Salman Khan: ଗୋଟିଏ ପରଦାରେ ନଜର ଆସିବେ ଦୁଇ ଖାନ୍, ଜାଣନ୍ତୁ ଫିଲ୍ମର ନାଁ ଓ ରିଲିଜ୍ ଡେଟ୍
Advertisement
Article Detail0/zeeodisha/odisha1432478

Salman Khan: ଗୋଟିଏ ପରଦାରେ ନଜର ଆସିବେ ଦୁଇ ଖାନ୍, ଜାଣନ୍ତୁ ଫିଲ୍ମର ନାଁ ଓ ରିଲିଜ୍ ଡେଟ୍

Salman Khan: ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଟାଇଗର ୩'କୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ ଦିଓ୍ବାଲୀରେ ଫିଲ୍ମଟି ମୁକ୍ତିଲାଭ କରିବ । ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ର ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ।

Salman Khan: ଗୋଟିଏ ପରଦାରେ ନଜର ଆସିବେ ଦୁଇ ଖାନ୍, ଜାଣନ୍ତୁ ଫିଲ୍ମର ନାଁ ଓ ରିଲିଜ୍ ଡେଟ୍

Salman Khan: ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଟାଇଗର ୩'କୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ ଦିଓ୍ବାଲୀରେ ଫିଲ୍ମଟି ମୁକ୍ତିଲାଭ କରିବ । ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ର ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। ସୋସିଆଲ ମିଡିଆରେ ମଧ୍ୟ ଫିଲ୍ମ ବିଷୟରେ ଅନେକ ଗୁଜବ ସାମ୍ନାକୁ ଆସୁଛି । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଫିଲ୍ମରେ ସୁପରଷ୍ଟାର ଶାହାରୁଖ ଖାନ ମଧ୍ୟ ନଜର ଆସିବେ। 

'ଟାଇଗର ୩' ନେଇ ସାମ୍ନାକୁ ଆସିଲା ଅଧିକ ଅପଡେଟ୍ :

ସଲମାନ ଖାନଙ୍କ ଫିଲ୍ମ 'ଟାଇଗର ୩'ରେ ଶାହାରୁଖ ଖାନଙ୍କୁ ଦେଖିବାକୁ ମିଳିବ ।  ସେହିପରି, ଶାହରୁକ୍ ଖାନଙ୍କୁ 'ପଠାନ' ରେ ମଧ୍ୟ ଦେଖି୍ବାକୁ ମିଳିବ । କିଛି ସମୟ ପୂର୍ବରୁ ଏହା ନିଶ୍ଚିତ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ, ଶାହରୁଖ ଖାନଙ୍କୁ 'ଟାଇଗର୩' 'ରେ ଏକ ରୋମାଞ୍ଚକର ଦୃଶ୍ୟରେ ଦେଖିବାକୁ ମିଳିବ। 

ଶାହାରୁଖ ଖାନ ସଲମାନଙ୍କୁ ସମର୍ଥନ କରିବେ :

'ପଠାନ୍' ବ୍ୟତୀତ 'ଟାଇଗର' ଏବଂ ' ଓ୍ବାର୍' ଫ୍ରାଞ୍ଚାଇଜ୍ ହେଉଛି ୟଶ ରାଜ ଫିଲ୍ମସର ତିନୋଟି ମହାନ ଚଳଚ୍ଚିତ୍ର । ଆଦିତ୍ୟ ଚୋପ୍ରାଙ୍କ ଏହି ଚଳଚ୍ଚିତ୍ରରେ ଶାହାରୁଖ, ସଲମାନ ଏବଂ ହ୍ରିତିକ କ୍ରମାଗତ ଭାବରେ ନିଜର ଯାଦୁ ପ୍ରଦର୍ଶନ କରିଛନ୍ତି। ଶାହରୁଖ ଖାନଙ୍କ 'ପଠାନ'ର ମୁକ୍ତିଲାଭ ପରେ ଖୁବ ଶୀଘ୍ର 'ଟାଇଗର ୩ ' ପାଇଁ ସୁଟିଂ କରିବେ। ଏହା ସହିତ ଟାଇଗର ଫ୍ରାଞ୍ଚାଇଜରେ ତାଙ୍କର ଉପସ୍ଥିତି ନିଶ୍ଚିତ ହେବ। ଆସନ୍ତାବର୍ଷ, ଜାନୁୟାରୀ ୨୫, ପରେ ଶାହାରୁଖଙ୍କ 'ଟାଇଗର ୩'ର ସୁଟିଂ କରିବେ ବୋଲି ଯୋଜନା କରାଯାଇଛି।

ପ୍ରଶଂସକମାନେ ଫିଲ୍ମକୁ ଉତ୍ସାହରେ ସହକାରେ ଅପେକ୍ଷା କରିଛନ୍ତି:

ଯଦି ଆମେ ଉଭୟ ଫିଲ୍ମ ବିଷୟରେ କହିବା, ତେବେ, ଏହି ଦୁଇଟି ଫିଲ୍ମରେ ଉଭୟ ଶାହରୁକ ଓ ସଲମାନ ଖାନଙ୍କୁ ଦେଖିବାକୁ ମିଳିବେ।  ଶାହରୁକ୍ ଖାନଙ୍କ ଅଭିନୀତ ଫିଲ୍ମ 'ପଠାନ' ଓ ସଲମାନଙ୍କ ଅଭିନୀତ ଫିଲ୍ମ ' ଟାଇଗର ୩'ରେ ନଜର ଆସିବେ। ଦୁଇଟି ଫିଲ୍ମକୁ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି ଦର୍ଶକ ।   ଯଦି ଆମେ ସଲମାନଙ୍କ ଓ୍ବାର୍କଫ୍ରଣ୍ଟ ବିଷୟରେ କଥା ହେବା ତେବେ, ତାଙ୍କ ହାତରେ ଅନେକ ଫିଲ୍ମ ରହିଛି । ଟାଇଗର ୩ ବ୍ୟତିତ ସେ 'କିସିକା ଭାଇ କିସିକା ଜାନ୍'ରେ ମଧ୍ୟ ନଜର ଆସିବେ। ସଲମାନ ଖାନ ଏହି ଚଳଚ୍ଚିତ୍ର ଆସନ୍ତାବର୍ଷ ଇଦରେ ମୁକ୍ତିଲାଭ କରିବ ।  ଏହି ଫିଲ୍ମରେ ସଲମାନଙ୍କ ବିପକ୍ଷରେ ପୂଜା ହେଗଡେ ନଜର ଆସିବେ। ଅନ୍ୟପକ୍ଷରେ ଶେହେନାଜ ଗିଲ ଏବଂ ପଲକ ତିୱାରୀ ଏହି ଫିଲ୍ମରେ ଡେବ୍ୟୁ କରିବେ। ଏହି ଫିଲ୍ମରେ ସଲମାନ ଖାନଙ୍କ ପ୍ରଥମ ଲୁକ ଆଉଟ ହୋଉଛି । ତେବେ ଦବଙ୍ଗ ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । କେବଳ ସେତିକି ନୁହେଁ, ନୋ ଏଣ୍ଚ୍ରି ମେନ ଏଣ୍ଚ୍ରି , କିକ୍ ୨ରେ ମଧ୍ୟ ତାଙ୍କ ଫିଲ୍ମ ପରଦାକୁ ଆସୁଛି । ଯାହାକୁ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି ଦର୍ଶକ ।