V. K. Pandian: କ୍ଷମା ମାଗିଲେ ପାଣ୍ତିଆନ୍‍! ପୁଣି ଫେରିବେ
Advertisement
Article Detail0/zeeodisha/odisha2574922

V. K. Pandian: କ୍ଷମା ମାଗିଲେ ପାଣ୍ତିଆନ୍‍! ପୁଣି ଫେରିବେ

V. K. Pandian:(ଭୁବନେଶ୍ୱର) : ଏକଦା ବିଜେଡି ସରକାର ସମୟରେ ଅଯାଚିତ କ୍ଷମତାର ଉପସର୍ଗ ସାଜିଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି। ଅବଶ୍ୟ ତାଙ୍କ ଭୁଲ୍‍ କ’ଣ ତାହାକୁ ସ୍ପଷ୍ଟ କରି ନାହାନ୍ତି କିନ୍ତୁ କହିଛନ୍ତି ‘..ଯଦି କାହାର କିଛି ଅସୁବିଧା ହୋଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା’। ପାଣ୍ଡିଆନ୍‍ଙ୍କ ଏହି ଉକ୍ତିଟିରେ କ୍ଷମା ଶବ୍ଦ ଥିଲେ ମଧ୍ୟ ତାଙ୍କ ଆନ୍ତରିକତା ରହିଥିଲାପରି ମନେ ହେଉ ନାହିଁ। 

V. K. Pandian: କ୍ଷମା ମାଗିଲେ ପାଣ୍ତିଆନ୍‍! ପୁଣି ଫେରିବେ

V. K. Pandian:(ଭୁବନେଶ୍ୱର) : ଏକଦା ବିଜେଡି ସରକାର ସମୟରେ ଅଯାଚିତ କ୍ଷମତାର ଉପସର୍ଗ ସାଜିଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି। ଅବଶ୍ୟ ତାଙ୍କ ଭୁଲ୍‍ କ’ଣ ତାହାକୁ ସ୍ପଷ୍ଟ କରି ନାହାନ୍ତି କିନ୍ତୁ କହିଛନ୍ତି ‘..ଯଦି କାହାର କିଛି ଅସୁବିଧା ହୋଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା’। ପାଣ୍ଡିଆନ୍‍ଙ୍କ ଏହି ଉକ୍ତିଟିରେ କ୍ଷମା ଶବ୍ଦ ଥିଲେ ମଧ୍ୟ ତାଙ୍କ ଆନ୍ତରିକତା ରହିଥିଲାପରି ମନେ ହେଉ ନାହିଁ। 

ALSO READ: Weather Update: ଆଜି ବି ଭିଜିବ ଓଡି଼ଶା, ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ALSO READ: Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଗୁରୁବାର? ଜାଣନ୍ତୁ ଆଜିର ରାଶିଫଳ

ସୋସିଆଲ୍‍ ମିଡିଆରେ କାର୍ତ୍ତିକ ପାଣ୍ଡିଆନ୍‍ ନାଁରେ ତାଙ୍କ ଫଟୋ ଥାଇ ଏକ ଆଇଡି ପରିଚାଳିତ ହେଉଛି। ଏହା ବାସ୍ତବରେ ଏକ ଭେରିଫାଏଡ୍‍ ଆଇଡି ନୁହେଁ କି ଅନ୍ୟ କେହି ଏହାକୁ ପରିଚାଳନା କରୁଛନ୍ତି ବୋଲି ଉଲ୍ଲେଖ ନାହିଁ। କିନ୍ତୁ ଏହି ଆଇଡିରେ ବିଜେଡିର ସମସ୍ତ ଖବର ତଥା ପରବର୍ତ୍ତୀ ରଣନୀତି ବାବଦରେ ସୂଚନା ରହିଛି। କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କ ଫଟୋଟିଏ ମଧ୍ୟ ରହିଛି। ଯେହେତୁ ସେ ନିର୍ବାଚନ ସମୟରେ ନିଜ ନାଁକୁ କାର୍ତ୍ତିକରେ ସୀମିତ ରଖିବାକୁ ପସନ୍ଦ କରୁଥିଲେ, ଏହି ଆଇଡି ତାଙ୍କରି ବୋଲି ଗଣମାଧ୍ୟମରେ କୁହାଯାଉଛି। 

ଏହି ଆଇଡିରେ ଶ୍ରୀ ପାଣ୍ଡିଆନ ଲେଖିଛନ୍ତି, ‘ଭୁଲ ସମସ୍ତଙ୍କ ଜୀବନରେ ହୋଇଥାଏ, ଯଦି କାହାର କିଛି ଅସୁବିଧା ହୋଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା। ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡ଼ିଆ କହିବା ଏବଂ ଓଡ଼ିଆଙ୍କ ସୁଖ ଦୁଃଖର ସାଥି ହେବା ଆବଶ୍ୟକ’। 

ଶ୍ରୀ ପାଣ୍ଡିଆନ୍‍ଙ୍କ ଏହି ଉକ୍ତିରୁ ସ୍ପଷ୍ଟ ଯେ ସେ ଭୁଲ୍‍ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି। ତାଙ୍କ ଅନୁସାରେ ସମସ୍ତଙ୍କର ଭୁଲ ହୁଏ ଏଣୁ ତାଙ୍କର ବି ଭୁଲ୍‍ ହୋଇଛି । ଅର୍ଥାତ୍‍ ଏଇଟି କୌଣସି ବଡ଼ କଥା ନୁହେଁ। ପୁଣି ସେ କହୁଛନ୍ତି ତାଙ୍କର କାର୍ଯ୍ୟରେ ଯଦି କିଛି କାହାର ଅସୁବିଧା ହୋଇଥାଏ ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି। ଯଦି ସେ ସରକାରଙ୍କ ପାଇଁ କାର୍ଯ୍ୟ କରୁଥିଲେ, ତେବେ ସେଥିଜନିତ ହେଉଥିବା ଅସୁବିଧା କାହିଁକି ତାଙ୍କର ଭୁଲ୍‍ ଯୋଗୁ ବୋଲି ପ୍ରଶ୍ନ ଉଠିବା ସ୍ୱଭାବିକ। 

ଏହା ପୂର୍ବରୁ ସେ ଅନ୍ୟ ଏକ ଟ୍ୱିଟ୍‍ କରି କହିଛନ୍ତି ‘ସମଗ୍ର ଜୀବନ ଓଡ଼ିଶାବାସୀଙ୍କ ସେବାରେ ଉତ୍ସର୍ଗ କରିବା ପାଇଁ ଆଗେଇ ଆସିବା ଏବଂ ସଦା ସର୍ବଦା ତାଙ୍କ ପାଇଁ ଏକ ନୂଆ ସମୃଦ୍ଧ ଓଡ଼ିଶା ସ୍ୱପ୍ନ ଦେଖିବା’। ଏ ଟ୍ୱିଟ୍‍ କାହିଁକି ଓ କେଉଁ ଅର୍ଥରେ ହୋଇଛି ତାହା ସ୍ପଷ୍ଟ କରାଯାଇ ନାହିଁ। ଯେଉଁ ଶବ୍ଦ ସେ ସଂଯୋଜନା କରିଛନ୍ତି ସେଥିରେ ଅନେକ କଥା ଉହ୍ୟ ରହିଛି। ପ୍ରଶ୍ନ ଉଠୁଛି ଏବେ କ୍ଷମା ମାଗିବା ପାଇଁ କାହିଁକି ପାଣ୍ଡିଆନ୍‍ ଚାହିଁଲେ? ଗୋଟିଏ ପଟେ ନବୀନଙ୍କୁ ଭାରତ ରତ୍ନ ଦେବାକୁ କେନ୍ଦ୍ରମନ୍ତ୍ରୀ ସ୍ତରୀୟ ବିଜେପି ନେତା ଦାବି କରୁଥିବା ବେଳେ ପାଣ୍ଡିଆନ୍‍ଙ୍କ ଏହି ମନ୍ତବ୍ୟ କି ବାର୍ତ୍ତା ଦେଉଛି? ପାଣ୍ଡିଆନ୍‍ ଆଗକୁ କିଛି କାର୍ଯ୍ୟାନୁଷ୍ଠାନ ଭୟ କରୁଛନ୍ତି କି?

ଏବେ ଓଡ଼ିଶାରେ ଚାଲିଥିବା ବିଜେପି ସରକାର ମଧ୍ୟ ନିର୍ବାଚନ ପୂର୍ବରୁ ଯେଉଁଭଳି ଭାବେ ଫଁ ଫଁ ହେଉଥିଲା ଏବେ ତାହା ଆଉ ନାହିଁ। ଏପରିକି ପାଣ୍ଡିଆନ୍‍ଙ୍କ ସମସ୍ତ ବିଶ୍ୱସ୍ତ ଅଧିକାରୀଙ୍କୁ ନିର୍ଦ୍ଧାରିତ ସ୍ଥାନରେ ଥଇଥାନ କରାଯାଇଛି। ନବୀନ ନିବାସର ରାସ୍ତା ସେହିପରି ଜବରଦଖଲ ହୋଇ ରହିଛି। ଆଜି ବି ନବୀନଙ୍କ ବିରୋଧରେ ବା ପାଣ୍ଡିଆନ୍‍ଙ୍କ ବାବଦରେ ପଦଟିଏ କହିବାକୁ ବିଜେପି ନେତାଏଁ ଚାହୁଁ ନାହାନ୍ତି। 

ତଥାପି ପାଣ୍ଡିଆନ୍‍ ପର୍ଦ୍ଦା ବାହାରକୁ ଆସୁ ନାହାନ୍ତି। ପାଣ୍ଡିଆନ୍‍ଙ୍କ ନାଁରେ ରାଜନୀତିକ ସନ୍ନ୍ୟାସ ପଦଟି ବ୍ୟବହାର କରାଯାଉଛି। ଏକଦା ସେ ନବୀନ କ୍ଷମତାକୁ ନ ଆସିଲେ ରାଜନୀତିରୁ ଓହରିଯିବେ ବୋଲି କହିଥିଲେ। ବୋଧ ହୁଏ ଏହି ଟ୍ୱିଟର ବାର୍ତ୍ତାରେ ସେ ସେଥିନେଇ କ୍ଷମା ମାଗୁଥାଇପାରନ୍ତି। ଅର୍ଥାତ୍‍ ସେ ପୁଣିଥରେ ପର୍ଦ୍ଦା ଉପରକୁ ଆସି ବିଜେଡିର ମଙ୍ଗ ସମ୍ଭାଳିବାକୁ ଇଙ୍ଗିତ କରୁଥାଇପାରନ୍ତି।