Salman Khan News : ବଲିଉଡ ସୁପରଷ୍ଟାର ସଲମାନ ଖାନ୍ । ଦବଙ୍ଗଷ୍ଚାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।  ଯେଉଁଥିରେ ଫ୍ୟାନ୍ସଙ୍କ କାଫି କମେଣ୍ଟ ଓ ଲାଇକ୍ ମଧ୍ୟ ଆସୁଛି। ସେ ନିଜ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସଲମାନ ଖାନ ବନ୍ଧୁ ତଥା ଦକ୍ଷିଣ ଅଭିନେତା ଚିରଞ୍ଜୀବୀଙ୍କୁ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଗଡ୍‌ ଫାଦର' ପାଇଁ ଶୁଭକାମନା ଜଣାଇଛନ୍ତି । ଆଜିକାଲି ସଲମାନ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଅଭିନୀତ ଟଲିଉଡ ଫିଲ୍ମ 'ଗଡ୍‌ ଫାଦର'ରେ ଏକ କ୍ୟାମୋ କରୁଥିବା ଦେଖିବାକୁ ମିଳିଛି । ଫିଲ୍ମ 'ଗଡ୍‌ ଫାଦର' ଅକ୍ଟୋବର ୨ରେ ମୁକ୍ତିଲାଭ କରିଛି। 


COMMERCIAL BREAK
SCROLL TO CONTINUE READING


ସଲମାନ ଖାନ କହିଛନ୍ତି ବନ୍ଦେ ମାତରମ୍‌ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସଲମାନ ଖାନ ଲେଖିଛନ୍ତି, 'ମୋର ପ୍ରିୟ ଚିରୁ ଗାରୁ (ଚିରଞ୍ଜୀବୀ), ମୁଁ ତୁମକୁ ବହୁତ ଭଲ ପାଏ। ମୁଁ ଶୁଣିଲି ଯେ 'ଗଡଫାଦର' ବହୁତ ଭଲ କାମ କରୁଛି, ଅଭିନନ୍ଦନ ଏବଂ ଉପରବାଲା ଆପଣଙ୍କର ଭଲ କରୁ । ଚିରୁ ଗାରୁ କ’ଣ ଆପଣ ଜାଣନ୍ତି କି ? ଏହି ଦେଶରେ ଏବଂ ଏହି ଦେଶର ଲୋକଙ୍କ ଭିତରେ ବହୁତ ଶକ୍ତି ରହିଛି .. ବନ୍ଦେ ମାତରମ୍‌ '। ପ୍ରଶଂସକ ଏବଂ ସେଲିବ୍ରେଟଙ୍କ କମେଣ୍ଟସଲମାନ ଖାନଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି । ପ୍ରଶଂସକଙ୍କ ସମେତ ସେଲିବ୍ରିଟି ମଧ୍ୟ ଏହି ଭିଡିଓରେ ପ୍ରତିକ୍ରିୟା ଦେଉଛନ୍ତି । ଚିରଞ୍ଜୀବୀଙ୍କ ପୁଅ ଏବଂ ଏସ୍‌.ଏସ୍ ରାଜାମୌଲିଙ୍କ ବ୍ଲକବଷ୍ଟର ଫିଲ୍ମ 'ଆରଆରଆର' ଫେମ୍‌ ରାମ ଚରଣଙ୍କ ସମେତ ପ୍ରଶଂସକମାନେ ସଲମାନ ଖାନଙ୍କ ଏହି ଭିଡିଓରେ ମନ୍ତବ୍ୟ ଦେଇଛନ୍ତି । ଅଭିନେତା ରାମ ଚରଣ ଦୁଇ ହାତ ଯୋଡି, ହସ ଏବଂ ହାର୍ଟ ଇମୋଜି ସହ ପୋଷ୍ଟ ସେୟାର କରିଛନ୍ତି । ରାକ୍ଷୀ ସାୱନ୍ତ ଏହି ଭିଡିଓରେ ସଲମାନ ଖାନଙ୍କୁ 'ଶୁଭେଚ୍ଛା ଭାଇ' ମନ୍ତବ୍ୟ ଦେଇଛନ୍ତି । ଅଭିନେତ୍ରୀ ପ୍ରୀତି ଜିଣ୍ଟା ଲେଖିଛନ୍ତି, 'ମୁଁ ତୁମକୁ ମିସ୍‌ କରୁଛି'।


ଏହାବି ପଢନ୍ତୁ : GodFather Box Office Collection Day 2: ବକ୍ସ ଅଫିସରେ ଏତିକି କୋଟିର କଲେକସନ କଲା ଗଡଫାଦର


 



ଯଦି ଆମେ ସଲମାନଙ୍କ କାମର କଥା କହିବା ,ବର୍ତ୍ତମାନ ସଲମାନ ଖାନ୍ ଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି।   କିସିକା ଭାଇ କିସିକି ଜାନ୍,  ଟାଇଗର ଜିନ୍ଦା ହେ ଫିଲ୍ମରେ ନଜର ଆସିବେ ସଲମାନ୍ । କିସିକା ଭାଇ କିସିକା ଜାନ୍  ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୩୦ ତାରିଖରେ ପରଦାକୁ ଆସିବ । ନୂଆବର୍ଷ ଅବସରରେ ଫିଲ୍ମଟି ରିଲିଜ୍ ହେଉଥିବାରୁ ବକ୍ସ ଅଫିସରେ ଭଲ ରୋଜଗାର କରିବ ବୋଲି ଆଶା ରଖିଛି ଫିଲ୍ମର ପୁରାଷ୍ଟାରକାଷ୍ଟ । ସେହିପରି ଟାଇଗର ଜିନ୍ଦା ହେ ୩ ଫିଲ୍ମଟି  ଆସନ୍ତା ବର୍ଷ ଏପ୍ରିଲ ୨୧ରେ  ପରଦାକୁ ଆସିବ । ଯେଉଁଥିରେ ସଲୁମିଆଁ କ୍ୟାଟ୍ରିନାଙ୍କ ସହ ନଜର ଆସିବେ । ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ହିଟ୍ କରିବ । କେବଳ ସେତିକି ନୁହେଁ, ନୋ ଏଣ୍ଚ୍ରି ମେନ ଏଣ୍ଚ୍ରି , କିକ୍ ୨ରେ ମଧ୍ୟ ତାଙ୍କ ଫିଲ୍ମ ପରଦାକୁ ଆସୁଛି ।