Swara Bhasker Wedding: ଦୀର୍ଘ ସମୟ ଧରି ସ୍ବରା- ଫହାଦଙ୍କ ବିବାହକୁ(Swara Bhasker Wedding) ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ସୋସିଆଲ ମିଡିଆରେ ଦୁହେଁଙ୍କ ଫଟୋ ଭାଇରାଲ ହୋଇଥିଲା ।  ଫେବୃଆରୀ ୧୬ରେ ସମାଜବାଦୀ ପାର୍ଟିର ନେତା ଫହାଦ ଅହମ୍ମଦଙ୍କ (fahad ahmad) ସହ କୋର୍ଟ ମ୍ୟାରେଜ କରିଥିଲେ ସ୍ବରା । ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା।  ତାଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ଅଭିନେତ୍ରୀଙ୍କୁ ବହୁତ ଟ୍ରୋଲ ମଧ୍ୟ କରାଯାଇଥିଲା। ଏବେ ଫୁଣି ଥରେ ଦୁହେଁ ପରପ୍ପର ସହିତ ହିନ୍ଦୁ ରିତିନୀତି ଅନୁସାରେ ବିବାହ କରିବାକୁ ଯାଉଛନ୍ତି। 


COMMERCIAL BREAK
SCROLL TO CONTINUE READING


କହିବାକୁ ଗଲେ ସ୍ବରା ତାଙ୍କ ବିବାହ ପ୍ରସ୍ତୁତିରେ ବେଶ ବ୍ୟସ୍ତ ଅଛନ୍ତି ।  (swara bhasker -fahad ahmad pre wedding ) ଫହାଦ୍  ଓ ସ୍ବରାଙ୍କ ବିବାହ ତାରିଖ ମଧ୍ୟ ସାମ୍ନାକୁ ଆସିଛି ।  ନିକଟରେ ସେମାନଙ୍କର ବିବାହ କାର୍ଡ ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ ବିବାହ ତାରିଖ ଉଲ୍ଲେଖ କରାଯାଇ ନଥିଲା । କେବଳ ବିବାହ ପୂର୍ବରୁ ଉଭୟଙ୍କ ପ୍ଲାନିଂ ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ମାର୍ଚ୍ଚ ୧୨ରୁ (march 12) ଆରମ୍ଭ ହେବ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ (pre wedding)।  ହଳଦୀ, ମେହେନ୍ଦୀ ଓ ପରଦିନ  କର୍ଣ୍ଣାଟକରେ ଉଭୟଙ୍କ ସଙ୍ଗୀତ କର୍ଯ୍ୟକ୍ରମ(sangeet ceremony ) ରହିଛି । ପରେ ଦମ୍ପତି ହିନ୍ଦୁ ରିତିନୀତି ଅନୁସାରେ,ବିବାହ କରିବେ ବୋଲି ଜଣାପଡିଛି । ମାର୍ଚ୍ଚ ୧୫ରେ ଏକ କବାଲି ସମାରୋହ ହେବ । ଯେଉଁଥିରେ ଉଭୟଙ୍କ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁ ସାମିଲ ହେବେ ।  ଏହାପରେ ମାର୍ଚ୍ଚ ୧୭ରେ ଏକ ରିସେପସନ ପାର୍ଟିର ଆୟୋଜନ କରାଯିବ । ଏହି ପାର୍ଟିରେ ସମସ୍ତ ବଲିଉଡ୍ ସେଲିବ୍ରେଟି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।  


Also Read :  Satish Kaushik Death Case: ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ବିଷ୍ଟ, ଫାର୍ମ ହାଉସ୍‌ରୁ ମିଳିଲା ଆପତ୍ତିଜନକ ଔଷଧ


Also Read :  Payal Ghosh: 'ମୁଁ ସୁଶାନ୍ତ ସିଂ ରାଜପୁତ ନୁହେଁ, ଯଦି ମରିବି ସମସ୍ତଙ୍କୁ ଫେସେଇବି'


ସ୍ବରା ଜଣେ ଅଭିନେତ୍ରୀ ହୋଇଥିବା ବେଳେ ଫହାଦ ମହାରାଷ୍ଟ୍ର ସମାଜବାଦୀ ପାର୍ଟି ଯୁବ ପରିଷଦର ସଭାପତି ଅଛନ୍ତି। ଉଭୟଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା ରହିଥିବା ବେଳେ ପରବର୍ତ୍ତୀ ସମୟରେ ତାହା ପ୍ରେମରେ ପରିଣତ ହୋଇଥିଲା। ସ୍ବରାଙ୍କ ଲେଖକ ହିମାଂଶୁ ଶର୍ମାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ତେବେ ୨୦୧୯ରେ ଉଭୟ ଅଲଗା ହୋଇଯାଇଥିଲେ। ପରେ ସ୍ବରା  ଫହାଦଙ୍କ ପ୍ରେମରେ ପଡିଥିଲେ ।  ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିବା ସ୍ବରାଙ୍କ ନିକଟରେ ଅମାପ ସମ୍ପତ୍ତି ରହିଛି। ସ୍ବରାଙ୍କ ନିକଟରେ ପ୍ରାୟ ୪୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା ସ୍ବରା ଗୋଟିଏ ଫିଲ୍ମ କରିବାକୁ ୪ରୁ ୫ କୋଟି ଟଙ୍କା ଦାବି କରନ୍ତି। ସ୍ବରାଙ୍କ ନିକଟରେ ଦିଲ୍ଲୀ ଏବଂ ମୁମ୍ବାଇରେ ଫ୍ଲାଟ୍‌ ରହିଛି। ଯାହାର ଦାମ୍‌ ବି କୋଟିକୋଟି ଟଙ୍କା। ସ୍ବରା ଦାମୀ ଗାଡ଼ି ଚଢ଼ିବାକୁ ଖୁବ୍‌ ଭଲପାଆନ୍ତି। ତେଣୁ ତାଙ୍କ ନିକଟରେ ବିଏମ୍‌ଡବ୍ଲ୍ୟୁ ଏକ୍ସ-୧ ସହ ଆଉ କିଛି ଦାମୀ ଗାଡ଼ି ବି ରହିଛି।