Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..
Advertisement
Article Detail0/zeeodisha/odisha2584927

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..
1.Rain Effect: ଅଦିନିଆ ବର୍ଷାରେ ଚାଷୀକଙ୍କ କ୍ଷୟକ୍ଷତି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ମେନାବଳକୁ ରକ୍ଷା କରିବା ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି। ଏହାସହ କୃଷକକଙ୍କ କ୍ଷୟକ୍ଷତି ଭରଣା କରିବା ପାଇଁ ତୁରନ୍ତ ଓ ସମୟଭିତ୍ତିକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। 
 
2.Odisha News: ଭୁବନେଶ୍ୱରରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଶିକ୍ଷାବିତରୁ ରାଜ୍ୟପାଳ ହୋଇଛନ୍ତି ଡ. ହରିବାକୁ କମ୍ଭମପତି। 
 
3.IAS Reshuffle: ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ବରିଷ୍ଠ ଆଇଏଏସ୍‍ଙ୍କ ଦାୟିତ୍ୱରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ  କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସିଥିବା ୨୦୧୧ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଅରିନ୍ଦମ ଡାକୁଆଙ୍କୁ ମ୍ୟୁନିସିପାଲିଟି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିଲେ।  ସେହିପରି ୨୦୦୦ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ତଥା ସାଧାରଣ ଉଦ୍ୟୋଗ ବିଭାଗର କମିଶନର ଥିବା ତେମଜେନ୍‍ ଓ୍ୱାପଙ୍ଗ ଆଓଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। 
 
4.Cricketers: ଗୁଜୁରାଟର ସିଆଇଡି ଶାଖା ଭାରତର ୪ଜଣ ପ୍ରସିଦ୍ଧ କ୍ରିକେଟରଙ୍କୁ ସମନ ପଠାଇଛି। ଏହି ଚାରି କ୍ରିକେଟର ହେଲେ ଶୁଭମନ ଗିଲ୍, ରାହୁଲ ତେୱାଟତିଆ, ମୋହିତ ଶର୍ମା ଏବଂ ସାଇ ସୁଦର୍ଶନ। ଯେଉଁମାନେ ୪୫୦ କୋଟି ଟଙ୍କା ଚିଟଫଣ୍ଡ ସ୍କାମରେ ଗିରଫ ହେବାର ସମ୍ଭାବନା ରହିଛି। ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ନିବେଶ ଠକେଇର କିଙ୍ଗପିନ ଭୁପେନ୍ଦ୍ର ସିଂ ଜାଲାଙ୍କୁ ପଚରାଉଚରା ବେଳେ ଏହି ମାମଲା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଏହି ଚାରିଜଣ କ୍ରିକେଟର ଇନଭେଷ୍ଟ ହୋଇଥିବା ଟଙ୍କା ଫେରସ୍ତ କରିନାହାଁନ୍ତି।
 
5.Srimandira: ଆସନ୍ତାକାଲିଠାରୁ ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ଅପରାହ୍ଣ ୧୨ଟା ୩୦ରୁ ଏଏସ୍‍ଆଇ ଟିମ୍‍ ଦ୍ୱାରା ଭିତର ଓ ବାହାର ରତ୍ନ ଭଣ୍ଡାରର ମରାମତି ପାଇଁ ପ୍ଲାଷ୍ଟର ଛଡ଼ାଯିବ। ଅଧିକାଂଶ ସ୍ଥାନରେ ପ୍ଲାଷ୍ଟର ଛଡ଼ାଇବା କାର୍ଯ୍ୟ ଶେଷ ହୋଇଛି। ଏଣୁ ଯେଉଁ ସ୍ଥାନରେ ପ୍ଲାଷ୍ଟର ଛଡ଼ା ସରିଛି ସାଠାରେ ପଥରଗୁଡ଼ିକୁ ଯାଞ୍ଚ କରାଯିବ। ଯୋଡ଼େଇ ସ୍ଥାନଗୁହ଼ିକୁ ଭଲ ଭାବେ ଯାଞ୍ଚ କରାଯାଇ ଫାଟକୁ ସିଲ୍‍ କରିବା ଲାଗି ପଦକ୍ଷେପ ନିଆଯିବ। ଆବଶ୍ୟକ ପଡ଼ିଲେ ପଥର ବଦଳାଇବା ପାଇଁ ମଧ୍ୟ ପଦକ୍ଷେପ ନେବେ ଏଏସ୍‍ଆଇ। ଏଥିଲାଗି ରତ୍ନଭଣ୍ଡାରରେ ପାଇପ୍‍ ଭାରା ବନ୍ଧା ଯାଇଥିବା ସୂଚନା ମିଳିଛି। 
 
6.Gratuity Hike: ନୂଆ ବର୍ଷରେ ଓଡିଶା ସରକାର ଦେଲେ ଖୁସି ଖବର।  ଶିକ୍ଷକଙ୍କ ଗ୍ରାଚ୍ୟୁଇଟି ବୃଦ୍ଧି କଲେ ସରକାର।  ବିଶେଷକରି ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ ଓ କଲେଜ କର୍ମଚାରୀଙ୍କ ଲାଗି ଏହା ନୂଆ ବର୍ଷର ଭେଟି କହିଲେ ଅତୃକ୍ତି ହେବ ନାହିଁ। ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ବୃଦ୍ଧି କରାଯାଇଛି। 
 
7.Cm Mohan Majhi: ଜାନୁୟାରୀ ୬ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ।  ଏଣୁ ମୁଖ୍ୟମନ୍ତ୍ରୀ କୌଣସି ଜନସାଧାରଣଙ୍କୁ ଏହି ଅବସରରେ ଭେଟିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କର ଏହିଦିନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଥିବାରୁ ଅଭିଯୋଗ ଶୁଣାଣି ହୋଇପାରିବ ନାହିଁ ବୋଲି ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
 
8.Odisha News: ଆସନ୍ତା ୬ ତାରିଖରେ ଓଡ଼ିଶାରେ ଡବଲ ଡେକର ବସ ଲୋକାର୍ପଣ ହେବ ବୋଲି ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ରାସ୍ତା କାମ, ସଫେଇ ଓ ସାଜସଜ୍ଜା କାମ ନେଇଥିବା ଅଧିକାରୀ ଓ ଏହି ଦାୟିତ୍ବରେ ଥିବା ବିଭାଗୀୟ ସରକାରୀ ଅଧିକାରୀଙ୍କ ସହ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ତୁରନ୍ତ ହମ୍ପସ, ଖାଲ ସ୍ଥାନ, ଅସଜଡା ଜାଗା କୁ ସଜାଡ଼ିବା ଉପରେ ବିଭାଗୀୟ ଯନ୍ତ୍ରୀଙ୍କୁ ଦେଲେ ନିର୍ଦ୍ଦେଶ। ଏୟାରପୋର୍ଟରୁ ପ୍ରଦର୍ଶନୀ ପଡିଆ ସମେତ ନନ୍ଦନକାନନ ଏବଂ ରାଜଧାନୀର କିଛି ଅଞ୍ଚଳ ବୁଲିଲେ ବିଭାଗୀୟ ମନ୍ତ୍ରୀ।  
 
9.Flight Service: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର।  ଏଣିକି ଭୁବନେଶ୍ବରରୁ ଜମ୍ମୁ-କାଶ୍ମୀରର ଶ୍ରୀନଗରକୁ  ମାତ୍ର ୪ ଘଣ୍ଚାରେ ଯାଇପାରିବେ। ଫେବୃଆରୀ ୬ ରୁ ଇଣ୍ତିଗୋ ପକ୍ଷରୁ  ଡେରାଡୁନ୍-କୁ ସିଧାସଳଖ  ବିମାନ ଯାତ୍ରା ଆରମ୍ଭ ହେବ।  ଇଣ୍ତିଗୋର ଏହି ଫ୍ଲାଇଟ୍ ଟି ଡେରାଡୁନ୍-ରେ ଅବତରଣ କରିବ।  ତା ପରେ ବିମାନଟି ଶ୍ରୀ-ନଗର ଅଭିମୁଖେ ଉଡାଣ ଭରିବ।  ସପ୍ତାହକୁ ତିନିଥର ( ମଙ୍ଗଳବାର,ଗୁରୁବାର, ଶନିବାର) ବିମାନ ଯା' ଆସ କରିବ। 
 
10.Khel Ratna Award Winners: ପ୍ୟାରିସ୍ ଅଲିମ୍ପିକ୍ସରେ ଦୁଇଟି ଅଲିମ୍ପିକ୍ ପଦକ ଜିତିଥିବା ଭାରତୀୟ ମହିଳା ସୁଟର ମନୁ ଭାକର ଏବଂ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ବିଜେତା ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶଙ୍କ ସମେତ ଚାରି ଖେଳାଳିଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ। ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ୨୦୨୪ର ଘୋଷଣା  ଗୁରୁବାର ଦିନ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୭ ଜାନୁଆରୀରେ ରାଷ୍ଟ୍ରପତି ଭବନରେ ବିଜେତାମାନଙ୍କୁ ସମ୍ମାନିତ କରିବେ।