Diwali Gifts, ମୁମ୍ବାଇ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି। ଭାରତୀୟ ପରମ୍ପରାରେ କୌଣସି ପର୍ବ କି ଉତ୍ସବ ହେଲେ, ଲୋକେ ଉପହାର ଆଦାନପ୍ରଦାନ କରନ୍ତି। ବିଶେଷ କରି ଦୀପାବଳିରେ ଏହି ପରମ୍ପରା ଦେଖିବାକୁ ମିଳେ। କେବଳ ସାଙ୍ଗ ସାଥି କି ପରିବାର ମଧ୍ୟରେ ନୁହଁ କମ୍ପାନୀ ଗୁଡିକ ମଧ୍ୟ ସେମାନଙ୍କ କର୍ମଚାରୀଙ୍କୁ ଉପହାର ଦେଇଥାନ୍ତି। କମ୍ପାନୀ ଗୁଡିକ ଉପହାର ସ୍ୱରୂପ ଘରୋଇ ଉପକରଣ, ଡ୍ରାଏ ଫ୍ରୁଟ କିମ୍ବା ମିଠା ଦେବା ଦେଯାଇଥାଏ। କିନ୍ତୁ ଆପଣ ଜାଣନ୍ତି କି, ଦେଶରେ ଏମିତି ଗୋଟିଏ କମ୍ପାନୀ ଅଛି, ଯିଏ ତାର କର୍ମଚାରୀକୁ ୪ କୋଟି ଟଙ୍କାର ସୁପରକାର ଗିଫ୍ଟ୍ ଦେଇଛି। ହଁ ଆଜ୍ଞା... ଟିସିରିଜ ତାର ନିର୍ଦ୍ଦେଶକଙ୍କୁ ଏକ Ferrari ଦେଇଛି।


COMMERCIAL BREAK
SCROLL TO CONTINUE READING

ପୌରାଣିକ ଡ୍ରାମା 'ଆଦିପୁରୁଷ'କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ସହ ବିବାଦ ଲାଗିରହିଛି। ଟି-ସିରିଜ୍ ଏହି ଫିଲ୍ମ ନିର୍ମାଣ କରୁଛି। ଆଉ ଆଦିପୁରୁଷର ନିର୍ଦ୍ଦେଶକ ଓମରାଉତଙ୍କ ଉପରେ ଭୂଷଣ କୁମାର ଅତ୍ୟନ୍ତ ସନ୍ତୁଷ୍ଟ ଅଛନ୍ତି। ସେଥିପାଇଁ ଏହି ଦୀପାବଳୀରେ ଓମ୍ ରାଉତଙ୍କୁ ସେ ଏକ ସୁପର କାର୍ ଉପହାର ଦେଇଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଉତଙ୍କୁ T-Series ମାଲିକ ଭୂଷଣ କୁମାର ଉପହାର ସ୍ୱରୂପ Ferrari F8 Tributo ଦେଇଛନ୍ତି। ଏହି ସୁପର କାରର ମୂଲ୍ୟ ୪.୦୨ କୋଟି ଟଙ୍କା ହେବ ବୋଲି କୁହାଯାଉଛି।


Also Read: ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଡବଲ୍ ଉପହାର! DA ପରେ ଏବେ TAରେ ବି ବୃଦ୍ଧି


ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଉପହାର ଦିଆଯାଇଥିବା Ferrari ସିଧା ଶୋ’ରୁମରୁ ଆସିନାହିଁ। ଗାଡି ପ୍ରଥମେ ଭୂଷଣ କୁମାରଙ୍କ ନାମରେ ପଞ୍ଜିକୃତ ହୋଇଥିଲା। ସେଥିପାଇଁ ସନ୍ଦେହ କରାଯାଉଛି, ଭୁଷଣ କୁମାର ତାଙ୍କ ବିଦେଶୀ ଗାଡି କଲେକସନରୁ ଗୋଟିଏ ଓମ ପ୍ରକାଶଙ୍କୁ ଦେଇଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ଯେ, ଟିସିରିଜ ମାଲିକ ତାଙ୍କ କର୍ମଚାରୀଙ୍କୁ ମହଙ୍ଗା କାର ଏବଂ ଉପହାର ଦେଇଛନ୍ତି। ଏହାପୂର୍ବରୁ, 'ଭୁଲ୍ ଭୁଲେୟା ୨'ର ବଡ ସଫଳତା ପରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଭୂଷଣ କୁମାର ୪.୭୦ କୋଟି ଟଙ୍କା ମୂଲ୍ୟର Orange McLaren ଉପହାର ଦେଇଥିଲେ।


ସୂଚନାଯୋଗ୍ୟ, 'ଆଦିପୁରୁଷ' ୧୨ ଜାନୁଆରୀ ୨୦୨୩ରେ ରିଲିଜ ହେବାକୁ ଯାଉଛି। ଏଥିରେ ପ୍ରଭାସଙ୍କୁ ପ୍ରଭୁ ରାମ, କ୍ରିତି ସାନନଙ୍କୁ ସୀତା, ସନ୍ନି ସିଂଙ୍କୁ ଲକ୍ଷ୍ମଣ ଏବଂ ସୈଫ ଅଲି ଖାନଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମକୁ ଭୂଷଣ କୁମାର, ଓମ୍, ପ୍ରସାଦ ସୂତାର ଏବଂ ରାଜେଶ ନାୟର ମିଳିତ ଭାବେ ନିର୍ମାଣ କରୁଛନ୍ତି। ଏହା ହାଇବଜେଟ୍ ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡରେ ରିଲିଜ ହେବ।