Bollywood Actress Priyanka Chopra: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟ (Acting) ଓ ସୋନ୍ଦର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ପ୍ରିୟଙ୍କା ଚୋପ୍ରାଙ୍କର ଆଜି ୪୧ ତମ ଜନ୍ମଦିନ । ୨୦୦୦ ମସିହାରେ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିବା ପ୍ରିୟଙ୍କା ବର୍ତ୍ତମାନ ନିକ ଜୋନ୍ସଙ୍କୁ ବିବାହ (Marriage) କରିବା ପରେ ଆମେରିକାରେ ରହୁଛନ୍ତି । ଆଜି ପ୍ରିୟଙ୍କା ଚୋପ୍ରାଙ୍କର ନାମ ଓ ଖ୍ୟାତି ସହିତ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଅଛି । ଜଣେ ଅଭିନେତ୍ରୀ ହେବା ବ୍ୟତୀତ ସେ ଜଣେ ସଫଳ ବିଜନେସ ମହିଳା ମଧ୍ୟ । ତାଙ୍କର ଅନୋମାଲି ନାମକ ଏକ ହେୟାର କେୟାର ବ୍ରାଣ୍ଡ, ପରଫେକ୍ଟ ମୋମେଣ୍ଟ ନାମକ ଏକ ପୋଷାକ ବ୍ରାଣ୍ଡ (Clothing brand) ଓ ନ୍ୟୁୟର୍କରେ ସୋନା ନାମକ ଏକ ରେଷ୍ଟୁରାଣ୍ଟ (Restaurant) ଅଛି । ପ୍ରିୟଙ୍କାଙ୍କର ପର୍ପଲ୍ ପେୱଲ୍ ପିକ୍ଚର୍ସ ନାମକ ଏକ ପ୍ରଡକ୍ସନ୍ ହାଉସ୍ (Production House) ମଧ୍ୟ ଅଛି । ପ୍ରିୟଙ୍କାଙ୍କର ବମ୍ବଲରେ ମଧ୍ୟ ଟଙ୍କା ବିନିଯୋଗ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ପ୍ରିୟଙ୍କା ଚୋପ୍ରା ୨୦୦୨ରେ ତାମିଲ ଚଳଚ୍ଚିତ୍ର ଥାମିଜାନରୁ ତାଙ୍କ ଚଳଚ୍ଚିତ୍ର (Film) ଜୀବନ ଆରମ୍ଭ କରିଥିଲେ । ପ୍ରିୟଙ୍କା ୨୦୦୩ ମସିହାରେ ସନ୍ନି ଦେଓଲଙ୍କ ସହିତ ଚଳଚ୍ଚିତ୍ର 'ହିରୋ: ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ' ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ । ଗାୟକ ନିକ ଜୋନାସଙ୍କୁ ବିବାହ କରିବା ପରେ ସେ ବର୍ତ୍ତମାନ ଆମେରିକାରେ ରୁହନ୍ତି ଏବଂ ଅନେକ ହଲିଉଡ ପ୍ରୋଜେକ୍ଟ (Hollywood project)ରେ କାମ ମଧ୍ୟ କରୁଛନ୍ତି।


ଗୋଟେ ଚଳଚ୍ଚିତ୍ର ପାଇଁ ୧୨ କୋଟି ନେଇଥାନ୍ତି 


ବଲିଉଡର ଅଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଅନ୍ୟତମ । ଟାଇମ୍ ମାଗାଜିନ୍ ତାଙ୍କୁ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କୁ ଅନ୍ତର୍ଭୁକ୍ତ କରିଛି । ଗୋଟିଏ ବଲିଉଡ ଚଳଚ୍ଚିତ୍ର ପାଇଁ ୧୨ କୋଟି ନେଉଥିବା ବେଳେ ହଲିଉଡରେ ଏକ ୱେବ ସିରିଜ (web series)ର ଏପିସୋଡ ପାଇଁ ୨ କୋଟି ଟଙ୍କା ନେଉଛନ୍ତି । ସେ ତାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୩  କୋଟି ଟଙ୍କା ଚାର୍ଜ କରୁଛନ୍ତି । ଏହା ବ୍ୟତୀତ ସେ ଏକ ବିଜ୍ଞାପନ (Advertisement) ପାଇଁ ୫ କୋଟି ଟଙ୍କା ମଧ୍ୟ ପାଇଥାନ୍ତି ।


ନେଟ୍ ମୂଲ୍ୟ ହେଉଛି ୬୨୦ କୋଟି 


ପ୍ରିୟଙ୍କା ଚୋପ୍ରା ଚଳଚ୍ଚିତ୍ର, ବିଜ୍ଞାପନ ଏବଂ ଅନ୍ୟାନ୍ୟ ଇଭେଣ୍ଟ (Event)ରୁ ବହୁତ ରୋଜଗାର କରିଛନ୍ତି । ପ୍ରିୟଙ୍କା ଚୋପ୍ରାଙ୍କ ନେଟ୍ ମୂଲ୍ୟ ୬୨୦ କୋଟି ଟଙ୍କା ବୋଲି କୁହାଯାଉଛି । ସେ ପ୍ରତି ମାସରେ ୧.୫ କୋଟି ଟଙ୍କା ରୋଜଗାର (Income) କରନ୍ତି । ଆମେରିକାରେ ପ୍ରିୟଙ୍କାଙ୍କର ୨୩୮କୋଟି ଟଙ୍କା ମୂଲ୍ୟର ଏକ ଘର ଅଛି । ଏହା ବ୍ୟତୀତ ମୁମ୍ବାଇରେ ତାଙ୍କର ଦୁଇଟି ବିଳାସପୂର୍ଣ୍ଣ ଘର (House) ଅଛି ଯାହାର ମୂଲ୍ୟ ପ୍ରାୟ ୮-୮ କୋଟି ଟଙ୍କା । ଗୋଆର ବାଗା ବିଚ୍ ନିକଟରେ ତାଙ୍କର ଏକ ସମ୍ପତ୍ତି ଅଛି ଯାହାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା।


ନିଜର ବ୍ୟକ୍ତିଗତ ବିମାନ 


ପ୍ରିୟଙ୍କା ଚୋପ୍ରାଙ୍କର ଏକ ଘରୋଇ ଜେଟ୍ (Private jet) ମଧ୍ୟ ଅଛି । ଆମେରିକା, ଇଂଲଣ୍ଡ ଓ ଭାରତ ମଧ୍ୟରେ ଭ୍ରମଣ ପାଇଁ ସେ ଏହାକୁ ବ୍ୟବହାର କରନ୍ତି । ପ୍ରିୟଙ୍କା ମଧ୍ୟ ବଲିଉଡର ପ୍ରଥମ ଅଭିନେତ୍ରୀ ଯିଏକି ୨.୫ କୋଟି ଟଙ୍କାରେ ରୋଲ୍ସ ରୋଏସ୍ ବିଳାସପୂର୍ଣ୍ଣ କାର କିଣିଛନ୍ତି । ତାଙ୍କର ମର୍ସିଡିଜ୍ ବେଞ୍ଜ୍ ଏସ୍ କ୍ଲାସ୍, ପୋର୍ଶ, ମର୍ସିଡିଜ୍ ବେଞ୍ଜ୍ ଇ କ୍ଲାସ୍, ମର୍ସିଡିଜ୍-ମେବେକ୍ S650, ଅଡି Q7 ଓ ବିଏମଡବ୍ଲୁ ୫ ଭଳି କାର୍ ମଧ୍ୟ ରହିଛି । ନିଜର ସଉକ ପୂରଣ କରିବାକୁ ସେ ଖୁବ୍ ଭଲ ପାଆନ୍ତି ।


Also Read- Upcoming Odia Film: ଆଗକୁ ଆସୁଛି ଏହି ସବୁ ଓଡ଼ିଆ ସିନେମା