ନୂଆଦିଲ୍ଲୀ: ଏବେ ଦେଶରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର (South Indian Movie) ଓ ଦକ୍ଷିଣ ଭାରତୀୟ ଅଭିନେତାଙ୍କ କ୍ରେଜ ବଢ଼ି ବଢ଼ି ଚାଲିଛି। ଏହି ସମୟରେ ଜଣେ ସାଉଥ ଅଭିନେତା ବିବାଦ ଘେରରେ ଫସିଯାଇଛନ୍ତି। ମାଲାୟାଲମ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ କେରଳ ପୋଲିସ୍ ମାମଲା ରୁଜୁ କରିଛି।


COMMERCIAL BREAK
SCROLL TO CONTINUE READING

ମାଲାୟାଲମ ଅଭିନେତା (Malayalam Actor) ତଥା ପ୍ରଯୋଜକ ବିଜୟ ବାବୁ (Vijay Babu) ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା (Sexual Assult) ଦେଇଥିବା ଅଭିଯୋଗରେ କେରଳ ପୋଲିସ୍ ମାମଲା ରୁଜୁ କରିଛି। ମହିଳା ଜଣଙ୍କ ଗତ ୨୨ ତାରିଖରେ ଅଭିନେତା ବିଜୟ ବାବୁଙ୍କ ବିରୋଧରେ ଏର୍ଣ୍ଣାକୁଲମ ସାଉଥ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ୍ ମାମଲା ରୁଜୁ କରିଛି। ପୀଡିତାଙ୍କ (Victim) କହିବା ଅନୁସାରେ, ବିଜୟ ତାଙ୍କୁ କୋଚିର ଏକ ଫ୍ଲାଟରେ ଯୌନ ନିର୍ଯାତନା (Sexual Assult) ଦେଉଥିଲେ। ଥରେ କି ଦୁଇ ଥର ନୁହେଁ, ବାରମ୍ବାର ବିଜୟ ବାବୁ ତାଙ୍କର ଯୌନ ଶୋଷର କରିଥିବା ଏତଲା (FIR) ରେ ଉଲ୍ଲଖ ରହିଛି।


Also Read: ରୋହିତଙ୍କ Cop Universeରେ ସାମିଲ ହେଲେ ଆଉ ଜଣେ ଅଭିନେତା
 
ଯୌନ ନିର୍ଯାତନା ଖବର ଚର୍ଚ୍ଚାକୁ ଆସିବା ପରେ ଅଭିନେତା  (South Indian Actor) ବିଜୟ ବାବୁ ମୁହଁ ଖୋଲିଛନ୍ତି। ଏପରି କି ଆଇନ ଉପରେ ମଧ୍ୟ ବିଜୟ ପ୍ରଶ୍ନ ଉଠାଇଛନ୍ତି। ସେ ନିଜ ଫେସ୍-ବୁକ୍ (Facebook) ପେଜରେ ଲାଇଭ୍ ଭିଡ଼ିଓ କରି ପୁରା ଘଟଣାର କଇଫତ୍ ଦେଇଛନ୍ତି। ଏହା ସହ ସମ୍ପୃକ୍ତ ମହିଳାଙ୍କ ବିରୁଦ୍ଧରେ ମାନହାନୀ ମାମଲା ରୁଜୁ କରିବେ ବୋଲି ବିଜୟ କହିଛନ୍ତି। ସେ କହିଛନ୍ତି 'ମୁଁ କିଛି ବି ଭୁଲ୍ କାମ କରିନାହିଁ ବରଂ ମୁଁ ସେହି ଘଟଣାର ଜଣେ ପୀଡ଼ିତ। ଦେଶର ଲୋକ ଦେଖାଣିଆ ଆଇନ୍ ସେହି ମହିଳାଙ୍କୁ ସୁରକ୍ଷା ଯୋଗାଉଛି ଏବଂ ତାଙ୍କର ଏଥିରେ କିଛି କ୍ଷତି ହେଉନି ବରଂ ମୁଁ ଭୋଗୁଛି।'


 



ଅଭିନେତା ପୁଣି କହିଛନ୍ତି, 'ଏ ନେଇ ମୁଁ ଏକ ମାନହାନୀ ମାମଲା ରୁଜୁ କରାଇବାକୁ ଯାଉଛି। ଏହା କୌଣସି ଛୋଟ-ମୋଟ ମାମଲା ହେବ ନାହିଁ। ମୁଁ ତାଙ୍କୁ ଏତେ ସହଜରେ ଛାଡ଼ିବିନି। ଏହି ଅଭିଯୋଗ ସହ ଜଡ଼ିତ ସମସ୍ତ ପ୍ରମାଣ ମୁଁ ବି ଦେଖାଇ ପାରିବି। କିନ୍ତୁ ପ୍ରମାଣ ମୁଁ ଦେଖାଇବାକୁ ଚାହେଁନି, କାରଣ ମୁଁ ଚାହୁଁନି ଏଥିପାଇଁ ତାଙ୍କ ପରିବାରର କୌଣସି କ୍ଷତି ସହୁ। ମୁଁ କେବଳ ମୋ ସ୍ତ୍ରୀ, ମାଆ, ଭଉଣୀ ଓ ସାଙ୍ଗ-ସାଥୀଙ୍କୁ କୈଫତ ଦେଇପାରିବି। ଆଉ ମୁଁ ଚାହୁଁନି ମୋ ନାଁରେ ହୋଇଥିବା ଏତେ ବଡ଼ ଅଭିଯୋଗ ଛୋଟ-ମୋଟ ଖବର ହୋଇ ରହିଯାଉ।'


Also Read: ବଲିଉଡର ନାଁ ବଦଳାଇବାକୁ ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ପ୍ରସ୍ତାବ


'ମୁଁ ସେହି ମହିଳାଙ୍କ ସହ ୨୦୧୮ ଏବଂ ୨୦୨୧ରେ କଥା ହୋଇଥିଲି। ସେ ଏକ ଅଡିସନ୍ ପାଇଁ ଆସିଥିଲେ ଏବଂ ଏକ ରୋଲ ପ୍ଲେ କରିଥିଲେ। ଆଉ ଏବେ ଯେଉଁ କାଷ୍ଟିଂ କାଉଚର ପ୍ରସଙ୍ଗ  (Controversy)  ଉଠାଯାଇଛି ,ସେଥିରେ ମୁଁ ହିଁ ପୀଡ଼ିତ। ସେହି ମହିଳା ନିଜ ତରଫରୁ ମତେ ମ୍ୟାସେଜ କରି କହିଥିଲେ କି, ସେ ଡିପ୍ରେସନରେ ଅଛନ୍ତି। ମୋ ପାଖରେ ସବୁ ମ୍ୟାସେଜ ଓ ୪୦୦ରୁ ଅଧିକ ସ୍କ୍ରିନ୍ ସର୍ଟ ଅଛି। ଯାହା ବି ସେ ମୋ ବିରୋଧରେ ଅଭିଯୋଗ ଆଣିଛନ୍ତି ସେ ନେଇ ସବୁ ପ୍ରମାଣ ମୋ ପାଖରେ ଅଛି' ବୋଲି ସାଉଥ ଅଭିନେତା ବିଜୟ ବାବୁ ଫେସବୁକ ପୋଷ୍ଟରେ କହିଛନ୍ତି।