Jawan First Song: ଦର୍ଶକଙ୍କ ହୃଦୟକୁ ଛୁଇଁଲା କିଙ୍ଗ୍ ଖାନଙ୍କ ନୂଆ ଗୀତ
Advertisement
Article Detail0/zeeodisha/odisha1804423

Jawan First Song: ଦର୍ଶକଙ୍କ ହୃଦୟକୁ ଛୁଇଁଲା କିଙ୍ଗ୍ ଖାନଙ୍କ ନୂଆ ଗୀତ

Jawan First Song: ଶାହାରୁଖଙ୍କ ଅଭିନିତ ନୂଆ ସିନେମା ଜବାନର ପ୍ରଥମ ଗୀତ ରିଲିଜ୍ ହୋଇଯାଇଛି । ସାଉଥ ଷ୍ଟାଇଲରେ ଶାହାରୁଖ କମାଲ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Jawan First Song: ଦର୍ଶକଙ୍କ ହୃଦୟକୁ ଛୁଇଁଲା କିଙ୍ଗ୍ ଖାନଙ୍କ ନୂଆ ଗୀତ

Jawan First Song: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ (shah rukh khan) ଆଜି ତାଙ୍କ ପ୍ରଶଂସକଙ୍କୁ ଏକ ନୂଆ ଭେଟି ଦେଇଛନ୍ତି । ଆଜି ତଥା ୩୧ ଜୁଲାଇ ଅବସରରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜବାନର ପ୍ରଥମ ଗୀତ (First song) ମୁକ୍ତିଲାଭ କରିଛି । ରିଲିଜର କିଛି ସମୟ ମଧ୍ୟରେ ଦର୍ଶକଙ୍କ ମହଲରେ ଏହା ଖୁବ୍ ପ୍ରଶଂସିତ ମଧ୍ୟ ହେବାରେ ଲାଗିଛି । ରିଲିଜ୍ ହୋଇଥିବା ଏହି ଗୀତଟି କେବଳ ହିନ୍ଦୀରେ ନୁହେଁ ବରଂ ତାମିଲ (Tamil) ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି । ଏହି ନୂଆ ଗୀତଟି ରିଲିଜ୍ ହେବା ପରେ ଶାହାରୁଖ ଖାନଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି । କାରଣ ଏହି ଗୀତରେ ଶାହାରୁଖଙ୍କ ଆଉ ଏକ ନୂଆ ଲୁକ୍ (New look) ଦେଖିବାକୁ ମିଳିଛି । କିଛିଦିନ ତଳେ ଭାଇରାଲ ହୋଇଥିବା ଏକ ଭିଡିଓରେ ଶାହାରୁଖ  ନିଜକୁ ଜଣେ ଖଳନାୟକ ବୋଲି କହିଥିଲେ । ସାଉଥ ଡିରେକ୍ଟର ଅଟଲେଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ କିଙ୍ଗ ଖାନ ପୁରା ଆକ୍ସନ୍ (Action) ଅବତାରରେ ନଜର ଆସିଛନ୍ତି। ପୂର୍ବରୁ ଶାହାରୁଖଙ୍କ ଅଭିନିତ ପ୍ରତିଟି ସିନେମାରେ ଦର୍ଶକଙ୍କ ପାଇଁ କିଛି ଖାସ୍ ରହିଥିବା ନଜିର ରହିଛି । ଠିକ୍ ସେହିପରି ନୂଆ ସିନେମା ଜବାନରେ ମଧ୍ୟ ଶାହାରୁଖଙ୍କୁ ଏକ ଜବରଦସ୍ତ ଭୂମିକାରେ ଦେଖିବେ ବୋଲି ଦର୍ଶକଙ୍କର ଅପେକ୍ଷା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ଯେ, ଜବାନରେ ଶାହାରୁଖଙ୍କର ଚରିତ୍ର କଣ ରହିଛି ।

ସୁପରଷ୍ଟାର ଶାହରୁଖ ଖାନଙ୍କ ସମେତ ଜବାନ ସିନେମାରେ ସାଉଥ ଷ୍ଟାର ନୟନ୍ତରା, ବିଜୟ , ସାନିଆ ମଲହୋତ୍ରା, ପ୍ରିୟମାନି, ଯୋଗୀ ବାବୁ ମଧ୍ୟ ନଜର ଆସିବେ । ମୋଟ ଉପରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରରେ ବିଶେଷ କରି ସାଉଥ ଷ୍ଟାର ଓ ହିନ୍ଦୀ ସିନେମା ଅଭିନେତାଙ୍କ ଏକ ଜବରଦସ୍ତ କମ୍ବୋ ପ୍ୟାକେଜ୍ ରହିଛି । ଏହି କାରଣରୁ ସମଗ୍ର ଦେଶରେ ପ୍ରଶଂସକମାନେ ସିନେମା ଦେଖିବାକୁ ଚାତକ ପରି ଚାହିଁ ରହିଛନ୍ତି । ଆଉ ଏକ ଖାସ୍ କଥା ହେଉଛି ଏହା ଯେ, ନୟନ୍ତରା ମାଆ ହେବା ପରେ ଏହି ସିନେମାରେ ପୁଣିଥରେ ଫିଲ୍ମ ଦୁନିଆକୁ ଫେରୁଛନ୍ତି । ତେଣୁ ସିନେମାଟି ରିଲିଜ୍ କେବେ ହେବ ତାହା ହିଁ ସମସ୍ତଙ୍କର ଅପେକ୍ଷା ।

ସୂଚନାଯୋଗ୍ୟ, ପୂର୍ବରୁ ରିଲିଜ ହୋଇଥିବା ଶାହାରୁଖଙ୍କ ସିନେମା 'ପଠାନ' ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ସିନେମାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିବାଦ ମଧ୍ୟ ଦେଖାଯାଇଥିଲା । ନାୟିକା ଦୀପିକା ପାଦୁକନ ସିନେମାରେ ପିନ୍ଧିଥିବା ଗେରୁଆ ରଙ୍ଗର ପୋଷାକକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ଅନ୍ୟପଟରେ ବଲିଉଡ ବାଦଶାହ ଶାହରୁଖ ଖାନ ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ବ ସମୟ ପରେ ନାୟକ ଭାବେ ପଠାଣ ସିନେମା ମାଧ୍ୟମରେ ପରଦାକୁ ଫେରିଥିଲେ । ଏହି ସିନେମା ଦେଖିବାକୁ ଶାହାରୁଖଙ୍କ ପ୍ରଶଂସକମାନେ ଦୀର୍ଘଦିନ ହେବ ଅପେକ୍ଷା କରିଥିଲେ । ଶାହରୁଖ ଖାନଙ୍କ ସମେତ ଦୀପିକା ପାଦୁକୋନଙ୍କ ଯୋଡି ପଠାଣ ସିନେମାକୁ ବକ୍ସ ଅଫିସରେ ସୁପରହିଟ୍ କରିଥିଲା । ସିନେମା ରିଲିଜ୍ ହେବା ପୂର୍ବରୁ ଦର୍ଶକେ ଉତ୍ସାହର ସହ ଆଡଭାନ୍ସ ଟିକେଟ୍ ବୁକିଂ କରିଥିଲେ । ରିଲିଜ୍ ପୂର୍ବରୁ 'ପଠାଣ' ସିନେମା ଭାରତରୁ କୋଟି କୋଟି ଟଙ୍କା ରୋଜଗାର କରିଥିଲା ।  'ପଠାନ' ଆଡଭାନ୍ସ ଟିକେଟ୍, ପିଭିଆରରେ ୭୫,୦୦୦, ଆଇନକ୍ସ ରେ  ୬୦,୫୦୦ ଏବଂ ସିନେପଲ୍ଲୀରେ ୩୫,୫୦୦ ଟିକେଟ୍ ବିକ୍ରି ହୋଇଥିଲା । ପଠାନ ସିନେମା ପରି ଶାହାରୁଖଙ୍କ ନୂଆ ସିନେମା 'ଜବାନ' ମଧ୍ୟ ବକ୍ସ ଅଫିସରେ ରାଜ୍ କରିବ ବୋଲି କୁହାଯାଉଛି ।

Also Read- Ollywood News: ଅନୁଭବ-ବର୍ଷା ବିବାଦ: ବର୍ଷାଙ୍କୁ ୪ଘଣ୍ଟା ଧରି ଶେଷ ପଚରାଉଚରା