GodFather Box Office Collection Day 2: ବକ୍ସ ଅଫିସରେ ଏତିକି କୋଟିର କଲେକସନ କଲା ଗଡଫାଦର
Advertisement

GodFather Box Office Collection Day 2: ବକ୍ସ ଅଫିସରେ ଏତିକି କୋଟିର କଲେକସନ କଲା ଗଡଫାଦର

GodFather Box Office Collection Day 2: ସାଉଥଷ୍ଟାର ଚିରଞ୍ଜୀବି ଓ ସଲମାନଙ୍କ ଅଭିନୀତ ଫିଲ୍ମ ଗଡଫାଦର(GodFather ) ।  ଚଳିତ ମାସ ୫ ତାରିଖରେ ଫିଲ୍ମଟି ରିଲିଜ ହୋଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

GodFather Box Office Collection Day 2: ସାଉଥଷ୍ଟାର ଚିରଞ୍ଜୀବି ଓ ସଲମାନଙ୍କ ଅଭିନୀତ ଫିଲ୍ମ ଗଡଫାଦର(GodFather ) ।  ଚଳିତ ମାସ ୫ ତାରିଖରେ ଫିଲ୍ମଟି ରିଲିଜ ହୋଇଛି । ଫିଲ୍ମଟି ବକ୍ସ ଅଫିସରେ ଭଲ କଲେକସନ କରୁଛି। ପ୍ରଥମ ଦିନରେ ଫିଲ୍ମଟି ୩୮ କୋଟିରୁ ଅଧିକ ରୋଜଗାର କରିଥିବା ବେଳେ ଆଡଭାନ୍ସ ବୁକିଂ ମଧ୍ୟ ଅଧିକ ହେଉଛି। ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ ଆଡଭାନ୍ସ ବୁକିଂ ଅଧିକ ହେଉଛି । ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ହୃହୟ ଛୁଇଁଛି । 

ବାଣିଜ୍ୟ ବିଶ୍ଳେଷକ ରମେଶ ବାଲା ପୂର୍ବାନୁମାନ କରିଛନ୍ତି ଯେ, ଗଡଫାଦର ଦ୍ବିତୀୟ ଦିନଟି ମଧ୍ୟ ହାଉସପୁଲ ରହିବ । "ଥିଏଟରରେ ହାଉସଫୁଲ୍ ବୋର୍ଡ ଦେଖିବାକୁ ମିଳିବ,ପ୍ରେକ୍ଷାଳୟରେ ହ୍ୟୁମଙ୍ଗସ୍ ବ୍ଲକବଷ୍ଟର୍ # ଗଡଫାଦର ଇନ୍ ଥିଏଟର୍ସ ନାଓ!"ସେ ଟ୍ୱିଟ୍ କରିଛନ୍ତି। ସୁପରଷ୍ଟାର ଚିରଞ୍ଜୀବିଙ୍କ ତେଲୁଗୁ ଚଳଚ୍ଚିତ୍ର "ଗଡଫାଦର" ଏହାର ପ୍ରଥମ ଦିନରେ ସାରା ବିଶ୍ୱରେ ୩୮ କୋଟି ଟଙ୍କା ସଂଗ୍ରହ କରିଛି ବୋଲି ନିର୍ମାତାମାନେ ଗୁରୁବାର ଘୋଷଣା କରିଛନ୍ତି। ପ୍ରଡକ୍ସନ୍ ହାଉସ୍ କୋନିଡେଲା ପ୍ରଡକ୍ସନ୍ କମ୍ପାନୀ ଟ୍ୱିଟରରେ ଚଳଚ୍ଚିତ୍ରର ବକ୍ସ ଅଫିସ୍ ସଂଗ୍ରହ ଦିନକୁ ସେୟାର କରିଥିଲା ଗଡଫାଦର ମାଲାୟାଲମ୍ ଚଳଚ୍ଚିତ୍ର ଲୁସିଫରର ଏକ ରିମେକ୍ ବୋଲି କୁହାଯାଉଛି । ଗଡଫାଦରରେ ସଲମାନ୍ ଏକ ଦମ୍‌ଦାର୍ ଭୂମିକାରେ ନଜର ଆସିଛନ୍ତି ।  

ଏହାବି ପଢନ୍ତୁ : Adipurush teaser controversy: ଫିଲ୍ମ ଆଦିପୁରୁଷ ପାଇଁ ବଢୁଛି ଅଡୁଆ, ନିର୍ଦ୍ଦେଶକଙ୍କୁ ଲିଗାଲ୍ ନୋଟିସ୍

ଏହା ଏକ ସୁପରଡୁପର ଆକ୍ସନ ଡ୍ରାମା ଫିଲ୍ମ । ଏହି ଚଳଚ୍ଚିତ୍ରଟି ମୁଖ୍ୟମନ୍ତ୍ରୀ  ପିକେଆରଙ୍କ ମୃତ୍ୟୁର ପୃଷ୍ଠଭୂମି ଉପରେ ନିର୍ମିତ ହୋଇଛି ।  ଯାହାଫଳରେ ତାଙ୍କ ଦଳ ଏବଂ ପରିବାରରେ ରାଜନୈତିକ ସର୍ତ୍ତା ପାଇଁ ଲଢେଇ ହେଉଛି । ତାଙ୍କ ଝିଅ ଅର୍ଥାତ ନୟନତାର ଏ ରାଜନୀତିରେ ପ୍ରବେଶ ପାଇଁ ଇଚ୍ଛୁକ ନ ଥିବା ବେଳେ ତାଙ୍କ ଜ୍ବାଇଁ ଓ ଦଳର ଅନ୍ୟ ନେତା ମାନେ କଣ କରୁଛନ୍ତି ଫିଲ୍ମରେ ଦର୍ଶା ଯାଇଛି । ନାଗାର୍ଜୁନଙ୍କ ଫିଲ୍ମ ଦ ଘୋଷ୍ଚ ସହିତ ବକ୍ସ ଅଫିସରେ ଟକ୍କର ଦେଉଛି  ଏ ଫିଲ୍ମ । ଯଦି ଆମେ ସଲମାନଙ୍କ କାମର କଥା କହିବା ,ବର୍ତ୍ତମାନ ସଲମାନ ଖାନ୍ ଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି।   କିସିକା ଭାଇ କିସିକି ଜାନ୍,  ଟାଇଗର ଜିନ୍ଦା ହେ ଫିଲ୍ମରେ ନଜର ଆସିବେ ସଲମାନ୍ । କିସିକା ଭାଇ କିସିକା ଜାନ୍  ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୩୦ ତାରିଖରେ ପରଦାକୁ ଆସିବ । ନୂଆବର୍ଷ ଅବସରରେ ଫିଲ୍ମଟି ରିଲିଜ୍ ହେଉଥିବାରୁ ବକ୍ସ ଅଫିସରେ ଭଲ ରୋଜଗାର କରିବ ବୋଲି ଆଶା ରଖିଛି ଫିଲ୍ମର ପୁରାଷ୍ଟାରକାଷ୍ଟ । ସେହିପରି ଟାଇଗର ଜିନ୍ଦା ହେ ୩ ଫିଲ୍ମଟି  ଆସନ୍ତା ବର୍ଷ ଏପ୍ରିଲ ୨୧ରେ  ପରଦାକୁ ଆସିବ । ଯେଉଁଥିରେ ସଲୁମିଆଁ କ୍ୟାଟ୍ରିନାଙ୍କ ସହ ନଜର ଆସିବେ । ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ହିଟ୍ କରିବ । କେବଳ ସେତିକି ନୁହେଁ, ନୋ ଏଣ୍ଚ୍ରି ମେନ ଏଣ୍ଚ୍ରି , କିକ୍ ୨ରେ ମଧ୍ୟ ତାଙ୍କ ଫିଲ୍ମ ପରଦାକୁ ଆସୁଛି ।