Bollywood News: ବଲିଉଡର କିଛି ପାଓ୍ବାରଫୁଲ କପୁଲ ନିକଟରେ ପିତାମାତା ହୋଇଛନ୍ତି । ଅଭିନେତ୍ରୀ ସୋନମ୍ ଚଳିତ ବର୍ଷ ଅଗଷ୍ଟ ୨୦ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଯାହାର ନାଁ ଭାୟୁ ରଖିଛନ୍ତି ସୋନମ ଓ ଆନନ୍ଦ।  ତେବେ, ଅଭିନେତ୍ରୀ ଆଲିଆ ଭଟ୍ଟ ଚଳିତ ମାସ ୬ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଉ ଏବେ ଏବେ ମାଆ ହୋଇଛନ୍ତି ବ୍ଲାକ୍ ବିୟୁଟି ବିପାଶା ବସୁ । ସେ ମଧ୍ୟ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହାର ନାଁ ଦେବୀ ରଖିଛନ୍ତି ଏହି ଦମ୍ପତି। ତେବେ ବିପାଶା ଓ କରନ୍ ଙ୍କ ଝିଅ ଦେବୀ ଦୁନିଆକୁ ଆସିବେ ମାତ୍ରା ତାଙ୍କୁ ଢେର ସାରା ଭଲ ପାଇବା ମିଳିଛି । କେବଳ ଭଲ ପାଇବା କି ଆର୍ଶିବାଦ ନୁହେଁ ବରଂ ତାଙ୍କୁ ଦାମୀ ଉପହାର ମଧ୍ୟ ମିଳିଛି । ଆଉ ଏହି ଦାମୀ ଉପହାର ଦେବୀ ପାଇଁ ପଠାଇଛନ୍ତି ସୋନମ କପୁର ଓ ତାଙ୍କ ପରିବାର ।  


COMMERCIAL BREAK
SCROLL TO CONTINUE READING

 



ବିପାଶା ବସୁ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଏକ ସୁନ୍ଦର ଉପହାର ବାକ୍ସର ଥିବା ଦେଖିବାକୁ ମିଳିଛି । ଭିଡିଓ କ୍ୟାପସନରେ ବିପାଶା ଲେଖିଛନ୍ତି ଯେ, ତାଙ୍କ ଝିଅ ଦେବୀ ପାଇଁ ସୋନମ କପୁର ଏବଂ ଆନନ୍ଦ ଅହୁଜାଙ୍କ ପୁଅ ଭାୟୁଙ୍କ ଠାରୁ ଏହି ଉପହାର ଆସିଛି । ଏହି ଉପହାର ବକ୍ସଟିରେ ଦେବୀ ପାଇଁ ଖେଳନା ଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଉପହାର ସହ ଏକ ହାତ ଲେଖା କାର୍ଡ ମଧ୍ୟ ଆସିଛି ।


ଏହାବି ପଢନ୍ତୁ  : Prabhas Kriti Sanon Relationship: କ୍ରିତି ସାନନଙ୍କ ପ୍ରେମରେ ପାଗଳ ବାହୁବଳୀ ! ଉଭୟଙ୍କ ସମ୍ପର୍କକୁ ନେଇ ବଡ ଖୁଲାସା କଲେ ବରୁଣ ଧଓ୍ବାନ


ସୋନମ ଏକ ସୁନ୍ଦର ନୋଟ୍ ଲେଖିଛନ୍ତି :


କୁନି ପରି ଦେବୀ ପାଇଁ ଏକ ଉପହାର ବାକ୍ସ ପଠାଇବା ସହିତ ଏଥିରେ ସୋନମ ନିଜ ପରିବାର ପକ୍ଷରୁ ଏକ ହାତ ଲେଖା ଚିଠି ମଧ୍ୟ ପଠାଇଛନ୍ତି । ଅଭିନେତ୍ରୀ ଲେଖିଛନ୍ତି- 'ପ୍ରିୟ ବିପ୍ସ ଏବଂ କରଣ .. ତୁମ ଶିଶୁ କନ୍ୟାକୁ ଅଭିନନ୍ଦନ... ଶିଶୁ ଏକ ଆଶୀର୍ବାଦ ଏବଂ ମୁଁ ନିଶ୍ଚିତ ଯେ 'ଦେବୀ' ଆପଣଙ୍କୁ ବହୁତ ଭଲ ପାଇବା ଦେବ...ସୋନମ ,ଆନନ୍ଦ ଏବଂ ଭାୟୁ । ତେବେ ଏହି ଚିଠିର ଉତ୍ତର ମଧ୍ୟ ଦେଇଛନ୍ତି ବିପାଶା ।  ଉତ୍ତର ଦେବାବେଳେ ବିପାଶା ଲେଖିଛନ୍ତି, 'ଧନ୍ୟବାଦ ସୋନମ କପୁର, ଆନନ୍ଦ ଅହୁଜା ଏବଂ ଭାୟୁ। ଦେବୀ ତୁମର ଉପହାରକୁ ବହୁତ ପସନ୍ଦ କରିଛି । ତେବେ ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ବିପାଶା ବସୁ (Bipasha Basu) ଓ କରନ ସିଂ ଗ୍ରୋଭର (Karan Singh Grover) ବିବାହର ୬ ବର୍ଷ ପରେ ପ୍ରଥମ ଥର ପିତାମାତା ହୋଇଛନ୍ତି ।  ବିପାଶା ତାଙ୍କ ପ୍ରେଗନେନସିର ଖବର ପ୍ରଥମେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କୁ ଦେଇଥିଲେ। ଚଳିତ ବର୍ଷ ନଭେମ୍ବର ୧୨ରେ ବିପାଶା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏବଂ କୁନି ପରିର ଆଗମନରେ ବିପାଶା ଓ କରନ ବହୁତ ଖୁସି ଅଛନ୍ତି ।  ସୋସିଆଲ ମିଡିଆ ପୋଷ୍ଟରେ ବିପାଶା ଲେଖିଛନ୍ତି - ମାତା ରାନୀ ନିଜେ ସେମାନଙ୍କ ଘରେ ପହଞ୍ଚିଛନ୍ତି ଏବଂ ତେଣୁ ସେ ତାଙ୍କ ଝିଅର ନାମ ଦେବୀଙ୍କ ନାମ ରଖିଛନ୍ତି।