Maidaan Film : Syed Abdul Rahimଙ୍କ ବାୟୋପିକରେ ନଜର ଆସିବେ ଅଜୟ, ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ
Advertisement
Article Detail0/zeeodisha/odisha1375576

Maidaan Film : Syed Abdul Rahimଙ୍କ ବାୟୋପିକରେ ନଜର ଆସିବେ ଅଜୟ, ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ

Maidaan Film : ବଲିଉଡକୁ ବ୍ୟାକ୍ ଟୁ ବ୍ୟାକ୍ ସୁପରହିଟ୍ ଫିଲ୍ମ ଦେଇ ଆସୁଛନ୍ତି ଅଜୟ ଦେବଗନ୍ (Ajay Devgn) । ଅଭିନେତା ଅଜୟ ଦେବଗନ(Ajay Devgn) ଙ୍କ ଦମଦାର ଅଭିନୟକୁ ଖୁବ୍ ପସନ୍ଦ କରନ୍ତି ଦର୍ଶକ। ଅ

Maidaan Film : Syed Abdul Rahimଙ୍କ ବାୟୋପିକରେ ନଜର ଆସିବେ ଅଜୟ, ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ

Maidaan Film : ବଲିଉଡକୁ ବ୍ୟାକ୍ ଟୁ ବ୍ୟାକ୍  ସୁପରହିଟ୍ ଫିଲ୍ମ ଦେଇ ଆସୁଛନ୍ତି ଅଜୟ ଦେବଗନ୍ (Ajay Devgn) । ଅଭିନେତା ଅଜୟ ଦେବଗନ(Ajay Devgn) ଙ୍କ ଦମଦାର ଅଭିନୟକୁ ଖୁବ୍ ପସନ୍ଦ କରନ୍ତି ଦର୍ଶକ।   ଅଜୟ ଦେବଗନଙ୍କ ଫିଲ୍ମ ଥ୍ୟାଙ୍କଗଡ୍ ଚଳିତ ମାସ ୨୫ରେ ପରଦାକୁ ଆସିବ । ସେହିପରି ଆସନ୍ତା ମାସରେ ଦୃଶ୍ୟମ୍ ୨ ମଧ୍ୟ ରିଲିଜ୍ ହେବ । ଯାହାକୁ ଫ୍ୟାନ୍ସ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଏହାରି ଭିତରେ ଆଉ ଏକ ବଡ ଖବର  ସାମ୍ନାକୁ ଆସିଛି । ଅଜୟ ସୟଦ ଅବଦୁଲ ରହିମ (Syed Abdul Rahim) ଯିଏକି ଜଣେ ଭାରତୀୟ ଫୁଟବଲ ଦଳର କୋଚ୍ ଓ ମ୍ୟାନେଜର ଥିଲେ।  ତାଙ୍କର ଜୀବନ କାହାଣୀ ଉପରେ ଏକ ଫିଲ୍ମଟି ନିର୍ମାଣ କରାଯିବ । ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ଅଜୟ ଦେବଗନ୍। ଫିଲ୍ମରେ ଅଜୟ ସୟଦ ଅବଦୁଲ ରହିମ୍ ଭୂମିକାରେ ନଜର ଆସିବେ । 

ଫିଲ୍ମଟିକ ନାଁ ରହିଛି ମଇଦାନ୍ (Maidaan) । ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ମଇଦାନ', ଫୁଟବଲ ଜଗତର ହିରୋ ସୟଦ ଅବଦୁଲ ରହିମଙ୍କ ଜୀବନ କାହାଣୀ ଉପରେ ଆଧାରିତ । ଏହି ଫିଲ୍ମଟି ଆସନ୍ତା ବର୍ଷ ଫେବୃଆରୀ ୧୭ ତାରିଖରେ ପରଦାକୁ ଆସିବ । ଏନେଇ ଅଜୟ ନିଜ ଟ୍ବିଟର ହ୍ୟାଣ୍ତେଲରେ ଫିଲ୍ମକୁ ନେଇ ଏମିତି କିଛି ଲେଖିଛନ୍ତି , ସେ " ହିରୋ ସୟଦ ଅବଦୁଲ ରହୀମ,ଯିଏକି ଜଣେ ଅଜ୍ଞାତ ହିରୋ, ତାଙ୍କ ପ୍ରକୃତ କାହାଣୀ ଉପରେ ଫିଲ୍ମଟି ଆଧାରିତ , ଯିଏ ଭାରତ ପାଇଁ ଗୌରବ ଆଣିଥିଲେ ,ତାଙ୍କର ଏ ଅବଦାନ ଅତୁଳନୀୟ " ,ଏହାସହ ସେ ଫିଲ୍ମର ରିଲିଜ ଡେଟ ମଧ୍ୟ ସେଠାରେ ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଅମିତ ରବିନ୍ଦ୍ର ଶର୍ମା। 

ଏହାବି ପଢନ୍ତୁ : Sagar Pandey Passes Away : ପରଲୋକରେ ସଲମାନଙ୍କ ଡୁପ୍ଲିକେଟ୍‌,ସୋସିଆଲ ମିଡିଆରେ ଏମିତି କିଛି ପୋଷ୍ଟ କଲେ ସଲୁ ମିଆଁ

 

ବିଟାଉନରେ ଅଜୟଙ୍କ କାମର କଥା କହିବାକୁ ଗଲେ ବର୍ତ୍ତମାନ ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଆଗକୁ ଆସୁଛି  ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଦୃଶ୍ୟମ ୨'(Drishyam 2 ) । ସେପ୍ଚେମ୍ବର ୨୯ରେ ଫିଲ୍ମର ଟିଜର ରିଲିଜ୍(Drishyam 2 Teaser Out ) ହୋଇଛି ।  ଟିଜରଟି ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଚଳଚ୍ଚିତ୍ରର ପ୍ରଥମ ଭାଗର ସଫଳତା ପରଠାରୁ ଦର୍ଶକମାନେ ଏହାର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଥିଲେ । କିଛି ସମୟ ପୂର୍ବରୁ ଚଳଚ୍ଚିତ୍ରର ସାଉଥ ଭର୍ସନରେ ପାର୍ଟ-୨ ରିଲିଜ୍‌ ହୋଇଥିଲା । ଏହା ପରେ ପୁଣି ହିନ୍ଦୀ ଭର୍ସନର ଚାହିଦା ବଢିଗଲା।  ଏହା ପରେ ଦୃଶ୍ୟମ ପାର୍ଟ ୨ର ସୁଟିଂ ଆରମ୍ଭ ହୋଇଥିଲା। ଫିଲ୍ମରେ ଅଜୟ ଦେବଗନ୍, ତବୁ, ଶ୍ରେୟା ସରନ୍ ,ଅକ୍ଷୟ ଖାନ୍ନା, ଇସିତା ଦତ୍ତ, ମୃଣାଳ ଯାଦବ ଓ ରଜତ କପୁର ନଜର ଆସିବେ । ଫିଲ୍ମଟି ୧୮ ନଭେମ୍ବରରେ ସିନେମା ହଲକୁ ଆସିବ । ଯାହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ ।