Saif Ali Khan Birthday: ବଲିଉଡ଼(Bollywood)ଅଭିନେତା ସେଫ୍ ଅଲ୍ଲି ଖାନ୍ (Actor Saif Ali Khan)। ବଲିଉଡ଼ର ନବାବ୍ ଏହି ଷ୍ଟାରଙ୍କର ଆଜି ଜନ୍ମଦିନ । ସେ ଆଜିକା ନିଜର ୫୩ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୭୦ ଆଜିକା ଦିନରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ସେଫ୍ ।   ସେଫ୍ ଅଲ୍ଲି ଖାନ୍ ହେଉଛନ୍ତି ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କ ପୁଅ। ସେଫ୍ ଅଲ୍ଲି ଖାନଙ୍କ ପିତା ଭୋପାଳର ନବାବ ଥିଲେ। ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା (Saif Ali Khan Unkown Facts) ତାଙ୍କ ବିଷୟରେ କିଛି ଖାସ୍ କଥା (Saif Ali Khan Birthday Special)...


COMMERCIAL BREAK
SCROLL TO CONTINUE READING

Also Read: Mangal Gochar 2023: ଏହି ୫ ରାଶିକୁ ମାଲେମାଲ୍ କରିବ ମଙ୍ଗଳଙ୍କ ଚଳନ!


ସେଫ୍ ଅଲ୍ଲି ଖାନଙ୍କ ବିଷୟରେ ଜାଣନ୍ତୁ କିଛି ରୋଚକ କଥା:


ସେଫ୍ ଅଲ୍ଲି ଖାନଙ୍କ ଲଭ୍ ଷ୍ଟୋରୀ (Saif Ali Khan Love Story)କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ । ସେଫ୍ ଅଲ୍ଲି ଖାନ ନିଜ ଠାରୁ ୧୨ ବର୍ଷ ବୟସରେ ବଡ଼  ଅମ୍ରିତା ସିଂଙ୍କ ପ୍ରେମରେ ଦିନେ ପାଗଳ ଥିଲେ। ଏମିତି ତାଙ୍କ ପ୍ରେମରେ ଡୁବି ଯାଇଥିଲେ ଯେ, ଅମ୍ରିତା ସିଂଙ୍କ ସୁଟିଂ ସେଟରେ ଘଣ୍ଟା ଘଣ୍ଟା ଧରି ଟିକେ ତାଙ୍କର ଝଲକ ପାଇବା ପାଇଁ ଅପେକ୍ଷା କରି ରହୁଥିଲେ । ମୌକା ଦେଖି ଅମ୍ରିତା ସିଂଙ୍କୁ ପ୍ରେମ ନିବେଦନ ମଧ୍ୟ କରିଥିଲେ । ଆଉ ସେଫ୍ ହ୍ୟାଣ୍ତସମ୍ ଲୁକରେ ଫିଦା ହୋଇଯାଇଥିଲେ ଅମ୍ରିତା । ସେ ମଧ୍ୟ ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରି ପାରିନଥିଲେ। 


ସେଫ୍ ଅଲ୍ଲି ଖାନ ଓ ଅମୃତା ସିଂଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇଥିଲା। ୧୯୯୧ ମସିହାରେ ସେଫ୍ ଅଲ୍ଲି ଖାନ ଅମୃତା ସିଂଙ୍କୁ ବିବାହ କରିଥିଲେ। ପରେ ଅମୃତା ସାରାଙ୍କୁ ଜନ୍ମ ଦେଇଥିଲା ଆଉ ପରେ ପୁଅ ଇବ୍ରାହିମ୍ ଙ୍କୁ ଜନ୍ମ ଦେଇଥିଲେ। ବିବାହର ୧୦ ବର୍ଷ ପରେ ଉଭୟଙ୍କ ସମ୍ପର୍କରେ ଫାଟ ଦେଖାଦେଇଥିଲା । ଏହାପରେ ସେଫ୍ ଅଲ୍ଲି ଖାନ ୨୦୦୪ ମସିହାରେ ଅମୃତାଙ୍କୁ ଛାଡପତ୍ର ଦେଇଥିଲେ। ଛାଡପତ୍ର ବାବଦକୁ ଅମୃତା ସିଂଙ୍କୁ ଭରଣ ପୋଷଣ ବାବାଦକୁ କୋଟି କୋଟି ଟଙ୍କା ଦେଇଥିଲେ ସେଫ୍ ଅଲ୍ଲି ଖାନ୍। ପରେ ସେ କରୀନା କପୁର ତାଙ୍କ ଜୀବନରେ ଆସିଲେ । କରୀନା କପୁରଙ୍କ ସହ ପ୍ରଥମେ ସେଫ୍ ପ୍ରଥମେ ବନ୍ଧୁତା କରିଥିଲେ। ପରେ ଉଭୟଙ୍କ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଦିର୍ଘ ଦିନ ଦିନ ଉଭୟ ସମ୍ପର୍କରେ ରହିବା ପରେ ବିବାହ ପାଇଁ ନିସ୍ପତି ନେଇଥିଲେ। ୨୦୧୨ରେ କରୀନାଙ୍କ ହାତ ଧରିଥିଲେ ସେଫ୍। ସେଫ୍ ଅଲ୍ଲୀ ଓ କରୀନାଙ୍କର ବର୍ତ୍ତମାନ ୨ଟି ସନ୍ତାନ ରହିଛନ୍ତି ।  


ପରେ ସେ ୧୯୯୩ ମସିହାରେ (Parampara) ପରମ୍ପରା ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ। ସେହିଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ବଲିଉଡର ଯାତ୍ରା । ଏ-ହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି।  ଏହାପରେ ସେ, ଆଶିକ୍ ଆୱାରା, ପେହେଚାନ୍ ଓ ଇମତିହାନ୍ ଭଳି ଫିଲ୍ମରେ କାମ କରିଛନ୍ତି । ୧୯୯୪ ମସିହାରେ ଫିଲ୍ମ ମେନ୍ ଖିଲାଡି  ତୁ ଅନାରୀରେ(Main Khiladi Tu Anari) ସେଫ୍ ଅଲ୍ଲି ଖାନ ଅଭିନୟ କରିଥିଲେ। ଯେଉଁଥିରେ ଅଭିନେତାଙ୍କ ଅଭିନୟକୁ ଦର୍ଶକ ବେଶ ଭଲପାଇବା ଦେଇଥିଲେ। ସେଫ୍ ଅଲ୍ଲି ଖାନ କ୍ୟାରିୟରର ୩୦ ବର୍ଷ ମଧ୍ୟରେ ୮୦ ରୁ ଅଧିକ ଫିଲ୍ମରେ କାମ କରିଛନ୍ତି।