ଅଭିନେତ୍ରୀଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । 


COMMERCIAL BREAK
SCROLL TO CONTINUE READING

ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, 'ଯେ ଲୋକମାନେ ତାଙ୍କ ବିରୋଧରେ ମିଥ୍ୟା ଖବର ପ୍ରଚାର କରୁଛନ୍ତି, ତାଙ୍କ ନାଁ କାହା ସହିତ ଯୋଡିଛନ୍ତି। ଯାହା ତାଙ୍କୁ ବହୁତ ବିବ୍ରତ କରିଛି । ରଶ୍ମିକା ତାଙ୍କ ଲମ୍ବା ପୋଷ୍ଟରେ ଲେଖିଛନ୍ତି ଯେ 'ଗତ କିଛି ଦିନ, ସପ୍ତାହ ଏବଂ ମାସ ଧରି କିଛି କଥା ମୋତେ ବ୍ୟଥିତ କରୁଛି। ମୁଁ ଭାବୁଛି କଥା ହେବାର ସମୟ ଆସିଛି । ମୁଁ କେବଳ ନିଜ ପାଇଁ କଥା ହେଉଛି।  ଯାହା ମୁଁ ବର୍ଷେ ପୂର୍ବରୁ କରିବା ଉଚିତ୍  ଥିଲା ' । ସେ ଆହୁରୀ ମଧ୍ୟ ଲେଖିଛନ୍ତି ଯେ, 'ଯେବେଠାରୁ ମୁଁ ମୋର କ୍ୟାରିୟର ଆରମ୍ଭ କରିଥିଲି, ସେତେବେଳେ ମୁଁ ଅନେକ ଘୃଣାର ସମ୍ମୁଖୀନ ହୋଇଥିଲି। ମୁଁ ଜାଣିଛି  ମୁଁ ବାଛି ଥିବା ପେଶା ପାଇଁ ମୋତେ ଭାରି ମୂଲ୍ୟ ଦେବାକୁ ପଡିବ । ତୁମେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମୋତେ ଗ୍ରହଣ କରିନାହଁ । ମୁଁ କେବଳ ଜାଣେ ଯେ, ମୋର ଭଲ କାମରେ ମୁଁ ତୁମ ସମସ୍ତଙ୍କୁ ଖୁସି କରିପାରିବି । ମୋର କାମ ହିଁ ତୁମକୁ ମୋ ସହିତ ଅଧିକ ଖୁସି କରେ, ତାହା ହିଁ ମୁଁ ଚିନ୍ତା କରୁଛି'।  


ଏହାବି ପଢନ୍ତୁ : Daman Review: ଓଡିଆ ଫିଲ୍ମ ଜଗତ ପାଇଁ ସଞ୍ଜୀବନୀ 'ଦମନ'


ସେ ଆହୁରୀ ଲେଖିଛନ୍ତି ଯେ, 'ନିକଟରେ ମୁଁ ଏକ ସାକ୍ଷାତକାର ଦେଇଥିଲି।  ସାକ୍ଷାତକାରରେ ମୁଁ ଯାହା କହିଥିଲି ତାହା ମୋ ବିରୁଦ୍ଧରେ ଚାଲିଛି । ସୋସିଆଲ ମିଡିଆ ଓ ଇଣ୍ତଷ୍ଟ୍ରିରେ ମୋ ବିଷୟରେ ଭାଇରାଲ ହେଉଥିବା ଖବର ମୋ ପାଇଁ ଅଧିକ କ୍ଷତିକାରକ ହୋଇପାରେ । ମୁଁ ଗଠନମୂଳକ ସମାଲୋଚନାକୁ ସ୍ୱାଗତ କରେ, କାରଣ ଏହା ମୋତେ ପ୍ରେରଣା ଦିଏ । କିନ୍ତୁ ଘୃଣା ଏବଂ ନକାରାତ୍ମକତା ସହିତ କ’ଣ ? ଦୀର୍ଘ ସମୟ ଧରି ମୋତେ ଏହାକୁ ଅଣଦେଖା କରିବାକୁ ପଡୁଛି ।  ଏହାର ସମାଧାନ କରି, ମୁଁ କାହା ଉପରେ ଦୋଶ ଲଦିବାକୁ ଚେଷ୍ଟା କରୁନାହିଁ । ମୁଁ ତୁମର ପ୍ରେମକୁ ଚିହ୍ନିଛି ଏବଂ ଗ୍ରହଣ କରେ। ଏହା ତୁମର ନିରନ୍ତର ପ୍ରେମ ଏବଂ ସମର୍ଥନ ଯାହା ମୋତେ ଏପର୍ଯ୍ୟନ୍ତ ଆଗକୁ ବଢାଇବାରେ ସହାୟ ହୋଇଛି ଏବଂ ମୋତେ ସାହସ ଦେଇଛି । ରଶ୍ମୀତା ଲେଖିଛନ୍ତି ଯେ '  ମୁଁ ଯେଉଁମାନଙ୍କ ସହିତ ବର୍ତ୍ତମାନ ପର୍ଯ୍ୟନ୍ତ କାମ କରିଛି, ସେମାନଙ୍କ ପ୍ରତି ମୋର ଭଲପାଇବା ଅଛି। ତେବେ, ରଶ୍ମିକାଙ୍କ ଏହି ଲମ୍ବା ପୋଷ୍ଟରେ ୧୦ ହଜାରରୁ ଅଧିକ କମେଣ୍ଟ ଆସିଛି ।