Bigg Boss 16, ମୁମ୍ବାଇ: ଭାରତର ସବୁଠାରୁ ଲୋକପ୍ରିୟ ରିଆଲିଟି ଟିଭି ସୋ ମଧ୍ୟରୁ ବିଗ୍ ବସ୍ ଅନ୍ୟତମ। ଏହି ସୋ'କୁ ଦୀର୍ଘବର୍ଷ ହେଲା ସୁପରଷ୍ଟାର ସଲମାନ ଖାନ ହୋଷ୍ଟ କରୁଛନ୍ତି। ତେବେ ଆଧିକାରୀକ ଭାବେ ଲଞ୍ଚ ହେବା ପୂର୍ବରୁ ବିଗବସ ୧୬ ଚର୍ଚ୍ଚାକୁ ଆସିଛି। ଗତ ତେର ବର୍ଷ ଧରି ହୋଷ୍ଟିଂ କରୁଥିବା ସଲମାନ ଖାନ ବିଗ ବସର ୧୬ତମ ସିଜିନକୁ ମଧ୍ୟ ହୋଷ୍ଟ କରିବେ ବୋଲି ନିକଟରେ ଆବୁଧାବିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ସେ ହିଣ୍ଟ ଦେଇଛନ୍ତି। ତେବେ ସେ ଏହି ସୋ ପାଇଁ କେତେ ଟଙ୍କା ଫି ନେବା ତାହାର ଆକଳନ ଚାଲିଛି।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, Bigg Bossର ଗତ ତେର ସିଜନକୁ ସଲମାନ ଖାନ ହୋଷ୍ଟ କରିଛନ୍ତି। ଏହାରି ମଧ୍ୟରେ ସେ ଅନେକ ଥର ସୋ ଛାଡିବାକୁ ଯୋଜନା କରିଥିଲେ, କିନ୍ତୁ ଛାଡି ନାହାନ୍ତି। ଦବଙ୍ଗ ଖାନ ସ୍ୱୀକାର କରିଛନ୍ତି ଯେ, ଯେତେବେଳେ ବି ସେ ବିଦାୟ ନେବାକୁ ଯୋଜନା କରିଛନ୍ତି, ତାଙ୍କୁ ପ୍ରତ୍ୟେକ ଥର ପ୍ରଡ୍ୟୁସର ମାନେ ମନାଇବାରେ ସଫଳ ହୋଇଛନ୍ତି। ତେବେ ପ୍ରତ୍ୟକ ଥର ଫି'କୁ ନେଇ ସଲମାନ ଖାନ ଅସନ୍ତୁଷ୍ଟ ଥିବା ଶୁଣାଯାଇଛି। କୁହାଯାଉଛି ଯେ, ଆସନ୍ତା ସିଜନ ହୋଷ୍ଟ କରିବା ପାଇଁ ଭାଇଜାନ ଗତ ସିଜନର ତିନି ଗୁଣ ଫି ଦାବି କରିଛନ୍ତି। ଯଦି ଏହା ସତ ହୁଏ, ତେବେ ବିଗ୍ ବସ୍ ୧୬ ହୋଷ୍ଟିଂ ପାଇଁ ଦେୟ ହିସାବରେ ସୁପରଷ୍ଟାର ପ୍ରାୟ ୧୦୫୦ କୋଟି ଟଙ୍କା ପାଇବେ। ଏହି ଟଙ୍କାରେ 'RRR' ଭଳି ଦୁଇଟି ଫିଲ୍ମ ତିଆରି ହୋଇପାରିବ।


Also Read: Nayyara Noor passed away: ପରଲୋକରେ ନାୟ୍ୟାରା ନୂର; ଜାଣନ୍ତୁ, ପାକିସ୍ତାନୀ କୋକିଳକଣ୍ଠୀଙ୍କ ଭାରତ ଲିଙ୍କ୍


ବିଗ୍ ବସ୍ ୧୫ ପାଇଁ ସଲମାନ ଖାନଙ୍କୁ ଫି ଭାବରେ ପ୍ରାୟ ୩୫୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଚଉଦ ସପ୍ତାହର ସୋ ପାଇଁ ଦାବଙ୍ଗ ଖାନ ୩୫୦ କୋଟି ଟଙ୍କା ଚାର୍ଜ କରିଥିଲେ। ଏହାର ଅର୍ଥ ତାଙ୍କୁ ସପ୍ତାହକ ପାଇଁ ୨୫ କୋଟି ଟଙ୍କା ଦିଆଯାଉଥିଲା। ଆଉ ଗୋଟିଏ ଦିନରେ ଏହି ପରିମାଣ ପ୍ରାୟ ୧୨ କୋଟି ଟଙ୍କା ହେଉଛି। ସଲମାନ ଖାନଙ୍କୁ ବିଗ ବସର ଚାରି, ପାଞ୍ଚ ଏବଂ ଛଅ ସିଜନରେ ଏପିସୋଡ ପିଛା ୨.୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ବିଗ୍ ବସ୍ ୭ ପାଇଁ ଷ୍ଟାର ଫିସ୍ ଦ୍ୱିଗୁଣିତ କରି ଏପିସୋଡ୍ ପାଇଁ ପ୍ରାୟ ୫ କୋଟି ଟଙ୍କା କରିଥିଲେ। ବିବି ୧୦ ପାଇଁ ନିର୍ମାତାମାନେ ତାଙ୍କୁ ପ୍ରତ୍ୟେକ ରିଅଲିଟି ସୋ ଏପିସୋଡ୍ ପାଇଁ ପ୍ରାୟ ୮ କୋଟି ଟଙ୍କା ପ୍ରଦାନ କରିଥିଲେ।


ବିଗ୍ ବସ୍ ୧୬ ସିଜନ୍ କେବେ ଆସିବ?


ବିଗ୍ ବସର ଆଗାମୀ ସିଜନକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ହେଖିବାକୁ ମିଳିଛି। ସେପଟେ ବିଗ ବସ ଘରେ ପସିବାକୁ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ବଢିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରତିଯୋଗୀଙ୍କ ତାଲିକା ଚୂଡାନ୍ତ ହୋଇନାହିଁ। ସୋ ଆରମ୍ଭ ହେବାର ତାରିଖ ମଧ୍ୟ ସ୍ଥିର ହୋଇନାହିଁ। କିନ୍ତୁ କିଛି ରିପୋର୍ଟରେ କୁହାଯାଇଛି ଯେ, ବିଗ୍ ବସ୍ ୧୬ ସିଜନ୍ ଆସନ୍ତା ଅକ୍ଟୋବରରେ ଆରମ୍ଭ ହୋଇପାରେ। ରିଆଲିଟି ସୋ ପ୍ରତିଦିନ କଲର୍ସ ଟିଭିରେ ପ୍ରସାରିତ ହେବ। ଏନେଇ ଆସନ୍ତା ମାସରେ ଏକ ବଡ ଅପଡେଟ୍ ଆସିବାର ସମ୍ଭାବନା ଅଛି।