Sunny Leone: ସନ୍ନି ଲିଓନି ଜଣେ ଜଣାଶୁଣା ଅଭିନେତ୍ରୀ ,ମଡେଲ ଏବଂ ପୂର୍ବତନ ପର୍ଣ୍ଣଷ୍ଟାର । ନିଜର ହଟନେସ୍ ଓ ବୋଲ୍ଡନେସ ପାଇଁ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତେବେ, ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥୀଙ୍କୁ ଏଠାରେ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥିଲା। ଏହି ସମୟରେ ଜଣେ ପ୍ରାର୍ଥୀଙ୍କୁ ଏକ ଆଡମିଟ୍ କାର୍ଡ ମିଳି ଥିଲା। ଯେଉଁଥିରେ ପରିକ୍ଷାର୍ଥୀଙ୍କ ଆଡମିଟ କାର୍ଡରେ ତାଙ୍କ ଫଟୋ ବଦଳରେ ପୂର୍ବତନ ପର୍ଣ୍ଣଷ୍ଟାର ସନ୍ନି ଲିଓନିଙ୍କ ଫଟୋ ଥିଲା। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ପ୍ରସଙ୍ଗରେ ଶିକ୍ଷା ବିଭାଗର ସ୍ୱତନ୍ତ୍ର ଅଧିକାରୀଙ୍କ ଦ୍ୱାରା ସ୍ପଷ୍ଟୀକରଣ ଦିଆଯାଇଥିଲା ଏବଂ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । 


COMMERCIAL BREAK
SCROLL TO CONTINUE READING

କର୍ଣ୍ଣାଟକରେ, ଶିକ୍ଷକ ଯୋଗ୍ୟତା ପରୀକ୍ଷା ( teacher eligibility test) ଆଡମିଟ୍ କାର୍ଡରେ ପରିକ୍ଷାର୍ଥୀଙ୍କ ଫଟୋ ବଦଳରେ ସନ୍ନ୍ ଲିଓନିଙ୍କ ଫଟୋ ଛାପିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷା ବିଭାଗର ଅଧିକାରୀ । ବିଭାଗ ଏକ ବିବୃତ୍ତିରେ କହିଛି ଯେ, ପୋର୍ଟାଲରେ ଲଗଇନ୍ ପ୍ରବେଶ ସମ୍ପୁର୍ଣ୍ଣ ପ୍ରାର୍ଥୀଙ୍କ ଉପରେ ରହିଛି । ଏବଂ ଉକ୍ତ ଭୁଲ ପାଇଁ ବିଭାଗ ଦାୟୀ ନୁହେଁ। ଏହି ଘଟଣାର ତଦନ୍ତ ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି।


ଏହାବି ପଢନ୍ତୁ : Salman Khan: ଗୋଟିଏ ପରଦାରେ ନଜର ଆସିବେ ଦୁଇ ଖାନ୍, ଜାଣନ୍ତୁ ଫିଲ୍ମର ନାଁ ଓ ରିଲିଜ୍ ଡେଟ୍


ଏହି ଘଟଣାକୁ ଟାର୍ଗେଟ କରିଛି କଂଗ୍ରେସ :


ଆଡମିଟ୍ କାର୍ଡର ସନ୍ନ୍ ଲିଓନିଙ୍କ ଫଟୋ ଥିବା ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । କର୍ଣ୍ଣାଟକ କଂଗ୍ରେସ ସୋସିଆଲ ମିଡିଆ ଚେୟାରମ୍ୟାନ୍ ବି.ଆର ନାଇଡୁ ଟ୍ୱିଟ୍ କରି କହିଛନ୍ତି ଯେ, ଶିକ୍ଷକ ନିଯୁକ୍ତି ପାଇଁ ଆଡମିଟ୍ କାର୍ଡରେ ପ୍ରାର୍ଥୀଙ୍କ ସ୍ଥାନରେ ଏକ ବ୍ଲୁ ଫିଲ୍ମର ଅଭିନେତ୍ରୀଙ୍କ ଫଟୋ ରହିଛି। ବ୍ଲୁ ଫିଲ୍ମ ଦେଖୁଥିବା ଦଳ ଠାରୁ ଆଉ କଣ ଆଶା କରାଯାଇପାରେ ବୋଲି ସେ କହିଛନ୍ତି । ସେପଟେ କଂଗ୍ରେସର ଏହି ସମାଲୋଚନା କୁ ଟାର୍ଗେଟ କରିଛନ୍ତି କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ । ଏହି ଘଟଣାକୁ ନେଇ ସେ କଡା ଜବାବ ମଧ୍ୟ ଦେଇଛନ୍ତି । 



ଶିକ୍ଷା ମନ୍ତ୍ରୀ କଣ କହିଛନ୍ତି ?
କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ, ବିସି ନାଗେଶ କହିଛନ୍ତି ଯେ ପ୍ରାର୍ଥୀଙ୍କୁ ଏକ ଫଟୋ ଅପଲୋଡ୍ କରିବାକୁ ପଡିବ। ଫାଇଲ୍ ସହିତ ଯେ କୌଣସି ଫଟୋ ସଂଲଗ୍ନ ହୋଇଛି ସିଷ୍ଟମ୍ ନିଏ । ଯେତେବେଳେ ଆମେ ପ୍ରାର୍ଥୀଙ୍କୁ ପଚାରିଥିଲୁ, ସେ ସନ୍ନି ଲିଓନଙ୍କ ଫଟୋକୁ ତାଙ୍କ ଆଡମିଟ୍ କାର୍ଡରେ ରଖିଛନ୍ତି କି, ସେ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କ ବନ୍ଧୁ ତାଙ୍କ ସୂଚନା ଅପଲୋଡ୍ କରିଛନ୍ତି। ଶିକ୍ଷା ବିଭାଗ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଏବଂ ପୋଲିସର ତଦନ୍ତ ଆରମ୍ଭ କରିଛି। କର୍ଣ୍ଣାଟକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (K-TET) ସୁରୁଖୁରୁରେ ଚାଲିଛି । ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆବେଦନ କରିଥିବା ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୯୨ ପ୍ରତିଶତ ପ୍ରାର୍ଥୀ ପରୀକ୍ଷାରେ ଭାଗ ନେଇଛନ୍ତି। ସେହିପରି, ଗତ କିଛିଦିନ ତଳେ, ବିହାରରେ ଏକ ପରୀକ୍ଷା କେନ୍ଦ୍ରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ପ୍ରାର୍ଥୀଙ୍କ ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ସନ୍ନ୍ ଲିଓନିଙ୍କ ଫଟୋ ଛପା ଯାଇଥିଲା।