ବଲିଉଡର ନାଁ ବଦଳାଇବାକୁ ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ପ୍ରସ୍ତାବ, ଜାଣନ୍ତୁ ଏମିତି କାହିଁକି କହିଲେ ଅଭିନେତା
Advertisement
Article Detail0/zeeodisha/odisha1166317

ବଲିଉଡର ନାଁ ବଦଳାଇବାକୁ ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ପ୍ରସ୍ତାବ, ଜାଣନ୍ତୁ ଏମିତି କାହିଁକି କହିଲେ ଅଭିନେତା

ବଲିଉଡରେ ପରିବର୍ତ୍ତନର ଆବଶ୍ୟକତା ଅଛି କହିଲେ ନୱାଜୁଦ୍ଦିନ୍ ସିଦ୍ଦିକି । ଫିଲ୍ମ ସେଟରେ ଇଂରାଜୀ ଭାଷାରେ କଥାବାର୍ତ୍ତାକୁ ବିରୋଧ କରନ୍ତି ଏହି ଅଭିନେତା । ସୋସିଆଲ ମିଡିଆରେ ନୱାଜଙ୍କ ମନ୍ତବ୍ୟ ଭାଇରାଲ ।

ବଲିଉଡର ନାଁ  ବଦଳାଇବାକୁ  ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ପ୍ରସ୍ତାବ,  ଜାଣନ୍ତୁ ଏମିତି କାହିଁକି କହିଲେ ଅଭିନେତା

ନୂଆଦିଲ୍ଲୀ: ସାଉଥ ଫିଲ୍ମର କ୍ରେଜ୍ ଦେଶ ବିଦେଶରେ ଦେଖିବାକୁ ମିଳୁଛି । ଭାରତର ହିନ୍ଦୀ ବେଲ୍ଟରେ ସାଉଥ ଫିଲ୍ମ ଦମଦାର କଲେକସନ କରୁଥିବା ବେଳେ ବିଦେଶରେ ମଧ୍ୟ କଲେକସନରେ କୌଣସି ଗୁଣରେ କମ୍ ନାହିଁ ସାଉଥ ଫିଲ୍ମ । ସତ୍ୟ ଘଟଣା , ଦୁଃଖ , ପ୍ରେମ , ଆକ୍ସନ , ଡ୍ରାମା , କମେଡି ତଡକାର ଛୁଙ୍କ ଦର୍ଶକଙ୍କୁ ଭେଟି ଦିଅନ୍ତି ସାଉଥ ସୁପରଷ୍ଟାର ।  ସାଉଥ ଫିଲ୍ମର ହାଇସ୍ପ୍ରିଡ୍ ଗ୍ରୋଥ୍ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଧିରେଧିରେ ଗ୍ଲୋବାଲ ଟପିକ ବନିବାକୁ ଯାଉଛି ସାଉଥ୍ ଫିଲ୍ମର ଇନକମ୍ । ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇ ଏବେ ସାଉଥ ଫିଲ୍ମ ନିଜ ଜଲୱା ଦେଖାଉଛି ।  ଲୋକେ ସାଉଥ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି ।  ବଲିଉଡ ଫିଲ୍ମ ଦେଖିବାକୁ ଆଉ ସିନେମା ହଲରେ ଲୋକଙ୍କ ଭିଡ଼ ଜମୁନାହିଁ ।

ସାଉଥ ଫିଲ୍ମ ପ୍ରତି ଲୋକଙ୍କ ଧାରଣା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ।  ହିନ୍ଦୀ ବେଲ୍ଟରେ   ପୁଷ୍ପା,  ଟ୍ରିପଲ ଆର   ଏବଂ କେଜିଏଫ୍ ଚାପ୍ଟର ୨ ହିନ୍ଦୀ  ଭଲ  ଇନକମ  କରିଛି । ରିଲିଜର ଦ୍ୱିତୀୟ ସପ୍ତାହରେ ମଧ୍ୟ ସୁପରଷ୍ଟାର ୟଶ (Superstar Yash)ଙ୍କ ଫିଲ୍ମ କେଜିଏଫ ଚାପ୍ଟର ୨ ଦମଦାର କଲେକସନ ଜାରି ରଖିଛି । ସାଉଥ ଫିଲ୍ମର କ୍ରେଜକୁ ଦେଖି  ନୱାଜୁଦ୍ଦିନ ସିଦ୍ଦିକି (Nawazuddin Siddiqui) ବଲିଉଡରେ କିଛି ପରିବର୍ତ୍ତନର ଆବଶ୍ୟକତା ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି।  ବଲିଉଡରେ କଣ ସବୁ ପରିବର୍ତ୍ତନର ଆବଶ୍ୟକତା ରହିଛି ସେନେଇ ନିଜ ମତାମତ ସେୟାର କରିଛନ୍ତି ନୱାଜ୍ । ସେ ବଲିଉଡରେ ୩ ପ୍ରସଙ୍ଗରେ ପରିବର୍ତ୍ତନ କଥା ଉଠାଇଛନ୍ତି ।  ପ୍ରଥମେ ସେ କହିଛନ୍ତି ବଲିଉଡର ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ।

Also Read: କାହିଁକି ଲୋକପ୍ରିୟ ହେଉଛି ସାଉଥ ଫିଲ୍ମ , ପ୍ରତିକ୍ରିୟା ରଖିଲେ ଜୁନିଅର ବଚ୍ଚନ

 'ବଲିଉଡ୍ 'ର ନାମକୁ ପରିବର୍ତ୍ତନ କରି 'ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି' କରିବାକୁ  ନୱାଜୁଦ୍ଦିନ  କହିଛନ୍ତି।  ତାଙ୍କର ଦ୍ୱିତୀୟ ପ୍ରସ୍ତାବ ରହିଛି ଯେ  ରୋମାନ ଭାଷାର ସ୍କ୍ରିପ୍ଚ ବ୍ୟତୀତ ଦେବନଗରୀ ଭାଷାର ସ୍କ୍ରିପ୍ଟ କରାଯିବାର ଆବଶ୍ୟକତା ଅଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ନୱାଜ କହିଛନ୍ତି ଯେ  ଫିଲ୍ମ ସେଟରେ ସମସ୍ତେ ଇଂରାଜୀରେ କଥାବାର୍ତ୍ତା କରନ୍ତି।   ନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ ସମସ୍ତେ  ଇଂରାଜୀରେ କଥାବାର୍ତ୍ତା କରନ୍ତି। ଯାହାକୁ ସେ ନାପସନ୍ଦ କରିଛନ୍ତି । ସାଉଥ୍ ଲୋକମାନେ ନିଜ ଭାଷାକୁ ନେଇ ଗର୍ବ କରନ୍ତି। ତାମିଲ ହେଉ କି କନ୍ନଡ ହେଉ, ସମସ୍ତେ ସେଟ୍ ରେ ନିଜ ନିଜ ଭାଷାରେ କଥାବାର୍ତ୍ତା କରନ୍ତି। କିନ୍ତୁ   ବଲିଉଡ ଫିଲ୍ମ ସେଟରେ ଏଠାରେ ସମସ୍ତେ   ଇଂରାଜୀ ଭାଷାରେ କଥା କୁହନ୍ତି। ହିନ୍ଦୀ ଫିଲ୍ମ ସେଟରେ ମଧ୍ୟ ସମସ୍ତେ ହିନ୍ଦୀ ଭାଷାରେ କଥା ହେବା ପାଇଁ ସେ କହିଛନ୍ତି ।

Also Read: The Gray Man ; ଜଲୱା ଦେଖାଇବେ ଧନୁଷ୍ , ସେୟାର କଲେ ଫାଷ୍ଟ ଲୁକ୍

ନୱାଜୁଦ୍ଦିନ ସିଦ୍ଦିକିଙ୍କ ଏହି  ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ୍  ହେବାରେ ଲାଗିଛି।ନୱାଜଙ୍କ ଫିଲ୍ମ କଥା କହିବାକୁ ଗଲେ ଆଉ କିଛି ଦିନ ଭିତରେ ନୱାଜଙ୍କ ଫିଲ୍ମ ହିରୋପନ୍ଥୀ-୨ (Heropanthi-2) ରିଲିଜ ହେବାକୁ ଯାଉଛି ।  ଏପ୍ରିଲ ୨୯ରେ ରିଲିଜ ହେବା ପାଇଁ ପୁରା ପ୍ରସ୍ତୁତ ରହିଛି ଫିଲ୍ମ । ଏଥିରେ   ଲିଡ୍ ରୋଲ ପ୍ଲେ କରୁଛନ୍ତି ଟାଇଗର ଶ୍ରଫ (Tiger Shroff)ଏବଂ ତାରା ସୁତାରିୟା (Tara Sutariya) । ଏପ୍ରିଲ ୨୯ରେ ହିରୋପନ୍ଥା-୨ ସହ ଟକ୍କର ଦେବ ଅଜୟ ଦେବଗନ(Ajay Devgan)ଙ୍କ ଫିଲ୍ମ ରନୱେ-୩୪ (Runway-34) ।