Actor And Philanthropist Sonu Sood : ଅଭିନେତାରୁ ସମାଜସେବୀ । କୋରୋନା କାଳରେ ପ୍ରବାସୀଙ୍କୁ ଠିକଣା ସ୍ଥାନରେ ପହଞ୍ଚାଇବା ଦାୟିତ୍ବ ସ୍ବେଚ୍ଛାକୃତ ଭାବେ ନେଇ ଥିଲେ ସେ । ଫସିଥିବା ବିଦ୍ୟାର୍ଥୀଙ୍କୁ ସହାୟତାର ହାତ ବଢାଇବା ସହ ମାଗଣା ଖାଦ୍ୟ ବଣ୍ଟନ କରି ମହାମାରୀ କାଳରେ ଚର୍ଚ୍ଚାକୁ ଆସିଥିଲେ । ହେଲେ ଏବେ ସେ ଆଇଏଏସ (IAS) ଆଶାୟୀଙ୍କୁ ମାଗଣା କୋଚିଂ ଦେବା ସହ ବୃତ୍ତି ଯୋଗାଇବା ପାଇଁ ଘୋଷଣା କରିଛନ୍ତି। ଯାହା ଆଇଏଏସ ଆଶାୟୀଙ୍କ ପାଇଁ ଏକ ବରଦାନ ସଦୃଶ ହେବ।  ସେ ଆଉ କେହି ନୁହଁନ୍ତି। ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ତଥା ବଲିଉଡ଼ ଅଭିନେତା ସୋନୁ ସୁଦ୍।
 


COMMERCIAL BREAK
SCROLL TO CONTINUE READING

ଗତ ବର୍ଷ ସୋନୁସୁଦ ଚାରିଟି ଫାଉଣ୍ତେସନ  (Sonu Sood’s Sood Charity Foundation) ପକ୍ଷରୁ ଆଇଏଏସ ଆଶାୟୀଙ୍କୁ ମାଗଣା ଅନଲାଇନ କୋଚିଂ ଦେବା ଭଳି ସୁବିଧା ଆରମ୍ଭ କରାଯାଇଥିଲା। ହେଲେ ଚଳିତ ବର୍ଷ ଏ ବ୍ୟବସ୍ଥାରେ ଆଉଟିକେ ସୁଧାର ଆଣିଛନ୍ତି ସୋନୁ ସୁଦ। ଚଳିତ ଶିକ୍ଷାବର୍ଷ  ୨୦୨୨-୨୦୨୩ ପାଇଁ ସୋନୁ ସୁଦ ଚାରିଟି ଫାଉଣ୍ତେସନ  ଓ ଡିଭାଇନ ଇଣ୍ତିଆ  ୟୁଥ୍ ଆସୋସିଏସନ(ଦିୟା) Divine India Youth Association (DIYA)ର ମିଳିତ ସହଯୋଗରେ ଏଥର ଆଇଏଏସ ଆଶାୟୀଙ୍କୁ ସମ୍ଭବମ୍ ବୃତ୍ତି (Sambhavam scholarship programme) ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ଏକ ବଡ ଉପହାର ବୋଲି କୁହାଯାଇ ପାରିବ । 


ଏହାବି ପଢନ୍ତୁ : 'ନିଜ ଝିଅକୁ ବିବାହ କରିବାକୁ ମନା କଲେ ଏହି ଅଭିନେତ୍ରୀ'


ତେବେ, ଏ ସୁବିଧା ଦେଶରେ ଥିବା ସମସ୍ତ ଆଇଏସ କଲେଜ ଗୁଡିକରେ ଉପଲବ୍ଧ ହେବ । ବିଶେଷ କରି କଲେଜ ଗୁଡିକରେ ମାଗଣା ଅନଲାଇନ ଶକ୍ଷା ମିଳିବା ସହ ଦୁର୍ବଳ ଥିବା ପିଲାମାନଙ୍କୁ ସ୍ବତନ୍ତ୍ର ଶିକ୍ଷା ଦେବା ବା ଗାଇଡ (mentorship support) କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସାମଗ୍ରୀକ ବ୍ୟକ୍ତିତ୍ବ ବିକାଶ (holistic personality development ) ମଧ୍ୟ କରାଯିବ। ଯାହା ସାର୍ବଭୌମ ରାଷ୍ଟ୍ର ନିର୍ମାଣରେ ସହାୟକ ହେବା ସହ ଯୁବ ଗୋଷ୍ଠୀଙ୍କୁ ଏକ ନୂତନ ଦିଗଦର୍ଶନ ଦେବ।  ଏସସିଫସି (Sood Charity Foundation) ର ଦିୟା ପ୍ରୋଜେକ୍ଟ ପାଇଁ କାମ କରୁଥିବା ମନୀଶ କୁମାର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସୋନୁ ସୁଦଙ୍କ ସହ କାମ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। 


ସେ କହିଛନ୍ତି ଯେ, ସୋନୁ ସୁଦ ନେଇଥିବା ଏ ପଦକ୍ଷେପ ଦ୍ବାରା ବହୁ ଆଇଏସ ଆଶାୟୀଙ୍କ ସ୍ବପ୍ନ ସାକାର ହେବ।  ଏହି ବୃତ୍ତି ସେମାନଙ୍କୁ ଆଗକୁ ନେବାରେ ସହାୟକ ହେବ। ଫଳରେ ଅଧିକ ସଂଖ୍ୟକ ପ୍ରାର୍ଥୀ ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିବେ। ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ। ରିଲ୍ ଲାଇଫରେ ଭିଲେନ ଭାବେ ପରିଚିତ ଥିବା ବେଳେ ରିଏଲ ଲାଇଫର ଦେଶବାସୀଙ୍କ ପାଇଁ ହିରୋ ସାଜିଛନ୍ତି। କୋରୋନା ମହାମାରୀରେ ଦେଶବାସୀଙ୍କ ସେବା କରି ଚର୍ଚ୍ଚାକୁ ଆସିଥିଲେ ସେ । ସେ ସେଠାରୁ ସାମାଜସେବାରେ ଲାଗିଛନ୍ତି । ତେବେ,ତାଙ୍କ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା।