Shah Rukh Khan Net Worth: ବଲିଉଡ଼ ଅଭିନେତା ଶାହାରୁଖ୍ ଖାନ୍ (Shah Rukh Khan)। ତାଙ୍କୁ କିଏ ବା ନ ଜାଣେ। ଆଜି ଅଭିନେତା ୫୮ ତମ ଜନ୍ମଦିନ ପାଳନ କରୁଛନ୍ତି  (Shah rukh khan birthday)।  ଏ ଅବସରରେ ଛୁଟୁଛି ଅଭିନେତାଙ୍କୁ ଶୁଭେଚ୍ଛାର ସୁଅ। ୨ ନଭେମ୍ବର ୧୯୬୫ ମସିହାରେ (2 November 1965) ଆଜିକା ଦିନରେ ସେ ନୂଆଦିଲ୍ଲୀରେ (New Delhi) ଜନ୍ମ ଗ୍ରହଣ କରିଥିଲେ। ପିଲାଟିବେଳୁ ଅଭିନୟ ପ୍ରତି ରୁଚି ରଖୁଥିବା ଶାହାରୁଖ୍ ଆଜିକା ଦିନରେ ବଲିଉଡର ଜଣେ ନାଁ କରା ଅଭିନେତା। କିନ୍ତୁ ଚଳିତ ବର୍ଷ ଅଭିନେତାଙ୍କ ପାଇଁ ବହୁତ ହି ଖାସ୍ ଥିଲା। କାହିଁକିନା, କିଙ୍ଗ୍ ଖାନଙ୍କ ୨ଟି ଫିଲ୍ମ 'ପଠାନ୍' ଓ 'ଜଓ୍ବାନ୍' ବକ୍ସ ଅଫିସରେ ନୂଆ ରେକର୍ଡ଼ ସୃଷ୍ଟି କରିଛି । ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...


COMMERCIAL BREAK
SCROLL TO CONTINUE READING

 



Also Read: Deepika Padukone: ରଣବୀରଙ୍କ ସହ ନିର୍ବନ୍ଧ ପରେ ଏହି ଅଭିନେତାଙ୍କ ପିଲାର ମାଆ ହେବାକୁ ଚାହୁଁଥିଲେ ଦୀପିକା


୧୯୯୨ ମସିହାରେ କିଙ୍ଗ୍ ଖାନ୍ ଦିଓ୍ବାନା (Deewana,1992) ଫିଲ୍ମରେ ଡେବ୍ୟୁ କରିଥିଲେ । ପରେ ବଲିଉଡକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ । ଆଜିକା ଦିନରେ ଏକ ଫିଲ୍ମରେ ଅଭିନୟ କରିବା ପାଇଁ ଶାହାରୁଖ୍ ୫ରୁ ୧୦୦ କୋଟି ଚାର୍ଜ କରୁଛନ୍ତି । ଏପରିକି ନିକଟରେ ରିଲିଜ୍ ହୋଇଥିବା 'ଜଓ୍ବାନ୍' ଫିଲ୍ମ ପାଇଁ ୧୦୦ କୋଟି ନେଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ସେ ଫିଲ୍ମରୁ ମୋଟା ଅଙ୍କର ଫି ନେବା ସହ ମୁଭି ହିଟ୍ ହେବା ପରେ, ନିର୍ମାତାଙ୍କ ଠାରୁ ଲାଭର ୬୦ ପ୍ରତିଶତ ଅର୍ଥ ଆଦାୟ କରନ୍ତି। ଆଉ ସବୁଠୁ ବଡ଼ କଥା ହେଲା, ଯଦି ଆମେ କିଙ୍ଗ୍ ଖାନଙ୍କ ନେଟ ଓ୍ବାର୍ଥ ବା ମୋଟ୍ ସମ୍ପତି ବିଷୟରେ କଥା ହେବା। ତେବେ, ବଲିଉଡର 'କିଙ୍ଗ ଅଫ୍ ରୋମାନ୍ସ'ର ଦୁନିଆର ସବୁଠୁ ଧନୀ ଅଭିନେତାଙ୍କ ତାଲିକାରେ ଆଗରେ ଅଛନ୍ତି। କିଙ୍ଗ୍ ଖାନଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ପ୍ରାୟ ୭୬୦ ମିଲିୟନ୍ ଡଲାର୍ ବା ୬,୩୦୦ କୋଟିରୁ ଅଧିକ ଅଟେ। 


ଏହା ବ୍ୟତିତ ମୁମ୍ବାଇରେ ଶାହାରୁଖ ଖାନଙ୍କ ବଙ୍ଗଳା 'ମନ୍ନତ୍' ଦେଶର ସବୁଠାରୁ ଦାମୀ ଘର ମଧ୍ୟରୁ ଅନ୍ୟତମ। ଯାହାର ଦାମ୍ ପ୍ରାୟ ୨୦୦ କୋଟି ଅଟେ । ଏହା ବ୍ୟତୀତ ଦୁବାଇର ପାଲମ୍ ଜୁମିରିଆ (Palm Jumeirah-Dubai) ଠାରେ ତାଙ୍କର ଏକ ବିଳାସପୂର୍ଣ୍ଣ ଭିଲ୍ଲା ରହିଛି। ଯାହାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ। ଏହା ବ୍ୟତୀତ  ଲଣ୍ଡନରେ ଶାହାରୁଖ ଖାନଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି । ଯାହାର ମୂଲ୍ୟ ୧୭୨ କୋଟି ଟଙ୍କା ହେବ। ସେଠାକୁ କିଙ୍ଗ୍ ଖାନ୍ ତାଙ୍କ ପରିବାର ସହିତ ଭ୍ୟାକେସନ୍ କଟାଇବାକୁ ଯାଆନ୍ତି। ଏହାସହ ଆଲିବାଗରେ ମଧ୍ୟ ଏକ ବିରାଟ ବଙ୍ଗଳା ରହିଛି । ଯାହାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ। 


ଶାହାରୁଖଙ୍କର ଏକ (IPL TEAM) ଏକ ଆଇପିଏଲ ଟିମ୍  କୋଲକାତା ନାଇଟ୍ ରାଇଡର୍ସ ରହିଛି। ଏହା ବ୍ୟତୀତ ତାଙ୍କର ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ନାମକ ଏକ ପ୍ରଡକ୍ସନ୍ ହାଉସ୍ (Red Chillies Entertainment,Production company) ମଧ୍ୟ ଅଛି । ଯଦି ଆମେ ତାଙ୍କ କାର୍ କଲେକସନ୍ ବିଷୟରେ କଥା ହେବା  ତେବେ, ତାଙ୍କ ପାଖରେ Rolls-Royce Phantom Drophead Coupe, Rolls-Royce Cullinan Black, BMW 7-Series, Bentley Continental GT, Bugatti Veyron, BMW 6-Series Convertible, Land Rover Range Rover Sport ଭଳି ଦାମୀ ଗାଡି଼ ରହିଛି।