Actress Soundarya Death:  ବଲିଉଡ ଫିଲ୍ମ ସୂର୍ଯ୍ୟବଂଶମ ଯେତେବେଳେ ରିଲିଜ ହେଲା ତେବେ ବକ୍ସ ଅଫିସରେ ଫ୍ଲପ୍ ନିଶ୍ଚିତ ହୋଇଥିଲା । ହେଲେ ଆଜିବି ବଲିଉଡ ଫିଲ୍ମ ଜଗତରେ ଏହାକୁ ସବୁବେଳେ ଚର୍ଚ୍ଚିତ ଫିଲ୍ମ ଭାବେ ବିବେଚନା କରାଯାଏ । ଆଜି ବି ଟେଲିଭିଜନରେ ଏହି ମୁଭି ବାରମ୍ବାର ଟେଲିକାଷ୍ଟ ମଧ୍ୟ କରାଯାଏ। ଏବେ ଏହି ଫିଲ୍ମର ଅନେକ ଦୃଶ୍ୟକୁ ସୋସିଆଲ ମିଡିଆରେ ମିମ୍ ଭାବେ ବ୍ୟବହାର କରାଯାଉଛି। ସେହିପରି ଯଦି ଫିଲ୍ମ କଥା କହିବା ତେବେ ଫିଲ୍ମର କାହାଣୀକୁ କିଛିମାତ୍ରାରେ ପସନ୍ଦ କରା ବି ଯାଇଥିଲା । ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ ସେୟାର କରିଥିଲେ ସାଉଥ ର ଅଭିନେତ୍ରୀ ସୌନ୍ଦର୍ୟ୍ୟା। ଆପଣଙ୍କୁ ଆଜି ଏହି ଫିଲ୍ମ ସହ ଜଡିତ ଏକ ରହସ୍ୟ ବିଷୟରେ ଆମେ କହିବୁ ଯାହା ଜାଣିଲେ ଆପଣ ବି ଆଶ୍ଟର୍ଯ୍ୟ ହେବେ । 


COMMERCIAL BREAK
SCROLL TO CONTINUE READING

ପ୍ରକୃତରେ ଏହି ଫିଲ୍ମଟି ରିଲିଜ ହେବାର ମାତ୍ର ୫ ବର୍ଷ ମଧ୍ୟରେ ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କର ମୃତ୍ୟୁ ହୋଇଥିଲା । କନ୍ନଡ ଫିଲ୍ମର ବଡ଼ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ସୌନ୍ଦର୍ଯ୍ୟା ଏକ  MBBS ଡାକ୍ତର ବି ଥିଲେ । ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ (Heroin Soundarya Death) ଅସଲ ନାମ ହେଉଛି ସୌମ୍ୟା ସତ୍ୟ ନାରାୟଣ ଓ ସେ ବର୍ଷ ୧୯୯୯ ରେ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ସୂର୍ଯ୍ୟବଂଶମ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ। ସବୁଠାରୁ ବଡ଼ କଥା ହେଲା କି ମାତ୍ର ୧୨ ବର୍ଷ ମଧ୍ୟରେ ଅଭିନେତ୍ରୀ ପାଖାପାଖି ୧୦୦ ରୁ ଅଧିକ ଫିଲ୍ମରେ ନିଜର ଜଲୱା ଦେଖାଇ ସାରିଥିଲେ । ହେଲେ ବଲିଉଡ ଫିଲ୍ମ ସୂର୍ଯ୍ୟବଂଶମ ଫ୍ଲପ୍  (Sooryavansham) ପରେ ସେ ଦ୍ୱିତୀୟ ଥର ପାଇଁ ବଲିଉଡକୁ ଆଉ ଚାହିଁନଥିଲେ। 


ସୌନ୍ଦର୍ଯ୍ୟା ଏମିତି ଏକ ଅଭିନେତ୍ରୀ ଥିଲେ ଯିଏ ନିଜର ଏତିକି କମ ଦିନର କ୍ୟାରିୟର ମଧ୍ୟରେ ପାଞ୍ଚଟି ଭାଷା ଅର୍ଥାତ, ତାମିଲ , ମଲୟାଲମ, ତେଲୁଗୁ, କନ୍ନଡ ଓ ହିନ୍ଦୀ ଫିଲ୍ମରେ ନିଜର ଜଲୱା ଦେଖାଇଥିଲେ । ୨୦୦୩ ମସିହାରେ, କ୍ୟାରିୟରରେ ଯେତେବେଳେ ସେ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ସେହି ସମୟରେ ସେ ନିଜର ପିଲାଦିନର ବନ୍ଧୁ ଜିଏସ ରଘୁଙ୍କୁ ବିବାହ କରିଥିଲେ । କିନ୍ତୁ ଏକ ଯନ୍ତ୍ରଣାଦାୟକ ପ୍ଲେନ କ୍ରାସରେ ମାତ୍ର ୩୧ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଥିଲେ। ବାସ୍ତବରେ, ୨୦୦୪ ମସିହାରେ, ଏକ ରାଜନୈତିକ ସମାବେଶରେ ଭାଗ ନେବାକୁ ଯାଉଥିବା ସୌନ୍ଦର୍ଯ୍ୟାଙ୍କ ହେଲିକପ୍ଟର ଉଡ଼ିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସୌନ୍ଦର୍ଯ୍ୟ, ତାଙ୍କ ଭାଇ ଏବଂ ଅନ୍ୟ ଦୁଇ ଜଣ ପ୍ରାଣ ହରାଇଥିଲେ ।  ଏହି ଦୁର୍ଘଟଣା ସମୟରେ ଅଭିନେତ୍ରୀ ସୌନ୍ଦର୍ଯ୍ୟା ଗର୍ଭବତୀ (Actress Soundarya Death) ଥିଲେ ବୋଲି ତାଙ୍କ ପରିବାର ଲୋକ ସୂଚନା ଦେଇଥିଲେ । ତେବେ କୁହାଯାଏ ଯେ, ଫିଲ୍ମ ସୁଟିଂ ସମୟରେ ବିଗ୍ ବି ଙ୍କ (Big B Amitabh) ଏମିତି କିଛି ମୃତ୍ୟୁର ଆଭାଷ ମିଳିଥିଲା ହେଲେ ଏକଥା ର କୌଣସି ସତ୍ୟତା ଜଣାପଡି଼ନାହିଁ। 


ସେପଟେ  କୁହାଯାଏ ଯେ ଯେତେବେଳେ ସୌନ୍ଦର୍ଯ୍ୟା ଜନ୍ମ ହୋଇଥିଲେ, ଜଣେ ଜ୍ୟୋତିଷ ତାଙ୍କର କମ୍ ବୟସରେ ଏପରି ମୃତ୍ୟୁ ବିଷୟରେ ପୂର୍ବାନୁମାନ କରିଥିଲେ । ଏହି ବିଷୟରେ, ତାଙ୍କ ପିତାମାତା ଡ଼ରିଯାଇ ଅନେକ ହୋମ, ଯଜ୍ଞ, ପୂଜାପାଠ ସହ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିଥିଲେ। କିନ୍ତୁ ଯାହା ଘଟିଲା ତାହା ଯନ୍ତ୍ରଣାଦାୟକ ସହ ସତ୍ୟକୁ ଏଡ଼ାଇ ଦିଆଯାଇ ପାରିଲା ନାହିଁ କୁହାଯାଇପାରିବ। 


Also Read: Kisi Ka Bhai Kisi Ki Jaan Box Office Collection Day 1: ପ୍ରଥମ ଦିନରେ ବାଜି ମାରିଲା ସଲୁମିଆଁଙ୍କ ଏହି ଫିଲ୍ମ, ରୋଜଗାର କଲା ଏତେ କୋଟି