COMMERCIAL BREAK
SCROLL TO CONTINUE READING

Rahul Gandhi: 'ରାଗିଣୀ ଏମଏମଏସ' ସିରିଜରୁ ଲୋକପ୍ରିୟତା ସାଉଁଟିଥିବା ଅଭିନେତ୍ରୀ ହେଉଛନ୍ତି ରିୟା ସେନ୍ । ଏବେ ସେ ଭାରତ ଯୋଡ ଯାତ୍ରାରେ ସାମିଲ୍ ହୋଇଛନ୍ତି । ରିୟା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ  ଯାତ୍ରାରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଉଭୟଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । 


୭୧ ଦିନରେ ପହଞ୍ଚିଛି ଭାରତ ଯୋଡ ଯାତ୍ରା :
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ 'ଭାରତ ଯୋଡା ଯାତ୍ରା'ର ୭୧ ଦିନ ପୂର୍ଣ୍ଣ ହୋଇଛି। ରାହୁଲ ଗାନ୍ଧୀ ଏ-ପର୍ଯ୍ୟନ୍ତ  ଏହି ଯାତ୍ରା ମାଧ୍ୟମରେ ମୋଟ ୧୫୫୦ କିଲୋମିଟର ବାଟ ଅତିକ୍ରମ କରି ସାରିଛନ୍ତି । ୭ ସେପ୍ଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା  ଏହି ଯାତ୍ରା ବର୍ତ୍ତମାନ ମହାରାଷ୍ଟ୍ରରେ ପହଞ୍ଚିଛି । ଏହି ଯାତ୍ରାରେ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତ୍ରୀ ପୂଜା ଭଟ୍ଟ( filmmaker and actress Pooja Bhatt) , ଅଭିନେତା ସୁଶାନ୍ତ( actor Sushant) ଙ୍କ ପରେ ରିୟା ସେନ୍(Riya Sen) ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ରାହୁଲଙ୍କ ଏହି ଫଟୋ ରିୟାଙ୍କ ସହ ଭାଇରାଲ ହେବା ପରେ କିଛି ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । 


ଏହାବି ପଢନ୍ତୁ : Daman: ବଲିଉଡକୁ ଟକ୍କର ଦେବ 'ଦମନ', ହିନ୍ଦିରେ ଆସିବ ଫିଲ୍ମ


ଏହାବି ପଢନ୍ତୁ : Tamannaah Bhatia: ହାତକୁ ଦି' ହାତ ହେବେ ତମନ୍ନା ! ସେୟାର କଲେ ଏଭଳି ଭିଡିଓ


ଏହାବି ପଢନ୍ତୁ : Shraddha Murder Case: ହତ୍ୟାକାରୀକୁ କିଭଳି ମିଳିବ ଦଣ୍ତ ? ,ଫିଲ୍ମ ଅନ୍ଦାଜରେ ରାମ ଗୋପଳ ଭର୍ମା ଦେଲେ ଉଦାହରଣ


ଏହାବି ପଢନ୍ତୁ : Hera Pheri 3: କାହିଁକି 'ହେରାଫେରି ୩'ରେ ଅଭିନୟ କରିବାକୁ ମନା କଲେ ଅକ୍ଷୟ ? ସାକ୍ଷାତକାରରେ କଲେ ବଡ ଖୁଲାସା


 




ଭାରତ ଯୋଡ ଯାତ୍ରା ଏପର୍ଯ୍ୟନ୍ତ ୨୮ ଜିଲ୍ଲାରେ ପହଞ୍ଚି ସାରିଛି :
କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଡାକରାରେ ଦେଶବ୍ୟାପି 'ଭାରତ ଯୋଡ଼ ଯାତ୍ରା'  ସେପ୍ଟେମ୍ବର ୭ରେ ଆରମ୍ଭ ହୋଇଥିଲା।  ଏହା ବର୍ତ୍ତମାନ ଏକାଧିକ ରାଜ୍ୟରେ ପହଞ୍ଚି ସାରିଛି । ଏବଂ ୨୮ ଜିଲ୍ଲାରେ ପହଞ୍ଚି ସାରିଛି । ମହାରାଷ୍ଟ୍ରରେ ଏହି ଯାତ୍ରା ୧୧ ଦିନରେ ପହଞ୍ଚିଛି । ତେବେ,ଏହି ଯାତ୍ରା ବର୍ତ୍ତମାନ ରାଜସ୍ଥାନ, ମଧ୍ୟପ୍ରଦେଶ, ଦିଲ୍ଲୀ, ୟୁପି, ହରିୟାଣା ଓ ପଞ୍ଜାବ ଦେଇ ଜମ୍ମୁ କାଶ୍ମୀର ଅଭିମୁଖେ ଅଗ୍ରସର ହେବ ବୋଲି ଜଣାପଡିଛି । 



'ଭାରତ ଯୋଡ ଯାତ୍ରା'ରେ ରିୟା ସେନ୍ ହେଲେ ସାମିଲ୍ :  
ଅଭିନେତ୍ରୀ ରିୟାସେନ୍ ନିଜର ବୋଲ୍ଡନେସ ପାଇଁ ଅଧିକ ଚର୍ଚ୍ଚାରେ ଥାନ୍ତି । ସେ ଅନେକ ଗୀତରେ ଅଭିନୟ କରିଛନ୍ତି । ରିୟାଙ୍କୁ ଶେଷଥର ପାଇଁ ଫିଲ୍ମ 'ରାଗିଣୀ ଏମଏମଏସ' ଓ୍ବେବ ସିରିଜରେ ଦେଖିବାକୁ ମିଳିଥିଲା। 'ଲଭ ୟୁ ହାମେଶା' (Love You Hamesha)ରୁ ବଲିଉଡରେ ଡେବ୍ୟୁ କରିଥିଲେ ରିୟା । ପରେ ବଲିଉଡକୁ ଦେଇ ଆସୁଛନ୍ତି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ।