Puneeth Rajkumar Satellite: କର୍ଣ୍ଣାଟକ ସରକାର (Karnataka Govt) ପୁନୀତ ରାଜକୁମାରଙ୍କ (Puneeth Rajkumar) ସମ୍ମାନାର୍ଥେ ତାଙ୍କ ନାମରେ ଏକ ଉପଗ୍ରହର (Satellite) ନାମ ରଖିବାକୁ ନିର୍ଣ୍ଣୟ ନେଇଛନ୍ତି। ଏହି ଉପଗ୍ରହ ୧୫ ନଭେମ୍ବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ କକ୍ଷରେ ଲଞ୍ଚ କରାଯିବ। କନ୍ନଡ଼ ଚଳଚ୍ଚିତ୍ର ସୁପରଷ୍ଟାର ଅଭିନେତା ପୁନୀତ ରାଜକୁମାର ଆଜି ଆମ ଗହଣରେ ନାହାନ୍ତି ସତ, ହେଲେ ତାଙ୍କ ପ୍ରଶଂସକ ହୃଦୟରେ ସେ ସର୍ବଦା ଜୀବିତ ରହିଥାନ୍ତି। ଅଭିନେତାଙ୍କ ସ୍ମୃତିରେ ତାଙ୍କ ପ୍ରଶଂସକମାନେ ଅନେକ ସମୟରେ କିଛି ନା କିଛି କରୁଥିବା ଦେଖିବାକୁ ମିଳେ। ପୁନୀତଙ୍କ ସହ ଜଡ଼ିତ ଏହି ଖବର ଏବେ ତାଙ୍କ ପ୍ରଶଂସକଙ୍କୁ ପ୍ରଫୁଲ୍ଲିତ କରିଛି। ପୁନୀତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପୁନୀତ ନାମକ ଏକ ଉପଗ୍ରହକୁ ଖୁବଶୀଘ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ନେଇ ଯୋଜନା କରୁଛିନ୍ତି କର୍ଣ୍ଣାଟକ ସରକାର। 


COMMERCIAL BREAK
SCROLL TO CONTINUE READING

ଏ ବିଷୟରେ ସୂଚନା ଦେଇଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ସିଏନ୍ ଅସୱନ୍ତ ନାରାୟଣ (C.N. Ashwath Narayan)। ସେ କହିଛନ୍ତି ଯେ, ବେଙ୍ଗାଲୁରୁର ଏକ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରମାନେ ୧.୯୦ କୋଟି ଟଙ୍କା ବ୍ୟୟରେ ଏକ କେଜିଏସ୩ (A KGS3) ଉପଗ୍ରହ ବିକଶିତ କରିଛନ୍ତି। ଆମେ ଦିବଙ୍ଗତ ଅଭିନେତାଙ୍କ ସ୍ମୃତିରେ ଉପଗ୍ରହର ନାମ ପୁନୀତ ରଖିଛୁ, ଯିଏକି ଗତବର୍ଷ ଅକ୍ଟୋବର ମାସରେ ମୃତ୍ୟୁବରଣ କରିଥିଲେ। ନଭେମ୍ବର ୧୫ରୁ ଡିସେମ୍ବର ୩୧ ମଧ୍ୟରେ ଏହି ଉପଗ୍ରହ ଉତକ୍ଷେପଣ କରାଯିବା ପାଇଁ ଯୋଜନା କରାଯାଇଛି।



ଏହାପୂର୍ବରୁ ପୁନୀତଙ୍କୁ ନିକଟରେ ମୈଶୂର ବିଶ୍ୱବିଦ୍ୟାଳୟ ଦ୍ବାରା ମରଣୋତ୍ତର ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୨୧ ମସିହା ଅକ୍ଟୋବର ୨୯ ତାରିଖରେ କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କର ହୃଦଘାତରେ ପରଲୋକ ଘଟିଥିଲା। ତାଙ୍କର ଶେଷ ଚଳଚ୍ଚିତ୍ର ଲକି ମ୍ୟାନ୍ ସେପ୍ଟେମ୍ବର ୯ ତାରିଖରେ ମୁକ୍ତିଲାଭ କରିବ।


ଏଠାରେ କହିରଖୁଛୁ, ପୁନୀତଙ୍କ ମୃତ୍ୟୁ ପରେ କର୍ଣ୍ଣାଟକର ଚାମରଜନଗର ଜିଲ୍ଲାର ହନୁର ତାଲୁକର ମାରୁରୁ ଗାଁର ଜଣେ ୩୦ ବର୍ଷର ଯୁବକଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ନାମ ମୁନିୟାପ୍ପା ହୋଇଥିବା ବେଳେ ସେ ପେଷାରେ ଜଣେ କୃଷକ ଓ ତାଙ୍କ ପତ୍ନୀ ଦୁଇ ପିଲା ମଧ୍ୟ ଅଛନ୍ତି ।


ଗ୍ରାମବାସୀଙ୍କ ମତରେ, ମୁନିୟାପ୍ପା ପାୱାର ଷ୍ଟାର ପୁନୀତଙ୍କ ଜଣେ ବଡ ପ୍ରଶଂସକ ଥିଲେ ଓ ତାଙ୍କର ସମସ୍ତ ଫିଲ୍ମକୁ ବିନା କୌଣସି ବାଧାରେ ଦେଖୁଥିଲେ। ହେଲେ ତାଙ୍କର ପ୍ରିୟ ତାରକାଙ୍କର ହୃଦଘାତ ହୋଇଥିବା ଜାଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେତେବେଳେ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ମୁନିୟାପ୍ପା ଅଭିନେତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଖି ଟେଲିଭିଜନ୍ ସାମ୍ନାରେ କାନ୍ଦିପକାଉଥିଲେ। ଛାତିରେ ଯନ୍ତ୍ରଣା ହେବା ମାତ୍ରେ ସେ ତଳେ ଖସିପଡ଼ିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ପୋନ୍ନାଚି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଯେଉଁଠାରେ ହୃଦଘାତ ହେତୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।



ସେହିପରି ଆଉ ଏକ ରିପୋର୍ଟ ଅନୁଯାୟୀ, ସୁପରଷ୍ଟାରଙ୍କ ଆଉ ଜଣେ ପ୍ରଶଂସକ ମଧ୍ୟ ବେଲାଗାଭିର ସିନ୍ଦୋଲି ଗାଁରେ ମୃତ୍ୟୁ ବରଣ କରିଥିଲେ। ପର୍ଶୁରାମ ଡେମାନନାଭାର ଏହି ଅଭିନେତାଙ୍କର ଜଣେ ପ୍ରଶଂସକ ଥିଲେ ଓ ଟେଲିଭିଜନ୍ ଆଗରେ ଅନର୍ଗଳ ଭାବରେ କାନ୍ଦୁଥିବାର ଦେଖାଯାଇଥିଲା । ଏହି ସମୟରେ ତାଙ୍କର ହୃଦଘାତ ହେବା ଫଳରେ ମଧ୍ୟରାତ୍ରୀରେ ତାଙ୍କର ଦେହାନ୍ତ ହୋଇଥିଲା ।


ଏହିପରୁ ଯଦି ଦେଖିବା ତେବେ କନ୍ନଡ଼ ହିରୋ ପୁନୀତ ରାଜକୁମାରଙ୍କ ମୃତ୍ୟୁ ବିଶେଷକରି କର୍ଣ୍ଣାଟକ ପାଇଁ ଅନେକ ବିଷାଦ ଆଣିଦେଇଥିଲା। ତାଙ୍କର ଚଳଚ୍ଚିତ୍ର ଗୁଡିକ ଆକ୍ସନରେ ଭରପୁର ଥିବା ବେଳେ ମଣିଷ ହିସାବରେ ମଧ୍ୟ ତାଙ୍କ ବ୍ୟକ୍ତିତ୍ବକୁ ବେଶ ପ୍ରଶଂସା କରାଯାଏ।