Ramcharan On Natu Natu Song: ଏସଏସ ରାଜାମୌଲି(S. S. Rajamouli)ଙ୍କ ଫିଲ୍ମ'ଆରଆରଆର'(RRR) ବକ୍ସ ଅଫିସରେ ଧମାଲ ମଚାଇ ଥିଲା। ଏହି ଫିଲ୍ମଟି କୋଟି କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦର୍ଶକଙ୍କ ମନ ଛୁଇଁଥିଲା । ଖାସ କରି ଏହି ଫିଲ୍ମର ନାଟୁ ନାଟୁ ଗୀତ ଦର୍ଶକଙ୍କୁ ବେଶ ପସନ୍ଦ ମଧ୍ୟ ଆସିଥିଲା । ଏମ ଏମ କେରାବେନିଙ୍କ ଦ୍ବାର କମ୍ପୋଜ କରାଯାଇଥିବା ଏହି ଗୀତଟି ଗୋଲଡେନ ଗ୍ଲୋବରେ ବେଷ୍ଟ ଅରିଜିନାଲ ସଙ୍ଗ ଆୱାର୍ଡ଼  (80th Golden Globes Awards) ମଧ଼୍ୟ ହାସଲ କରିଛି । ଯାହାକୁ ନେଇ ପୁରା ଖୁସି ଅଛନ୍ତି ଫିଲ୍ମର ପୁରାଷ୍ଟାର କାଷ୍ଟ।  ଏବଂ ଆଶା କରାଯାଉଛି ଓସ୍କାର ସମ୍ମାନ ମଧ୍ୟ ପାଇବ । ଏହି ଗୋଲଡେନ ଗ୍ଲୋବ ପୁରସ୍କାର ଗ୍ରହଣ କରିବାପାଇଁ ନିର୍ଦ୍ଦେଶକ ଏସ୍.ଏସ୍ ରାଜାମୌଲୀ ଓ ଅଭିନେତା ଜୁନିୟର ଏନଟିଆର୍ଙ୍କ ସହ ରାମଚରଣ କାଲିଫର୍ଣ୍ଣିଆ ଗସ୍ତ କରିଥିଲେ । ‘ଦ ଗୋଲଡେନ୍ ଗ୍ଲୋବସ’ ୨୦୨୩ ସମାରୋହରେ ପୁରସ୍କାର ଗ୍ରହଣ କରିବା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି ଏହି ଟିମ୍ । ରାମଚରଣ ଓ ଜୁନିଅର ଏନଟିଆରଙ୍କ ଅଭିନୀତ ଏହି ଫିଲ୍ମ ଗୋଲଡେନ ଗ୍ଲୋବରେ ସମ୍ମାନିତ ହେବା ପରେ ବିଭିନ୍ନ ଆଡ଼ୁ ପୁରା ଟିମକୁ ଶୁଭେଚ୍ଛାର ସୁଅ ଛୁଟିଛି । ବଲିଉଡ଼ର ବିଭିନ୍ନ ଅଭିନେତା ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ।
 


COMMERCIAL BREAK
SCROLL TO CONTINUE READING

ଯଦି ଓସ୍କାର ମିଳେ ରାମଚରଣ ୧୭ଥର ନାଟୁ ନାଟୁ ଗୀତରେ ଡ୍ୟାନ୍ସ କରିବେ: ଏସବୁ ମଧ୍ୟରେ ରାମ ଚରଣ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ଗୀତଟି ଓସ୍କାର ପାଇବ,ତେବେ ସେ ଏବଂ ଜୁନିଅର ଏନଟିଆର ମଞ୍ଚରେ ୧୭ ଥର 'ନାଟୁ ନାଟୁ'ଗୀତରେ ଡ୍ୟାନ୍ସ କରିବେ। ବାସ୍ତବରେ, ଏନବିପି ପୋଡକାଷ୍ଟକୁ ଦିଆଯାଇଥିବା ଏକ ସାକ୍ଷାତକାରରେ,ରାମଚରଣଙ୍କୁ ଓସ୍କାର ମଞ୍ଚରେ ନାଚିବ କି ବୋଲି ପଚରାଯାଇଥିଲା | ଏହାର ଉତ୍ତରରେ ଆରଆରଆର ଅଭିନେତା କହିଛନ୍ତି ଯେ ଯଦି ସେ ପୁରସ୍କାର ଜିତନ୍ତି ତେବେ ସେ 'ନାଟୁ ନାଟୁ'ରେ ୧୭ ଥର ନାଚିବେ। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ଫିଲ୍ମ 'ଆରଆରଆର'ରେ ନାଟୁ ନାଟୁ ଗୀତରେ ରାମଚରଣ ଓ ତାଙ୍କ କୋଷ୍ଟାର ଜୁନିଅର ଏଣ୍ଟିଆର ଜବରଦସ୍ତ ଡ୍ୟାନ୍ସ କରିଥିଲେ । ଫିଲ୍ମର ଏହି ଗୀତକୁ ବହୁତ ପ୍ରଶଂସା ମିଳିଛି । 


ଏହାବି ପଢନ୍ତୁ : Rashmika Mandanna: କେଉଁ ଅପରାଧରେ ଜଡିତ ଅଛନ୍ତି ରଶ୍ମିକା ? ନିଜକୁ କାହଁକି ଭାବନ୍ତି ଦୋଷୀ


 



ରାମଚରଣ 'ନାଟୁ ନାଟୁ' ଗୀତ ପାଇଁ ଏମିତି ହୋଇଥିଲେ ଘାଇଲା : ଏହାପୂର୍ବରୁ ଏକ ସାକ୍ଷାତକାରରେ ରାମଚରଣ କହିଥିଲେ ଯେ 'ନାଟୁ ନାଟୁ' ଗୀତ ପାଇଁ ଯେତେବେଳେ ରିହଲସଲ ଚାଲିଥିଲା । ସେତେବେଳେ ସେ ଅଧିକ ଆଘାତ ପାଇଥିଲେ। ଯାହା ତାଙ୍କ ପାଇଁ ଏକ ସ୍ମୃତି ହୋଇ ରହିଛି । ସେ କହିଥିଲେ ଯେ , ଡ୍ୟାନ୍ସ ଅଭ୍ୟାସ କଲାବେଳେ  ତାଙ୍କ ଆଣ୍ଠୁ ରଗଡି ହୋଇଯାଇଥିଲା । ଏହା ଏକ ସୁନ୍ଦର ଅନୁଭୂତି ବୋଲି ସେ କହିଛନ୍ତି । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ  ଯେ ଗୋଲଡେନ୍ ଗ୍ଲୋବସ୍ ପୁରସ୍କାର ୨୦୨୩ରେ 'ଶ୍ରେଷ୍ଠ ଅଣ ଇଂରାଜୀ ଭାଷା ଚଳଚ୍ଚିତ୍ର' ବର୍ଗରେ 'ଆରଆରଆର' ମନୋନୀତ ହୋଇଥିଲା କିନ୍ତୁ ଏହା 'ଆର୍ଜେଣ୍ଟିନା ୧୯୮୫'କୁ ହରାଇଲା । ତେବେ ଗୋଲଡ଼େନ ଗ୍ଲୋବରେ ଧୁମ ମଚାଇଥିବା ଏହି ଫିଲ୍ମଟି ଗତ ୨୪ ମାର୍ଚ୍ଚ ୨୦୨୨ରେ ସିନେମାଘରରେ ରିଲିଜ ହୋଇଥିଲା । ମୋଟ ୧୨ଶହ କୋଟି ଆୟ କରିଛି ଏହି ଫିଲ୍ମ ।