Super Monday Programme: ଭୁବନେଶ୍ୱର: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଏହି ପରି ଭାବନା ଆଖି ଆଗରରେ ରଖି ଅଗଷ୍ଟ, ୭ ତାରିଖ ସୋମବାରକୁ ସୁପର ସୋମବାର ନାମରେ ଅଭିହିତ କରାଯାଇଛି। ଏହି ଦିନ ଜୀ-ସାର୍ଥକରେ ଆମ ଝିଲି ଓ ଲାଲ ଇସ୍କ ଶୁଭାରମ୍ଭ ହେବ ସହ ପୁରା ଦିନ ଜାରି ରହିବ ଦର୍ଶକଙ୍କ ମନ ଜିତିଥିବା ସମସ୍ତ ମେଗା ଧାରାବାହିକ ଓ ରିଆଲିଟି ର ସ୍ପେଶାଲ ଅଧ୍ୟାୟ।


COMMERCIAL BREAK
SCROLL TO CONTINUE READING

ଏହି ଦିନ ଆପଣମାନଙ୍କ ଡିମାଣ୍ଡ ପାଇଁ ପୁଣିଥରେ ପ୍ରସାରିତ ହେବ ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ  'ରଜ କୁଇନ୍‌–ଉଡ଼ିଯା। ଆକାଶଟା ତୋ'ର' ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେ ଦିନ ୧ ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ। ସନ୍ଧ୍ୟା ୫ଟା ରୁ ୬ଟା ପର୍ଯନ୍ତ ଦେଖନ୍ତୁ ଝିଲି ସ୍ପେଶାଲ ଦିଦି ନଂ ୧ରେ ଓ ସନ୍ଧ୍ୟା ୬ଟା ରୁ ୭ଟା  ପର୍ଯନ୍ତ ଦେଖନ୍ତୁ ‘ମୁଁ ବି ବିଜୟୀନି’ର ୧ ଘଣ୍ଟାର ମହା ଏପିସୋଡ। ଏହି ଦିନ ସନ୍ଧ୍ୟା ୭ଟାରେ ଶୁଭାରମ୍ଭ ହେବ ନୂଆ ମେଗା ଧାରାବାହିକ ‘ଆମ ଝିଲି’ର ପ୍ରସାରଣ। ୭:୩୦ରୁ ୮ଟା ପର୍ଯ୍ୟନ୍ତ ଦେଖିବେ ଲୋକପ୍ରିୟ ମେଗା ଧାରାବାହିକ ‘ସୁନା ଝିଅ’ର ମହାସପ୍ତାହ ଏପିସୋଡ। ପୁଣି ୮ଟା ରୁ ୮:୩୦ ପର୍ଯ୍ୟନ୍ତ ଦେଖିବେ ଲୋକପ୍ରିୟ ମେଗା ଧାରାବାହିକ ସାଥିରେ ବାହାଘରର ସ୍ପେଶାଲ ଏପିସୋଡ। ୮:୩୦ରୁ ୯ ପର୍ଯନ୍ତ ଦେଖିବେ ତୁ ଖରା ମୁ ଛାଇର ସେଲିବ୍ରିଟି ସ୍ପେଶାଲ ଅଧ୍ୟାୟ। ରାତି ୯ଟା ରୁ ୧୦ଟା  ପର୍ଯନ୍ତ ଦେଖିବେ ଲୋକପ୍ରିୟ ମେଗା ଧାରାବାହିକ ‘ଖୁସିର ଛୁଙ୍କ’ ର ୧ ଘଣ୍ଟାର ମହାଏପିସୋଡ ଓ ଶେଷରେ ୧୦ଟା  ରୁ ୧୧ଟା ପର୍ଯନ୍ତ ଦେଖିବେ ଧାରାବାହିକ ‘ଲାଲ୍ ଇସ୍କ’ ର ଶୁଭାରମ୍ଭ ଅଧ୍ୟାୟ। ତେଣୁ ଆସନ୍ତା ସୋମବାର ଦିନ ଜୀ-ସାର୍ଥକରେ ହେବାକୁ ଯାଉଛି " ସୁପର ସୋମବାର"।


ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ । ‘ସାଥିରେ’ , ‘ମୁଁ ବି ବିଜୟିନୀ’, ‘ତୁ ଖରା ମୁ ଛାଇ’, ‘ଖୁସିର ଛୁଙ୍କ’, ‘ଆମ ଝିଲି’  ଓ ‘ରଜ କୁଇନ୍’ ପରି ପ୍ରୋଗ୍ରାମ୍ ଆମ ଚ୍ୟାନେଲ ସ୍ଥିତିକୁ ସୁଦୃଢ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ଆସନ୍ତା ସୁପର ସୋମବାରରେ ଏହି ଧାରାବାହିକ ଓ ରିଆଲିଟି ସୋ ଗୁଡିକ ପୁଣି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆମର ବିଶ୍ୱାସ।


Also Read: Jawan First Song: ଦର୍ଶକଙ୍କ ହୃଦୟକୁ ଛୁଇଁଲା କିଙ୍ଗ୍ ଖାନଙ୍କ ନୂଆ ଗୀତ


Also Read: Nora Fatehi: କାହିଁକି ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ହେଲେ ନୋରା ଫେତେହି


Also Read: Ollywood News: ଘୋଷଣା ହେଲା ମେଗା ଷ୍ଟାର ଅରିନ୍ଦମଙ୍କ ଆଗାମୀ ଫିଲ୍ମର ନାଁ 'ରାମ୍'