Richa Chadha Ali Fazal Pre Wedding : ବଲିଉଡର ଚର୍ଚ୍ଚିତ ଚେହେରା ରିଚା ଚଢା (Richa Chadha ) ଓ ଅଲ୍ଲୀ ଫୈଜଲ୍ (Ali Fazal )। ଏ ଲବବାର୍ଡ ଏବେ ହାତକୁ ଦିହାତ ହେବାକୁ ଯାଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ବିବାହର ପୂର୍ବ ପ୍ରସ୍ତୁତି । ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିବା ରିଚା ଏବଂ ଅଲି ଆସନ୍ତା ୪ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ମେହେନ୍ଦି-ସଂଗୀତ୍‌ ପରେ ବର୍ତ୍ତମାନ କକ୍‌ଟେଲ୍‌ ପାର୍ଟିରୁ କିଛି ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ରିଚା ଏବଂ ଅଲି ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି । ଯୋଡିଙ୍କ ଚେହେରାରେ ବିବାହର ଚମକ ସ୍ପଷ୍ଟ ଦେଖାଯାଉଛି । ଉଭୟ ପାରନମ୍ପାରିକ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ପାରମ୍ପରିକ ଲୁକ୍‌ରେ ରିଚା-ଅଲିରିଚା ଏବଂ ଅଲି କକଟେଲ୍‌ ପାର୍ଟିରେ ପାରମ୍ପାରିକ ଲୁକ୍‌ରେ ନଜର ଆସିଥିଲେ । ଏହି ପାର୍ଟିରେ ରିଚା ଗୋଲ୍ଡେନ୍‌ ରଙ୍ଗର ଏକ ସୁନ୍ଦର ଶାଢୀ ପିନ୍ଧିଥିବାବେଳେ ଅଲି ଶେରୱାନି ପିନ୍ଧିଥିଲେ । ଦୁହେଁ ପାପାରାଜିଙ୍କ ସାମ୍ନାକୁ ଆସି ଫଟୋ ପୋଜ୍ ଦେଇଥିଲେ । ବର ଏବଂ କନିଆ ହେବାର ଖୁସି ସେମାନଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା । 


COMMERCIAL BREAK
SCROLL TO CONTINUE READING

ସଂଗୀତ ସମାରୋହର ଫଟୋଏହାପୂର୍ବରୁ ରିଚା ଏବଂ ଅଲି ସଂଗୀତ ସମାରୋହର ଫଟୋ ନିଜ ସୋସିଆଲ ମିଡିଆ ପେଜ୍‌ରେ ସେୟାର କରିଥିଲେ । ଉଭୟ ରୋମାଣ୍ଟିକ୍ ପୋଜ୍ ଦେଉଥିବାର ନଜର ଆସିଥିଲେ । ଫଟୋ ସେୟାର କରି ରିଚା କ୍ୟାପସନରେ ଲେଖିଥିଲେ - '#RiAli Mohabbat Mubarak'। ସେହିପରି ଅଲି ସମାନ ଫଟୋ ପୋଷ୍ଟ କରି କ୍ୟାପସନ୍ ଦେଇଥିଲେ, 'ତୁମକୁ ମଧ୍ୟ।'ମୁମ୍ବାଇରେ ବିବାହ ଅକ୍ଟୋବର ୪ ତାରିଖରେ ରିଚା ଏବଂ ଅଲି ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ପାଇଁ ପରସ୍ପରର ହାତ ଧରିବେ । ଅଲି ଫୈଜଲ ଏବଂ ରିଚା ପାରମ୍ପାରିକ ଢଙ୍ଗରେ ବିବାହ କରିବାକୁ ଚାହୁଁଛନ୍ତି । ଦିଲ୍ଲୀରେ ପ୍ରିଓ୍ବେଡିଂ ଫଙ୍କସନ୍‌ ଶେଷ କରିବା ପରେ ରିଚା ଏବଂ ଅଲି ମୁମ୍ବାଇରେ ବିବାହ କରିବେ । ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି ଏବଂ ବିବାହ ସହ ଜଡିତ ପ୍ରତ୍ୟେକ ଅପଡେଟ୍ ପ୍ରଶଂସକଙ୍କ ସହ ସେୟାର କରୁଛନ୍ତି ।


 ଏହାବି ପଢନ୍ତୁ : Maidaan Film : Syed Abdul Rahimଙ୍କ ବାୟୋପିକରେ ନଜର ଆସିବେ ଅଜୟ, ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ


ରିଚା ଚାଢା ଓ ଅଲ୍ଲୀ ଫୈଜଲ ମଧ୍ୟ ୨୦୨୦ରେ ବିବାହ କରିଥାନ୍ତେ । ହେଲେ କୋଭିଡ ମହାମାରୀ ପାଇଁ ଉଭୟ ବିବାହକୁ ସ୍ଥଗିତ ରଖିଥିଲେ । ମହାମାରୀର ପ୍ରଭାବ କମିବା ପରେ ବିବାହର ଖବର ସେମାନେ ନିଜ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଥିଲେ। ଗତ କିଛି ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ସେମାନେ ନିଜ ବିବାହକୁ ନିଶ୍ଚିତ କରିଥିଲେ। ଏବଂ ସେଥିରେ ସେମାନେ ଲେଖିଥିଲେ ଯେ, "ଦୁଇ ବର୍ଷ ପୂର୍ବେ ଆମେ ଆମର ବିବାହର ତାରିଖ ସ୍ଥିର କରିଥିଲୁ , ହେଲେ ସେତେବେଳେ ମହାମାରୀ ପ୍ରକୋପ ଅଧିକ ଥିବାରୁ ଏହା ସମ୍ଭବ ହୋଇ ନ ଥିଲା ଏବଂ ବର୍ତ୍ତମାନ ସେହି ସମୟ ଆସିଛି । ଆମେ ଏହି ବିବାହ ଉତ୍ସବକୁ ନିଜ ପରିବାର ଓ ବନ୍ଧୁମାନଙ୍କ ଗହଣରେ କରିବାକୁ ଯାଉଛୁ,  ଯେହେତୁ ଆମେ ସମସ୍ତେ ଏହି ଅବସରର ୱିଣ୍ଡୋ ଉପଭୋଗ କରୁ, ଶେଷରେ ଆମେ ଆମର ପରିବାର ଏବଂ ସାଙ୍ଗମାନଙ୍କ ସହିତ ଉତ୍ସବ ପାଳନ କରୁଛୁ । ଆମକୁ ଆସୁଥିବା ପ୍ରେମ ଏବଂ ଆଶୀର୍ବାଦ ଦ୍ୱାରା ଆମେ ଅତ୍ୟଧିକ ସ୍ପର୍ଶିତ ଏବଂ ଆଶୀର୍ବାଦପ୍ରାପ୍ତ ବୋଲି ସେମାନେ କହିଛନ୍ତି"।