Uk Pm Rishi Sunak: ରୁଷି ସୁନକ ହୋଇଛନ୍ତି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ (Uk Pm Rishi Sunak) । ଏ ଅବସରରେ ତାଙ୍କୁ ବଡ ବଡ ରାଜନେତାଙ୍କ ଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତା ଓ ଅଭିନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହେଲେ ବଲିଉଡରେ ଏ ମାମଲାରେ ସବୁଠୁ ଆଗରେ ଅଛନ୍ତି ସିଙ୍ଗର କନିକା କପୁର । କନିକା ନିଜ ଇନଷ୍ଟା ହ୍ୟାଣ୍ତେଲରେ ରୁଷି ସୁନକଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଚତୁର୍ଥ ବାର୍ଷିକ ୟୁକେ-ଇଣ୍ଡିଆ ପୁରସ୍କାର ଭିଆଇପି କାର୍ଯ୍ୟକ୍ରମ ଲଣ୍ଡନର ଫେୟାରମୋଣ୍ଟ ୱିଣ୍ଡସର ପାର୍କରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଅତିଥି ଭାବେ ବ୍ରିଟେନର ଏକ୍ସଚେୟାରର କୁଳପତି ରୁଷି  ସୁନକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରିଟେନ-ଭାରତ ସାଂସ୍କୃତିକ ସମ୍ପର୍କରେ ଅବଦାନ ପାଇଁ ବଲିଉଡ ସିଙ୍ଗର କନିକା କପୁରଙ୍କୁ ଏକ ସ୍ୱତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। କନିକା ରୁଷିଙ୍କ ସହ ତାଙ୍କର ସାକ୍ଷାତର ଏକ ଫଟୋ ପୋଷ୍ଟ କରିଛନ୍ତି। ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଏବଂ ଏହି ବିଶେଷ ଉତ୍ସବରେ ରୁଷି ସୁନକଙ୍କୁ ଭେଟିବାର ସୁଯୋଗ ପାଇଥିଲେ। କନିକା ଇନଷ୍ଟାଗ୍ରାମରେ ରୁଷିଙ୍କ ସହ ତାଙ୍କର ବିଶେଷ ଚିତ୍ର ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ କିଛି କଥାବର୍ତ୍ତା କରୁଥିବା ବେଳେ ଅନ୍ୟ ଫଟୋରେଦୁହେଁ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛି। କନିକା ଲେଖିଛନ୍ତି, 'ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିବା ଗର୍ବର ବିଷୟ'। 


COMMERCIAL BREAK
SCROLL TO CONTINUE READING

ରୁଷି ସୁନକ ହେଉଛନ୍ତି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ପ୍ରଥମ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ବ୍ରିଟେନର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି ।  ପିଏମ ପଦକୁ ନେଇ ଛକାପଞ୍ଝା ଜାରି ରହିଥିବାବେଳେ ରେସରୁ ଓହରି ଯାଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । କଞ୍ଜରଭେଟିଭ ପାର୍ଟିର ଦୁଇ ନେତା ବୋରିସ ଓ ରୁଷି ପିଏମ ପଦ ପାଇଁ ଦୁଇ ମୁଖ୍ୟ ଦାବିଦାର ଥିଲେ। ହାଉସ ଅଫ କମନ୍ସର ଲିଡର ପେନୀ ମରଡୋଣ୍ଟଙ୍କଠାରୁ ସୁନକଙ୍କୁ ଢେର ଅଧିକ ସାଂସଦଙ୍କ ସମର୍ଥନ ମିଳିଛି । ସୁନକଙ୍କ ସପକ୍ଷରେ ସଂସଦର ୧୯୦ରୁ ଅଧିକ ସାଂସଦଙ୍କ ସମର୍ଥନ ରହିଥିଲା । ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟରେ ପୂର୍ଣ୍ଣଛେଦ ପଡ଼ିଛି।


ଏହାବି ପଢନ୍ତୁ : Bhai Dooj 2022: ବଲିଉଡରେ ଭାଇଦୋଜ, ଦେଖନ୍ତୁ ଭିଡିଓ


 



 


କିଛି ଦିନ ତଳେ ଦ ଗାର୍ଡିୟନ ନିଜର ରିପୋର୍ଟରେ କହିଥିଲା ଯେ, ବ୍ରିଟେନର ଅଧିକାଂଶ ଲୋକେ ଏବଂ କନଜରଭେଟିଭ ପାର୍ଟିର ଅନେକ ନେତା ସେପ୍ଟେମ୍ୱରରେ ହିଁ ରୁଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ। ଲିଜ୍ ଟ୍ରସଙ୍କ ଚୟନ ଭୁଲ ପ୍ରମାଣିତ ହେଲା। ରୁଷି ସୁନକ ବିତର୍କ ସମୟରେ ଲିଜ୍ ଟ୍ରସଙ୍କ ଟ୍ୟାସ ହ୍ରାସ ବ୍ରିଟେନ ଅର୍ଥ ବ୍ୟବସ୍ଥା ଉପରେ ଘାତକ ପ୍ରମାଣିତ ହେବ ବୋଲି କହିଥିଲେ। ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ଦୌଡରୁ ଓହରି ଯାଇଥିଲେ। ଏହା ପରେ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ପ୍ରାୟତଃ ନିଶ୍ଚିତ ହୋଇ ଯାଇଥିଲା।