Daman: ବଲିଉଡକୁ ଟକ୍କର ଦେବ 'ଦମନ', ହିନ୍ଦିରେ ଆସିବ ଫିଲ୍ମ
Advertisement
Article Detail0/zeeodisha/odisha1444033

Daman: ବଲିଉଡକୁ ଟକ୍କର ଦେବ 'ଦମନ', ହିନ୍ଦିରେ ଆସିବ ଫିଲ୍ମ

Daman: ଓଡ଼ିଆ ସିନେମା ଜଗତରେ ନୂଆ ଇତିହାସ ସୃଷ୍ଟି କରିଛି ଫିଲ୍ମ 'ଦମନ' । ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଓଲିଉଡରେ ଗୋଟିଏ ସମୟ ଏମିତି ଥିଲା, ଯେତେବେଳେ ଦର୍ଶକ ସିନେମା ହଲରୁ ମୁହଁ ଫେରାଉ ଥିଲେ। ଫିଲ୍ମର କାହାଣୀ ଲୋକଙ୍କ ମନକୁ ଯାଉ ନ ଥିଲା।

ସୌଜନ୍ୟ : ସୋସିଆଲ ମିଡିଆ

Daman: ଓଡ଼ିଆ ସିନେମା ଜଗତରେ ନୂଆ ଇତିହାସ ସୃଷ୍ଟି କରିଛି ଫିଲ୍ମ 'ଦମନ' । ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଓଲିଉଡରେ ଗୋଟିଏ ସମୟ ଏମିତି ଥିଲା, ଯେତେବେଳେ ଦର୍ଶକ ସିନେମା ହଲରୁ ମୁହଁ ଫେରାଉ ଥିଲେ। ଫିଲ୍ମର କାହାଣୀ ଲୋକଙ୍କ ମନକୁ ଯାଉ ନ ଥିଲା। ହେଲେ,'ଦମନ' ରିଲିଜ୍ ହେବା ପର ଠାରୁ ହଲରେ ଲୋକଙ୍କ ଗହଳି ବଢିବାରେ ଲାଗିଛି । ଏପରିକି ଫିଲ୍ମର କଲେକସନ୍ ମଧ୍ୟ ୭୦ କୋଟି ଛୁଇଁଲାଣୀ । ଫିଲ୍ମର ଲୋକପ୍ରିୟତା ଏତେ ବଢିଯାଇଛି ଯେ,ଓଡ଼ିଶାରେ ରିଲିଜ୍ ହେବା ପରେ ଏବେ ଦେଶର ରାଜଧାନୀ ଦଲ୍ଲୀରେ ମଧ୍ୟ ରିଲିଜ୍ ହୋଇଛି।  

'ଦମନ' ଓଡ଼ିଆ ସିନେମା ଶିଳ୍ପ ପାଇଁ ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ । କାହିଁକିନା ୯୫ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ସିନେମା ବର୍ତ୍ତମାନ ସୁଧା ସାତ କୋଟି ରୋଜଗାର କରି ସାରିଲାଣି । ଏହି ଫିଲ୍ମ ସାରା ଓଡିଶାରେ ହଇଚଇ ସୃଷ୍ଟି କରିଛି ।  ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି , 'ଦମନ' ର ହିନ୍ଦି ଡବିଂ ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି । ଏନେଇ ଦମନ ଷ୍ଟାର ବାବୁଶାନ ଓ ତାଙ୍କ ଟିମ୍ ଡବିଂ ପାଇଁ ମୁମ୍ବାଇ ଯାଇଛନ୍ତି । ହିନ୍ଦି ଭାଷାରେ ଆସିବାକୁ ଥିବା ଫିଲ୍ମ 'ଦମନ ' ୪୫୦ ରୁ ୫୦୦ ହଲରେ ରିଲିଜ୍ ହେବ ବୋଲି ଜଣା ପଡିଛି ।  

ଏହାବି ପଢନ୍ତୁ : Daman Review: ଓଡିଆ ଫିଲ୍ମ ଜଗତ ପାଇଁ ସଞ୍ଜୀବନୀ 'ଦମନ'

ଏହାବି ପଢନ୍ତୁ : Amitabh Bachchan: ପ୍ରିୟ ବନ୍ଧୁଙ୍କୁ ହରାଇ ଦୁଃଖରେ ଅମିତାଭ, ଇନଷ୍ଟାରେ ସେୟାର କଲେ ଭାବ ବିହ୍ବଳ ପୋଷ୍ଟ

ଏହାବି ପଢନ୍ତୁ : Actress Sunny Leone: କେରଳ କୋର୍ଟକୁ ଗଲେ ସନି ଲିଓନି, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ

ନଭେମ୍ବର ୪ ତାରିଖରେ  ଫିଲ୍ମ 'ଦମନ' ରିଲିଜ୍ ହୋଇଥିଲା। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ବାବୁଶାନ୍‌ଙ୍କ ସହ ଦୀପନ୍ବିତ ଦାସ ମହାପାତ୍ର ।  'ଦମନ'କୁ ଯୁବ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ନିର୍ଦ୍ଦେଶନା ଦେଇଛନ୍ତି। ଜୀପେନ୍ଦ୍ର ସାମଲ ଫିଲ୍ମକୁ ପ୍ରଯୋଜନା କରିଛନ୍ତି। ଯୁବ ନିର୍ଦ୍ଦେଶକ ଦ୍ବୟ ଆଗରୁ 'ଵିଜୁ ବାବୁ' ଚଳଚ୍ଚିତ୍ର ମାଧ୍ୟମରେ ଅନେକ ପ୍ରଶଂସା ସାଇଁଟି ସାରିଛନ୍ତି । ଜେପି ୱାର୍ଲଡ୍‌ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍ ମେମ୍ବର। 'ଦମନ' ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ। ଚଳଚ୍ଚିତ୍ର ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ, ମାଓ ପ୍ରବଣ ତଥା ବିଚ୍ଛିନ୍ନାଞ୍ଚଳର ଦୈନନ୍ଧୀନ ଜୀବନର ସଂଗ୍ରାମକୁ ଦେଖାଯାଇଛି। ' ଭୁବନେଶ୍ୱରରୁ ଜଣେ ଯୁବ ଡାକ୍ତର ମାଲକାନଗିରି ଯାଇ କିଭଳି ସେଠାକାର ନିଚ୍ଛକ ଜୀବନଶୈଳୀର ପ୍ରେମରେ ପଡ଼ିଛନ୍ତି । ତାହା ହେଉଛି କାହାଣୀର ପ୍ରଚ୍ଛଦପଟ୍ଟ। ମ୍ୟାଲେରିଆ ବିରୁଦ୍ଧରେ ଲଢ଼େଇ କରିବାର ନିଆରା ପ୍ରୟାସ ସିନେମାକୁ ଗତିଶୀଳ କରାଉଛି।  ତେବେ, 'ଦମନ'ର ହିନ୍ଦି ଭର୍ସନ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରାଷ୍ଟାର କାଷ୍ଟ ।