Happy Birthday Tamanna: ଅଭିନେତ୍ରୀ ତମନ୍ନା ଭାଟିଆ । କେବଳ ତାମିଲ ସିନେମାରେ ନୁହେଁ, ତେଲୁଗୁ, କନ୍ନଡ ଏବଂ ହିନ୍ଦୀ ସିନେମାରେ ଏକାଧିକ ଫିଲ୍ମ କରିଛନ୍ତି । ତାଙ୍କ କ୍ୟାରିୟରେ ଅନେକ ଉତ୍ଥାନ ପତନ ଘଟିଥିଲା। କିନ୍ତୁ ସବୁ ପରିସ୍ଥିତିର ସାମ୍ନା କରି ସେ ନିଜର ସଫଳତାର ସିଢି ଚଢିଥିଲେ। ଆଜି ସେ ସାଉଥର ପ୍ରମୁଖ ଅଭିନେତ୍ରୀ ସହ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ  ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ।  ମିଡିଆ ରିପୋର୍ଟ ଅନୁଯାୟୀ ସେ ଏକ ଫିଲ୍ମ ପାଇଁ ୧.୫ରୁ ୨ କୋଟି ଟଙ୍କା ଆଦାୟ କରନ୍ତି । ବର୍ତ୍ତମାନ ତମନ୍ନା କୋଟି କୋଟି ଟଙ୍କାର ମାଲିକାଣୀ ।  


COMMERCIAL BREAK
SCROLL TO CONTINUE READING

ତମନ୍ନା ଜଣେ ହୀରା ବ୍ୟବସାୟୀଙ୍କ ଝିଅ :


ତମନ୍ନା ୨୧ ଡିସେମ୍ବର ୧୯୮୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ସନ୍ତୋଷ ଭାଟିଆ ଏବଂ ମାତାଙ୍କ ନାମ ରଜନୀ ଭାଟିଆ। ଅଭିନେତ୍ରୀଙ୍କ ପିତା ଜଣେ ପ୍ରସିଦ୍ଧ ହୀରା ବ୍ୟବସାୟୀ । ତମନ୍ନାଙ୍କ ପ୍ରାଥମିକ ଶିକ୍ଷା ଜୁହୁର ମାନକ ଜି କପର୍ ଏଜୁକେସନାଲ୍ ଟ୍ରଷ୍ଟ ସ୍କୁଲ (Manak G. Cooper Educational Trust School, Juhu)ରେ ହୋଇଥିଲା। ମାତ୍ର ୧୩ ବର୍ଷ ବୟସରେ ତମନ୍ନା ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଅଭିନୟ କରିଥିଲେ। ପରେ ସେଠାରୁ ତାଙ୍କୁ ବ୍ରେକ୍ ମିଳିଥିଲା। ଏହା ପରେ ତମନ୍ନା ଏକ ବର୍ଷ ପାଇଁ ମୁମ୍ବାଇର ପ୍ରୀତି ଥିଏଟରର ଏକ ଅଂଶ ଥିଲେ ।


୧୧୦ କୋଟିର ମାଲିକାଣୀ ହେଉଛନ୍ତି ତମନ୍ନା :
 ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୧୦ କୋଟି ହେବ । ସେ ଚଳଚ୍ଚିତ୍ର, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ଷ୍ଟେଜ୍ ଶୋ'ରୁ ବହୁତ ରୋଜଗାର କରନ୍ତି । ସେ ଏକ ଫିଲ୍ମ ପାଇଁ ପ୍ରାୟ ୨ କୋଟି ଟଙ୍କା ଆଦାୟ କରନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ଏକ ଆଇଟମ୍ ଗୀତ ପାଇଁ ୬୦ ଲକ୍ଷ ଟଙ୍କା ନିଅନ୍ତି । ତାଙ୍କ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରେ ସେଲକନ୍ ମୋବାଇଲ୍, ଫାଣ୍ଟା, ଚନ୍ଦ୍ରିକା ଆୟୁର୍ବେଦିକ ସାବୁନ୍ ଭଳି ବ୍ରାଣ୍ଡ ସାମିଲ। ଆଇପିଏଲ୍ ୨୦୧୮ର ଉଦଘାଟନୀ ସମାରୋହରେ, ସେ ୧୦ ମିନିଟର ପଫମେନ୍ସ ପାଇଁ ୫୦ ଲକ୍ଷ ଟଙ୍କା ଆଦାୟ କରିଥିଲେ ।


 


ଏହାବି ପଢନ୍ତୁ : Pushpa 2 Shooting: 'ପୁଷ୍ପା ୨'ରେ ରଶ୍ମିକାଙ୍କ ସ୍ଥାନ ନେଇ ପାରନ୍ତି ସାଉଥର ଏହି Actress


ନିଜ ଅଳଙ୍କାର ଡିଜାଇନ୍ ହବିର ଜବାବରେ ତମନ୍ନା ଏକ ଅନ୍ଲାଇନ୍ ଗହଣା ଦୋକାନ ହ୍ବାଇଟ-ଏନ-ଗୋଲ୍ଡ ଲଞ୍ଚ କରିଛନ୍ତି । ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ତାଙ୍କର ଏକ ଆପାର୍ଟମେଣ୍ଟ ଅଛି, ଯାହା ସେ ୧୬.୬୦ କୋଟି ଟଙ୍କାରେ ବହୁ ପୂର୍ବରୁ କିଣିଥିଲେ । ଏହି ଅଭିନେତ୍ରୀଙ୍କ ପାଖରେ ଦାମୀ ଗାଡି ଗୁଡିକର ମଧ୍ୟ କଲେକସନ୍ ଅଧିକ ରହିଛି । ୧୫ ବର୍ଷ ବୟସରେ, ସେ ୨୦୦୫ ରେ ହିନ୍ଦୀ ଚଳଚ୍ଚିତ୍ର 'ଚାନ୍ଦ ସା ରୋଶନ ଚେହେରା' ସହିତ ନିଜର ଫିଚର ଫିଲ୍ମ ଡେବ୍ୟୁ କରିଥିଲେ, ଯାହା ପରେ ସେ ଅନେକ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।